୬ ଶ୍ରମିକ ହାଟର ପୁନରୁଦ୍ଧାର ହେବ

ଭୁବନେଶ୍ୱର, ୭।୧୧ (ବ୍ୟୁରୋ): ଶ୍ରମିକ ହାଟକୁ ମିଳିବ ଛାତ। ସ୍ଥାୟୀ ବିଶ୍ରାମ ଘରେ ପଙ୍ଖା ସହିତ ବିଶୁଦ୍ଧ ପାନୀୟ ମଧ୍ୟ ମିଳିବ। ପ୍ରାଥମିକ ଭାବେ ରାଜଧାନୀ ଭୁବନେଶ୍ୱରରେ ଥିବା ୫ରୁ ୬ ଶ୍ରମିକ ହାଟର ପୁନରୁଦ୍ଧାର କରାଯିବ। ଏନେଇ ରାଜ୍ୟ ଶ୍ରମ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପ୍ରକ୍ରିୟା ହାତକୁ ନିଆଯାଇଛି। ଶ୍ରମ ବିଭାଗ ସମସ୍ତ ପ୍ରୋତ୍ସାହନ ଯୋଗାଇ ଦେବ ଓ ବିଏମ୍‌ସି ସମସ୍ତ ଶ୍ରମିକ ହାଟରେ ଅତ୍ୟାଧୁନିକ ବିଶ୍ରାମ ଗୃହ ନିର୍ମାଣ କରିବ। ଇତିମଧ୍ୟରେ ଶ୍ରମ କମିଶନର ଡ. ଏନ୍‌. ଥିରୁମାଲା ନାଏକ ଓ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ରାଜଧାନୀର ଉକ୍ତ ୬ଟି ସ୍ଥାନ ବୁଲି ପ୍ରସ୍ତାବିତ କାର୍ଯ୍ୟ ଓ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖୁବ୍‌ଶୀଘ୍ର ନିର୍ଦ୍ଧାରିତ ସ୍ଥାନରେ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ପ୍ରମୁଖ ସହରରେ ଏଭଳି ଶ୍ରମିକ ହାଟ ନିର୍ମାଣ ହେବ ବୋଲି ସୂଚନା ଦିଆଯାଇଛି।

ଭୁବନେଶ୍ୱରର ନୟାପଲ୍ଲୀ, କଳ୍ପନା, ରସୁଲଗଡ଼, ଲିଙ୍ଗରାଜ ଷ୍ଟେଶନ ଓ ଶିଖରପୁର ଅଞ୍ଚଳରେ ନିତିଦିନିଆ ଶ୍ରମିକ ହାଟ ଚାଲେ। ସକାଳ ହେବା ମାତ୍ରେ ଦିନ ମଜୁରିଆ ଶ୍ରମିକଙ୍କ ଏଠାରେ ଭିଡ଼ ଲାଗେ। କେଉଁଠି ଶୁଅନ୍ତି, କେଉଁଠି ଖାଆନ୍ତି କିଛି ସେମାନଙ୍କ ଠିକଣା ନ ଥାଏ। ସବୁଦିନ କାମ ମିଳିଲେ ଘରେ ଚୁଲି ଜଳେ। ଏବେ ସେମାନଙ୍କ ଦୈନିକ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସହ ହାଟର ଉନ୍ନତୀକରଣ ପାଇଁ ଶ୍ରମ ବିଭାଗ ସହ ମିଶି ଅଣ୍ଟା ଭିଡ଼ିଛି ବିଏମ୍‌ସି। ସୂଚନାଯୋଗ୍ୟ, ଶ୍ରମିକ ହାଟର ସ୍ଥାୟିତ୍ୱ କିଛି ନ ଥିବାରୁ ଶ୍ରମିକମାନେ ନାନା ହଟହଟାର ସମ୍ମୁଖୀନ ହୋଇଥାନ୍ତି। ବର୍ଷା ଓ ଖରାଦିନେ କାମ ପାଇଁ ସେମିତି ଖୋଲା ଆକାଶ ତଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି। ମୁଣ୍ଡ ଗୁଞ୍ଜିବାକୁ ଆଜବେଷ୍ଟସ୍‌ ନ ଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଶ୍ରମିକମାନେ ପୂର୍ବରୁ ଦାବି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଦୁର୍ଘଟଣା ସହାୟତାକୁ ନେଇ ଆସିଲା ନୂଆ ନିର୍ଦ୍ଦେଶାବଳୀ: ମୃତ୍ୟୁ ଘଟିଲେ ମିଳିବ…

ଭୁବନେଶ୍ୱର,୪।୯: ଛାତ୍ରୀଛାତ୍ରଙ୍କ ଦୁର୍ଘଟଣାଜନିତ ସମସ୍ୟାରେ ସହାୟତା ପ୍ରଦାନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ର ଏହି ବ୍ୟବସ୍ଥାରେ…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

୭ ଦିନ ଯାଏ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର…

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

ଆବାସ ଆଶା: କଟିଲେଣି ୨୦୦

ଭୁବନେଶ୍ୱର,୩ା୯(ରବିନାରାୟଣ ଜେନା): ରାଜଧାନୀର ନିମ୍ନବର୍ଗଙ୍କୁ ସୁଲଭ ମୂଲ୍ୟରେ ଆବାସ ଯୋଗାଇଦେବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଗ୍ରହଣ କରାଯାଇଥିବା ଆବେଦନ ଉପରେ ଖୁବ୍‌ଶୀଘ୍ର ଲଟେରି ଉଠାଣ…

ରାଜ୍ୟରେ ୨୬% ଅଧିକ ବର୍ଷିଲା: ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ସବୁ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର, ୩ା୯(ବନ୍ଦନା ସେଠୀ): ବାରମ୍ବାର ଲଘୁଚାପ ସହ ମୌସୁମୀ ପ୍ରଭାବରେ ରାଜ୍ୟରେ ଚଳିତ ବର୍ଷ ପ୍ରବଳ ବର୍ଷା ହୋଇଛି। ତେବେ ଜୁନ୍‌ ୧ରୁ ସେପ୍ଟେମ୍ବର ୨ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri