୧୦ରୁ ଭୁବନେଶ୍ୱର ନୂଆ ଷ୍ଟେଶନରେ ରହିବ ୪ ଯୋଡ଼ା ଟ୍ରେନ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ପକ୍ଷରୁ ଆସନ୍ତା ୧୦ ତାରିଖରୁ ଭୁବନେଶ୍ୱର ନୂତନ ଷ୍ଟେଶନରେ ପର୍ଯ୍ୟାୟକ୍ରମେ ୪ ଯୋଡ଼ା ଟ୍ରେନର ରହଣି କରିବ। ବିଶେଷ ଟ୍ରେନ ଭାବେ ଚଳାଚଳ କରୁଥିବା ପୁରୀ-କଟକ-ପୁରୀ ପାସେଞ୍ଜର ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ପାସେଞ୍ଜର (ବର୍ତ୍ତମାନ ଖୋର୍ଦ୍ଧା ରୋଡ଼ ଓ କେନ୍ଦୁଝରଗଡ଼ ମଧ୍ୟରେ ଚଳାଚଳ କରୁଛି) ଟ୍ରେନଗୁଡିକ ଆସନ୍ତା ୧୦ ତାରିଖରୁ ଅଟକିବ। ପୁରୀ-କଟକ-ପୁରୀ ମେମୁ (୬୮୪୧୬/୬୮୪୧୫) ଭୁବନେଶ୍ୱର ନୂଆ ଷ୍ଟେଶନଠାରେ ପୂର୍ବାହ୍ନ ୧୦ଟା ୦୫ରେ ପହଞ୍ଚତ୍ ପୂର୍ବାହ୍ନ ୧୦ଟା ୬ରେ କଟକ ଆଡକୁ ଯିବ। କଟକରୁ ଏହି ଟ୍ରେନ୍‌ ଯାତ୍ରା ଆରମ୍ଭ କରି ଭୁବନେଶ୍ୱର ନୂଆ ରେଳ ଷ୍ଟେଶନରେ ଅପରାହ୍ନ ୫ଟା ୨୦ମିନିଟ୍‌ରେ ପହଞ୍ଚତ୍ ୫ଟା ୨୧ରେ ପୁରୀ ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ (୬୮୪୨୬/୬୮୪୨୫) ଭୁବନେଶ୍ୱର ନୂଆ ଷ୍ଟେଶନରେ ଅପରାହ୍ନ ୪ଟା ୫୪ରେ ପହଞ୍ଚତ୍ ୪ଟା ୫୫ରେ କେନ୍ଦୁଝରଗଡ଼ ଅଭିମୁଖେ ଯାତ୍ରା କରିବ। କେନ୍ଦୁଝରଗଡ଼ରୁ ଏହି ଟ୍ରେନ ବାହାରି ଭୁବନେଶ୍ୱର ନୂଆ ଷ୍ଟେଶନଠାରେ ପୂର୍ବାହ୍ନ ୧୦ଟା ୧୪ରେ ପହଞ୍ଚତ୍ ପୂର୍ବାହ୍ନ ୧୦ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।
ଅପରପକ୍ଷେ ପଲାସା-କଟକ-ପଲାସା ପାସେଞ୍ଜର ଏବଂ ଖଡ଼ଗ୍‌ପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍‌ପୁର ଫାଷ୍ଟ ପାସେଞ୍ଜର ଟ୍ରେନକୁ ଭୁବନେଶ୍ୱର ନୂତନ ଷ୍ଟେଶନରେ ରହଣି ପାଇଁ ସ୍ଥିର କରାଯାଇଛି। ପଲାସା-କଟକ-ପଲାସା ପାସେଞ୍ଜର (୫୮୫୩୪/୫୮୫୩୩) ଭୁବନେଶ୍ୱର ନୂଆ ଷ୍ଟେଶନରେ ସକାଳ ୯ଟା ୫୪ରେ ପହଞ୍ଚତ୍ ୯ଟା ୫୫ରେ କଟକ ଆଡକୁ ଯିବ। କଟକରୁ ଏହି ଟ୍ରେନ ବାହାରି ଭୁବନେଶ୍ୱର ନୂଆ ଷ୍ଟେଶନଠାରେ ଅପରାହ୍ନ ୪ଟା ୩୮ରେ ପହଞ୍ଚତ୍ ୪ଟା ୩୯ରେ ପଲାସା ଅଭିମୁଖେ ଯାତ୍ରା କରିବ। ସେହିପରି ଖଡ଼ଗ୍‌ପୁର ଠାରୁ ୫୮୦୦୫/୫୮୦୦୬ ଖଡ଼ଗପୁର-ଖୋର୍ଦ୍ଧା ରୋଡ଼-ଖଡ଼ଗ୍‌ପୁର ଫାଷ୍ଟ ପାସେଞ୍ଜର ଭୁବନେଶ୍ୱର ନୂଆ ଷ୍ଟେଶନ ଠାରେ ପୂର୍ବାହ୍ନ ୧୦ଟା ୫୪ରେ ପହଞ୍ଚତ୍ ୧୦ଟା ୫୫ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ। ଖୋର୍ଦ୍ଧା ରୋଡ଼ରୁ ଏହି ଟ୍ରେନ ଭୁବନେଶ୍ୱର ନୂଆ ଷ୍ଟେଶନଠାରେ ଅପରାହ୍ନ ୫ଟା ୨୯ରେ ପହଞ୍ଚତ୍ ଖଡ଼ଗ୍‌ପୁର ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri