ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ (DEO)ଙ୍କୁ ସ୍ବତନ୍ତ୍ର ଚିଠି ଲେଖି ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଚଳିତ ବର୍ଷ ଗୁରୁ ଦିବସ ପାଳନ ଅବସରରେ ଏକ ନୂତନ ପଦକ୍ଷେପ ସ୍ବରୂପ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯିବ। ପ୍ରତ୍ୟେକ ସ୍କୁଲ ନିଜ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସାଦର ନିମନ୍ତ୍ରଣ କରି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ, ଜିଲାୱାରୀ ସମସ୍ତ ସ୍କୁଲରେ ଆୟୋଜିତ ହେବାକୁ ଥିବା ଏହି ଗୁରୁ ଦିବସ କାର୍ଯ୍ୟକ୍ରମର ଫଟୋଚିତ୍ରଗୁଡ଼ିକୁ ଓସେପା (OSEPA) କାର୍ଯ୍ୟାଳୟକୁ ପଠାଇବା ପାଇଁ DEOମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଗୁରୁ-ଶିଷ୍ୟ ପରମ୍ପରାକୁ ଆହୁରି ସୁଦୃଢ଼ କରିବା ଏବଂ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଅତୁଳନୀୟ ଯୋଗଦାନକୁ ସ୍ବୀକୃତି ଦେବା ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ।

Image

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଦିଦିଙ୍କ ଅଲଟିମେଟମ: ’କହିଲେ ଭାଜପା ନେତାଙ୍କ ଘର ବାହାରେ ଧାରଣା ଦେବି’

କୋଲକାତା,୩।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଟିଏମସି ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri