ଦୁବାଇରେ ୪ ଦାଦନ ଶ୍ରମିକଙ୍କୁ ନିର୍ଯାତନା

ରାଜନଗର,୨୪ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳର ବହୁ ବେକାରୀ ଯୁବକ ପରିବାର ପ୍ରତିପୋଷଣ ପାଇଁ ଦୁବାଇ ସମେତ ଦେଶ ବାହାରକୁ କାମ ଅନ୍ବେଷଣରେ ଯାଇଛନ୍ତି। ଯୁବକମାନଙ୍କୁ କାମ ଧନ୍ଧା ଯୋଗାଇ ଦେବାକୁ କହି ଟୁରିଷ୍ଟ ଭିସାରେ ମାନବ ଚାଲାଣକାରୀ ଠିକାଦାରମାନେ କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ପଟ୍ଟାମୁଣ୍ଡାଇ, ରାଜନଗର ଅଞ୍ଚଳରେ ସେମାନଙ୍କର କାୟା ବିସ୍ତାର କରିଛନ୍ତି। ସେମାନଙ୍କ ଜାଲରେ ଫସିଛନ୍ତି ରାଜନଗର ଅଞ୍ଚଳର ଯୁବକମାନେ। ମାନବ ଚାଲାଣକାରୀ ଠିକାଦାର ଦୁବାଇରେ ନେଇ ଯୁବକମାନଙ୍କୁ ପହଞ୍ଚାଇ ଦେବା ପରେ ଚୁକ୍ତି ମୁତାବକ କାମ ନ ଦେବା, ଠିକ୍‌ ଭାବେ ଖାଇବା ଓ ପିଇବାକୁ ନ ଦେଇ ନିର୍ଯାତନା ଦେଉଥିବା ନେଇ ରାଜନଗର ଥାନାରେ ସେମାନଙ୍କ ପତ୍ନୀମାନେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ରାଜନଗର ଥାନା ଅନ୍ତର୍ଗତ ଡେରା ପଞ୍ଚାୟତ ଧୋବେଇଗଡ଼ଗାଁର ବୃନ୍ଦାବନ ସ୍ବାଇଁ। ରାଜନଗରରେ କାମ ଧନ୍ଦା ସବୁ ସମୟରେ ପାଉ ନ ଥିଲେ। ଗୁହାଳକଣି ଗାଁର ମାନବ ଚାଲାଣକାରୀ ଠିକାଦାର ରତ୍ନାକର ଦାସ ତାଙ୍କୁ ଦୁବାଇରେ କୁଶଳୀ ଶ୍ରମିକ ଭାବେ କାମ ଦେବା ସହ ମାସିକ ୧୨ ହଜାର ଦୁବାଇ କରେନ୍ସି ଦେବାକୁ ଚୁକ୍ତି କରି ପଠାଇ ଥିଲେ। ଏଥିପାଇଁ ରତ୍ନାକର ବୃନ୍ଦାବନଙ୍କଠାରୁ ନଗଦ ୭୫ ହଜାର ଟଙ୍କା ନେବା ସହ ଏକ ଚୁକ୍ତିପତ୍ରରେ ସ୍ବାକ୍ଷର କରିଥିଲେ। ଟୁରିଷ୍ଟ ଭିସାରେ ଦୁବାଇ ପଠାଇ ଥିଲେ। ସେଠାରେ ଭିସାର ଅବଧି ସରିବା ପୂର୍ବରୁ କମ୍ପାନୀ ଭିସା ଦେବ ବୋଲି ସେ କହିଥିଲେ। ଚଳିତମାସ ୫ ତାରିଖରେ ବିମାନ ଯୋଗେ ବୃନ୍ଦାବନ ଓ ତାଙ୍କ ସାଙ୍ଗରେ ବାଲିଝାରିର ଦେବେନ୍ଦ୍ର ଜେନା, ଖଣ୍ଡିଆପଡ଼ାର ରତିକାନ୍ତ ମଲ୍ଲିକ ଓ ଚକ୍ରଧରପୁରର ଅନ୍ୟ ଜଣେ ଯୁବକ ଦୁବାଇ ଯାଇଥିଲେ। ୬ ତାରିଖ ୧୦ଟାରେ ବିମାନ ବନ୍ଦରରୁ ଅମୀର ନାମକ ଜଣେ ବ୍ୟକ୍ତି ଏମାନଙ୍କୁ ଆସି ନେଇଥିଲେ। କ୍ୟାବ ଅଫିସକୁ ନେବା ବଦଳରେ ଏକ ଭଡ଼ାଘରେ ନେଇ ନେଇ ରଖିଥିଲେ। ଭଡ଼ାଘରେ ଏମାନଙ୍କୁ ରଖିଦେଇ ଅମୀର ଆଉ ପାଖକୁ ଆସି ନ ଥିଲେ। ଏମାନେ ନେଇଥିବା ଟଙ୍କା ୨ରୁ୩ ଦିନ ମଧ୍ୟରେ ସରିଯିବା ପରେ ବମ୍ବେ ଅଫିସକୁ ଫୋନ କରି ସେମାନଙ୍କ ଅସୁବିଧା ସମ୍ପର୍କରେ ଜଣାଇ ଥିଲେ। ବମ୍ବେ ଅଫିସ କିଛି ଟଙ୍କା ଖାଇବା ପାଇଁ ଏମାନଙ୍କ ପାଖକୁ ପଠାଇ ଥିଲା। ଏହା ସରିଯିବା ପରେ ଦାଦନ ଯୁବକମାନେ ହା ହତାଶ ଏବଂ ଆଶଙ୍କା ଭିତରେ ଦିନ କାଟୁଛନ୍ତି। ବୃନ୍ଦାବନଙ୍କ କହିବା କଥା ହେଲା, ତାଙ୍କୁ କୁଶଳୀ ଶ୍ରମିକ ଭାବେ କାରପେଣ୍ଟର କାମ ଅଲ ଆଜିଜା କମ୍ପାନୀରେ ଦେବା ପାଇଁ ଚୁକ୍ତି କରି ମଣିଷ ଚାଲାଣ ସର୍ଦ୍ଧାର ପଠାଇ ଥିଲେ। ମାତ୍ର ଏଠାରେ ସେ କମ୍ପାନୀରେ କାମ ନ ଥିବା ବେଳେ ଅନ୍ୟ ଏକ କମ୍ପାନୀରେ ଆମକୁ ସୁଇପର କାମ କରାଉଛନ୍ତି। ଆମେ ସଫେଇ କାମ କରିବୁ ନାହିଁ ବୋଲି କହିବାରୁ ଅମୀର ଆମକୁ ଗାଳିଗୁଲଜ କରିବା ସହ ମାରିବାକୁ ଧମକ ଦେଉଛନ୍ତି। ଆମେ ଦୁବାଇ ଆସିଥିବା ଟୁରିଷ୍ଟ ଭିସାର ଅବଧି ଗୁରୁବାର ସରିଯାଇଛି। ଆମକୁ କମ୍ପାନୀ ପକ୍ଷରୁ ଭିସା ଦିଆଯାଉନି କିମ୍ବା ଆମକୁ ଏଠାକୁ ପଠାଇଥିବା ମାନବ ଚାଲାଣକାରୀ ଠିକାଦାର ଫୋନ ରିସିଭ କରୁନାହାନ୍ତି ବୋଲି ବୃନ୍ଦାବନ ଟେଲିଫୋନ ଯୋଗେ ପତ୍ନୀ ସାରିତି ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ସାରିତି ରାଜନଗର ଥାନାରେ ଠିକାଦାର ତାଙ୍କ ସହ କରିଥିବା ଚୁକ୍ତିପତ୍ରର ନକଲ ସହ ଅଭିଯୋଗ କରିଛନ୍ତି। ମୋ ସ୍ବାମୀଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି। ତାଙ୍କୁ ଉଦ୍ଧାର କରି ଗାଁକୁ ଫେରାଇ ଆଣିବା ସହ ଠିକାଦାର ନେଇଥିବା ଅର୍ଥ ଫେରସ୍ତ ଏବଂ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ବାଲିଝାରିର ଦେବେନ୍ଦ୍ର ଜେନାଙ୍କ ସ୍ତ୍ରୀ ଜିତୁଲତା ଜେନା ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ଅଭିଯୋଗ କରିବା ସହ ଦୁବାଇରେ ମୋ ସ୍ବାମୀଙ୍କୁ କୌଣସି କାମ ଦିଆ ନ ଯାଇ ନିର୍ଯାତନା ଦିଆଯାଉଛି। ସେଠାରେ ମୋ ସ୍ବାମୀଙ୍କୁ ମାତ୍ର ଗୋଟିଏ ଓଳି ଖାଇବାକୁ ମିଳୁଛି। ମୋ ସ୍ବାମୀଙ୍କ ଦୁଃସମୟରେ ପରିବାର ଓ ବୃଦ୍ଧ ଶ୍ୱଶୁର ମାନସିକ ଚାପରେ ଅଛୁ। ତୁରନ୍ତ ମୋ ସ୍ବାମୀଙ୍କୁ ଉଦ୍ଧାର କରିବାକୁ ସେ ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କୁ ପଚାରିବାରେ ଅଭିଯୋଗ ମିଳିଛି। ଏ ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri