ନିର୍ବାଚନ ମଇଦାନରେ ୪ ଖବରଦାତାଙ୍କ ଲଢେଇ

ଜୁନାଗଡ଼,୧୫।୨(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୪ଜଣ ଖବରଦାତା ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। ସେମାନେ ଦୀର୍ଘ ଦିନରୁ ସାମ୍ବାଦିକତା ବୃତ୍ତି ଆପଣାଇ ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆଣୁଥିଲେ। ବର୍ତ୍ତମାନ ସେମାନେ ଲୋକଙ୍କ ସମସ୍ୟା ସରକାରଙ୍କ ନିକଟତର କରିବା ସହ ଗ୍ରାମାଞ୍ଚଳର ବିକାଶ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଜୁନାଗଡ ବ୍ଲକ ଜିଲାର ଏକ ବୃହତ ଓ ଗୁରୁତ୍ୱପୂର୍ଣ୍ଣ ବ୍ଲକ ଭାବେ ସତନ୍ତ୍ର ପରିଚୟ ରହିଛି। ଏଠାରେ ୩୪ଟି ପଞ୍ଚାୟତ ମଧ୍ୟରୁ ୩ଟି ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ୪ ଖବରଦାତା ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି। ସେଥିମଧ୍ୟରୁ ମୁଣ୍ଡରାଗୁଡା ପଞ୍ଚାୟତ ସମିତି ସଭ୍ୟ ଭାବେ ଖବରଦାତା ସୁନ୍ଦର ମୋହନ ଛତ୍ରିଆ ପ୍ରାର୍ଥୀ ହୋଇ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଜିତିବା ପାଇଁ ପ୍ରତ୍ୟେକଙ୍କ ନିକଟତର ହେଉଛନ୍ତି। ଦୀର୍ଘ ଦିନରୁ ଲୋକଙ୍କ ସୁଖଦୁଃଖକୁ ଲୋକଲୋଚନକୁ ଆଣି ଯେଉଁ ସମ୍ପର୍କ ବଢାଇଛନ୍ତି ତାହାକୁ ପାଥେୟ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି।

ସେହିପରି ଉକ୍ତ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ଖବରଦାତା ଅଂଶୁମାନ ଯୋଶୀ ମଧ୍ୟ ସରଳ ବିଶ୍ୱାସୀ ଓ ସମାଜସେବୀ ଭାବେ ଲୋକଙ୍କ ପ୍ରିୟଭାଜନ ହେଉଥିବା ଦେଖିବାକୁ ମିଳୁଛି। ସେହିପରି ଏହି ବ୍ଲକର ଅନ୍ୟତମ ପଲାସ ପଞ୍ଚାୟତରୁ ବରିଷ୍ଠ ଖବରଦାତା ପ୍ରଭାକର ସେଠୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏହି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ଖବରଦାତା ସେଠି ଜଣେ ଜଣାଶୁଣା ସମାଜସେବୀ ଭାବେ ପରିଚିତ ଥିବା ବେଳେ ନିଜ କଲମ ମାଧ୍ୟମରେ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।

ସେହିପରି ଦାସିଗାଁ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ଯୁବ ଖବରଦାତା ଟିକଚନ ବାଗ ଛିଡା ହୋଇଛନ୍ତି। ସେ ମଧ୍ୟ ଅଞ୍ଚଳରେ ଜଣେ ଦକ୍ଷ ଓ ନିରପେକ୍ଷ ଖବରଦାତା ଭାବେ ଦାୟିତ୍ୱ ତୁଲାଇ ଦୀର୍ଘ ଦିନ ହେଲା ଲୋକଙ୍କ ସମସ୍ୟା ସମାଧାନ କରିଆସୁଛନ୍ତି, ଯାହା ଉକ୍ତ ପଞ୍ଚାୟତରେ ତାଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଏହା ତାଙ୍କ ବିଜୟରେ ସହଜ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

କଳାହାଣ୍ଡିର ପ୍ରାଚୀନ ପରମ୍ପରା: ଥୁଆମୂଳ ରାମପୁର ପୀଠରେ ବସିଲା “କଣ୍ଟା ଗାଦିଆ”, ଶ୍ରଦ୍ଧାଳୁଙ୍କ ଭିଡ

ଥୁଆମୂଳ ରାମପୁର,୨୮ା୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ପୀଠରେ ଦୀର୍ଘ ବର୍ଷର ପାରମ୍ପରିକ ରୀତିନୀତି…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?