Posted inଫୁରସତ

୪ ମହିଳାଙ୍କୁ ଗୋଲକିପର୍ସ ଗ୍ଲୋବାଲ୍‌ ଗୋଲ୍ସ ଆଓ୍ବାର୍ଡ

ନ୍ୟୁୟର୍କ: ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତର ରାଧିକା ବାତ୍ରା, ଆଫଗାନିସ୍ତାନର ଜହରା ଜୋୟା, ଉଗାଣ୍ଡାର ଭନେସା ନାକାଟେ ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭୋନ୍‌ ଡେୟାର୍‌ ଲେୟେନ୍‌ଙ୍କୁ ଗେଟ୍ସ ଫାଉଣ୍ଡେଶନ୍‌ ପକ୍ଷରୁ ଚଳିତ ବର୍ଷର ଗୋଲକିପର୍ସ ଗ୍ଲୋବାଲ୍‌ ଗୋଲ୍ସ୍‌ ପୁରସ୍କାର ଦିଆଯାଇଛି। ଏଥିସହ ସାମାଜିକ ଅସମାନତା, ଦାରିଦ୍ର୍ୟ ଦୂର, ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଗେଟ୍ସ ଫାଉଣ୍ଡେଶନ ୧.୨୭ ବିଲିୟନ ଡଲାର (ପ୍ରାୟ ୧,୦୨,୮୨,୬୨,୪୮,୫୦୦ ଟଙ୍କା) ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଛି। ୨୦୩୦ ସୁଦ୍ଧା ଏସ୍‌ଡିଜି ଲକ୍ଷ୍ୟ ହାସଲ ପାଇଁ ସହଜ ନୁହେଁ ବୋଲି ଫାଉଣ୍ଡେଶନର ବାର୍ଷିକ ଗୋଲ୍‌କିପର ରିପୋର୍ଟ ସୂଚାଇବା ପରେ ସଂସ୍ଥା ପକ୍ଷରୁ ଏହି ଘୋଷଣା କରାଯାଇଛି।

ରାଧିକା ବାତ୍ରା
ଏକ ଅଣଲାଭକାରୀ ସଂଗଠନର ସହସଂସ୍ଥାପିକା ହେଉଛନ୍ତି ଡା. ରାଧିକା ବାତ୍ରା। ୨୦୧୭ରେ ଏହି ସଂଗଠନ ଗଢ଼ାଯାଇଥିଲା। ଭାରତରେ ସାମାଜିକ ଓ ଆର୍ଥିକ ସ୍ତରରେ ପଛୁଆ ଶିଶୁମାନଙ୍କୁ ରାଧିକା ‘ଲାଷ୍ଟ ମାଇଲ୍‌ ହେଲ୍‌ଥ ସଲ୍ୟୁଶନ୍‌’ ଜରିଆରେ ମାଗଣା ଚିକିତ୍ସା ସୁବିଧା ଯୋଗାଇଥାନ୍ତି। ପାଖାପାଖି ୭୪,୧୭୩ ଶିଶୁ ଏହାଦ୍ୱାରା ଉପକୃତ ହୋଇଛନ୍ତି। ଜନମଙ୍ଗଳକାରୀ କାର୍ଯ୍ୟ ପାଇଁ ରାଧିକାଙ୍କୁ ଚଳିତ ବର୍ଷ ଲିଲି ସିଂଙ୍କ ଦ୍ୱାରା ପ୍ରୋଗ୍ରେସ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି।
ଜହରା ଜୋୟା
ରୁଖଶାନା ମିଡିଆ ନାମରେ ଜହରା ଜୋୟାଙ୍କର ଏକ ଅନ୍‌ଲାଇନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ରହିଛି। ତାଲିବାନୀ ଶାସନାଧୀନ ଆଫଗାନିସ୍ତାନରେ ମହିଳାଙ୍କ ଦୁର୍ଦ୍ଦଶା କାହାଣୀ ଜୋୟା ତାଙ୍କ ଚ୍ୟାନେଲ୍‌ରେ ପ୍ରସାରଣ କରିଥାନ୍ତି। ହଲିଉଡ୍‌ ଅଭିନେତ୍ରୀ ତଥା ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ଥିବା ଆଞ୍ଜେଲିନା ଜୋଲି ଜୋୟାଙ୍କୁ ଚେଞ୍ଜମେକର୍‌ ପୁରସ୍କାରରେ ପୁରସ୍କୃତ କରିଛନ୍ତି।
ଭନେସା ନାକାଟେ
ସାମାଜିକ କର୍ମୀ ମଲାଲା ୟୁସୁଫଜାଇଙ୍କ ଦ୍ୱାରା ଭନେସାଙ୍କୁ ଚଳିତ ବର୍ଷ କ୍ୟାମ୍ପେନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ସମାଜକୁ କୁପ୍ରଥାରୁ ଦୂରେଇବା ପାଇଁ ଭନେସା ନାକାଟେ ଏକ କ୍ୟାମ୍ପେନ୍‌ ଆରମ୍ଭ କରିଛନ୍ତି। ଆଫ୍ରିକୀୟ ମହିଳା ଓ ଯୁବତୀଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଅଭିଯାନ ଚଳାଇଛନ୍ତି। କ୍ୟାମ୍ପେନ୍‌ ଜରିଆରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି।
ଉର୍ସୁଲା ଭୋନ୍‌ ଡେୟାର୍‌ ଲେୟେନ୍‌
କୋଭିଡ୍‌ ବେଳେ ଉପୁଜିଥିବା ଅସୁବିଧାକୁ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଖୁବ୍‌ ସୁନ୍ଦର ଭାବେ ପରିଚାଳନା କରିଥିଲେ। ଏସିଟି-ଏର କ୍ରିଏଟର ହେଉଛନ୍ତି ଉର୍ସୁଲା। ଏହା ଏକ ବୈଶ୍ୱିକ ସଂଗଠନ, ଯାହା କରୋନା ଟେଷ୍ଟ, ଚିକିତ୍ସା ସାଙ୍ଗକୁ ଟିକାରକଣ ଦିଗରେ କାର୍ଯ୍ୟ କରିଥାଏ। କରୋନା କାଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରାଷ୍ଟ୍ରଗୁଡ଼ିକୁ ଆବଶ୍ୟକ ସହଯୋଗ ଓ ସୁବିଧା ଯୋଗାଇବା ଦିଗରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ମାନବହିତକାରୀ କାର୍ଯ୍ୟ ପାଇଁ ତାଙ୍କୁ ବିଲ୍‌ ଗେଟ୍ସ ଓ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ଗ୍ଲୋବାଲ୍‌ ଗୋଲ୍‌ କିପର୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?