Posted inଜାତୀୟ

ନିର୍ବାଚନ ପରେ ସଙ୍କଟରେ ୪ଟି ଆଞ୍ଚଳିକ ଦଳ, ଭୁଶୁଡିଯିବ ବିଜେଡି, YSR କଂଗ୍ରେସ…

ନୂଆଦିଲ୍ଲୀ,୯।୭: ଦକ୍ଷିଣରେ ଆନ୍ଧ୍ରରୁ ଉତ୍ତରରେ ପଞ୍ଜାବ ପର୍ଯ୍ୟନ୍ତ ୨୦୨୪ର ନିର୍ବାଚନ ଫଳାଫଳ ଦେଶର ୪ଟି ଆଞ୍ଚଳିକ ଦଳର ଟେନଶନ ବଢାଇ ଦେଇଛି। ପରାଜୟ ହେତୁ ଦଳଗୁଡିକ ଭିତରେ ଅନ୍ଦକନ୍ଦଳ ଲାଗି ରହିଛି। ଯାହା ଖୋଲାଖୋଲି ପଦାରେ ପଡିଛି। ପରିସ୍ଥିତି ଏପରି ହୋଇଛି ଯେ ୪ଟି ଦଳର ୨ଜଣ ନେତାଙ୍କ ପଦବୀ ମଧ୍ୟ ବିପଦରେ ରହିଛି। ପ୍ରଥମେ ତେଲଙ୍ଗାନାର BRS ବିଷୟରେ ଆଲୋଚନା କରିବା । ୧୦ବର୍ଷ ଧରି କ୍ଷମତାରେ ଥିବା ବିଆରଏସରେ ଧରପଗଡ ଳାଗି ରହିଛି। ଆନ୍ଧ୍ରର YSR କଂଗ୍ରେସର ଅବସ୍ଥା ମଧ୍ୟ ସମାନ। ପଞ୍ଜାବର ଶିରୋମଣି ଅକାଳି ଦଳ ଏବଂ ଓଡିଶାର ବିଜୁ ଜନତା ଦଳର ଅବସ୍ଥା BRS ଏବଂ YSR ଠାରୁ ଭିନ୍ନ। ବର୍ତ୍ତମାନ ଏହି ଦୁଇ ଦଳରେ କୌଣସି ଧରପଗଡ ପରିସ୍ଥିତି ନାହିଁ, କିନ୍ତୁ ଆଭ୍ୟନ୍ତରୀଣ କଳହ ଦୁଇ ଦଳର ମୁଣ୍ଡବିନ୍ଧା ବଢେଇ ଦେଇଛି।

୧୦ ବର୍ଷ ଧରି ତେଲଙ୍ଗାନାରେ କ୍ଷମତାରେ ଥିବା ଭାରତ ରାଷ୍ଟ୍ର ସମିତିରେ ନିର୍ବାଚନ ପରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକ ସଭା ନିର୍ବାଚନ ପରେ ବହୁ ବଡ ନେତା ଦଳ ଛାଡିଛନ୍ତି। ଏଥିମଧ୍ୟରେ କେ କେଶବ ରାଓ, ଦାଣ୍ଡେ ଭିଟାଲଙ୍କ ପରି ଭେଟେରାନ ନେତାମାନେ ଅଛନ୍ତି। ଆଜି ଯାଏଁ ଦଳ ଛାଡିଥିବା ନେତାଙ୍କ ମୋଟ ସଂଖ୍ୟାକୁ ଯଦି ଦେଖିବା, ତେବେ ଗତ ଏକ ମାସ ମଧ୍ୟରେ ଜଣେ ରାଜ୍ୟ ସଭା ସଦସ୍ୟ, ୬ଜଣ ବିଧାନ ପରିଷଦ ସଦସ୍ୟ ଏବଂ ବିଆରଏସର ଜଣେ ବିଧାୟକ ଦଳ ଛାଡିଛନ୍ତି।

 

କୁହାଯାଉଛି ଯେ ବିଆରଏସକୁ ଭାଙ୍ଗିବା ପାଇଁ କଂଗ୍ରେସ ତେଲେଙ୍ଗାନାରେ ଅପରେଶନ ଆକାର୍ସ ଚଳାଉଛି। ଏହି ଅପରେଶନର ଉଦ୍ଦେଶ୍ୟ ହେଉଛି ମୁଖ୍ୟ ବିରୋଧୀ ଦଳର ସ୍ଥିତିକୁ BRS ରୁ ଛଡ଼ାଇ ନେବା। ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ନିଜେ ଏହି ଅପରେଶନର ନେତୃତ୍ୱ ନେଉଛନ୍ତି। ବିଆରଏସରେ ବିଭାଜନକୁ ନେଇ ଦଳ କଂଗ୍ରେସକୁ ଟାର୍ଗେଟ କରିଛି। ନିକଟରେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପୂର୍ବତନ ସିଏମ କେକେଆରଙ୍କ ପୁଅ କେ.ଟି.ଆର କହିଛନ୍ତି, ରାହୁଲ ଗାନ୍ଧୀ ଦଳବଦଳ ବିରୋଧରେ ଅଛନ୍ତି ଏବଂ ଏଠାରେ କଂଗ୍ରେସ ତାଙ୍କ ଦଳ ଭାଙ୍ଗିବାରେ ଲାଗିଛି।

୨୪ ବର୍ଷ ଧରି ଓଡିଶାରେ କ୍ଷମତାରେ ଥିବା ବିଜୁ ଜନତା ଦଳର ଅବସ୍ଥା ମଧ୍ୟ ସମାନ। ନିର୍ବାଚନରେ ପରାଜୟ ପରେ ଦଳ ଭିତରେ ଆଭ୍ୟନ୍ତରୀଣ ବିବାଦକୁ ନେଇ ଉତ୍ତେଜନା ଦେଖାଦେଇଛି। ଭୁବନେଶ୍ୱରରେ ସମୀକ୍ଷା ବୈଠକରେ ପ୍ରଥମେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ବିଜେଡିର ବରିଷ୍ଠ ନେତା ଦେବଶିଷ ସାମନ୍ତରାୟ ପରାଜୟକୁ ନେଇ ଏକ ବଡ ବୋମା ଫିଙ୍ଗିଛନ୍ତି।
ରାଜ୍ୟସଭା ଏମପି ସାମନ୍ତରାୟ କହିଛନ୍ତି, ଭି.କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ମଧ୍ୟ ବିଜେଡିର ପରାଜୟ ପାଇଁ ଦାୟୀ। ଏହାକୁ ନେଇ ପାର୍ଟିରେ ଉତ୍ତେଜନା ଦେଖା ଦେଇଛି। ଦଳ ବର୍ତ୍ତମାନ ସଂଗଠନକୁ ପୁନର୍ବାର ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛି।

ଲୋକସଭା ନିର୍ବାଚନରେ ପରାଜୟ ପରେ ଶିରୋମଣି ଅକାଳୀ ଦଳରେ ସୁଖବୀର ସିଂ ବାଦଲଙ୍କ ବିରୋଧରେ ଏକ ମୋର୍ଚ୍ଚା ମୁଣ୍ଡ ଟେକିଛି। ନିକଟରେ ହୋଇଥିବା ବୈଠକରେ ସୁଖବୀର ସିଂ ବାଦଲଙ୍କୁ ଅକାଳି ମୁଖ୍ୟ ପଦରୁ ହଟାଇବା ପାଇଁ ଦାବି କରାଯାଉଛି। ସୁଖବୀରଙ୍କ ନେତୃତ୍ୱରେ ଦଳ ୨୦୧୭-୧୦୨୨ ବିଧାନସଭା ନିର୍ବାଚନ ଏବଂ ୨୦୧୯-୨୦୨୪ ଲୋକ ସଭା ନିର୍ବାଚନରେ ହାରିଛି।

ନିର୍ବାଚନ ପରେ ଆନ୍ଧ୍ରପ୍ରଦେଶର YSR କଂଗ୍ରେସ ପାର୍ଟି ମଧ୍ୟ ସଙ୍କଟରେ ପଡ଼ିଛି। ଗୋଟିଏ ପଟେ ଦଳର ବହୁ ବଡ ଓ ଛୋଟ ନେତା ପୋଲିସର ରାଡାରରେ ଥିବାବେଳେ ଅନ୍ୟ ପଟେ ପାର୍ଟିରେ ଧରପଗଡର ପରିସ୍ଥିତି ରହିଛି।
ଦଳର ବହୁ ବଡ ନେତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି। କେବଳ ଏତିକି ନୁହେଁ, ପାର୍ଟି ଅଫିସ ଗୁଡିକରେ ମଧ୍ୟ ବୁଲଡୋଜର ଚଳାଯାଉଛି । ରାଜ୍ୟ ସରକାର YSR କଂଗ୍ରେସର ୧୮ଟି କାର୍ଯ୍ୟାଳୟକୁ ନୋଟିସ ପଠାଇଛନ୍ତି। ସରକାର କହିଛନ୍ତି ଯେ, ଏହି କାର୍ଯ୍ୟାଳୟ ବେଆଇନ ଭାବେ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?