୪ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ଜବତ, ବନ୍ଧା ହେଲେ ୪ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୧ା୩: ଅବକାରୀ କମିଶନର ଆଶିଷ ସିଂ ଓ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଟିମ୍‌ ଶୁକ୍ରବାର ପୃଥକ ୩ଟି ସ୍ଥାନରୁ ୪ କୁଇଣ୍ଟାଲ ୩୨ କେଜି ଗଞ୍ଜେଇ ସହ ଏକ ଟ୍ରକ ଜବତ କରିଥିବା ଅବକାରୀ ଉପ ଆୟୁକ୍ତ ରାଜେନ୍ଦ୍ର ଭତ୍ରା ଏହି ସୂଚନା ଦେଇଛନ୍ତି।

ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିବା ପରେ ଅବକାରୀ ଉପ ଆୟୁକ୍ତ ଭତ୍ରାଙ୍କ ତତ୍ତ୍ୱାବଧାନରେ ୧୦ ଜଣିଆ ଟିମ୍‌ ୩ଟି ଦଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଗୋଟିଏ ଦଳ ଭୋର୍‌ରେ ବ୍ରହ୍ମପୁର ରେଳଷ୍ଟେଶନ ସମ୍ମୁଖରେ ଜଣେ ଯୁବକଙ୍କୁ ଅଟକାଇ ତାଙ୍କ ବ୍ୟାଗ ଯାଞ୍ଚ କରିଥିଲେ। ସମ୍ପୃକ୍ତ ଯୁବକ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ଜଳେଶ୍ୱର ମାଲିକଙ୍କ ବ୍ୟାଗରୁ ୧୫ କେଜି ଗଞ୍ଜେଇ ମିଳିଥିଲା।

ସେହିପରି ଅନ୍ୟ ଏକ ଦଳ ରେଳଷ୍ଟେଶନ ରାସ୍ତା ନେହେରୁ ପାର୍କ ନିକଟରୁ କନ୍ଧମାଳ ବାଲିଗୁଡା ଅଞ୍ଚଳର ଯଜ୍ଞରାଜ ମାଲିକଙ୍କୁ ଧରି ତାଙ୍କ ବ୍ୟାଗ ଯାଞ୍ଚ କରିବାରୁ ୧୭ କେଜି ଗଞ୍ଜେଇ ମିଳିଥିଲା। ଉଭୟଙ୍କୁ ଜେରା ବେଳେ ସେମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଟ୍ରେନରେ ସୁରଟ ଚାଲାଣ କରିବାକୁ ରେଳଷ୍ଟେଶନ ଯାଉଥିଲେ ବୋଲି ସ୍ବୀକାର କରିଛନ୍ତି।

ସେହିପରି ଅନ୍ୟ ଏକ ଦଳ ଫାଷ୍ଟଗେଟ ଡୁଡୁମା କଲୋନୀ ନିକଟରେ ବ୍ଲକିଂ କରିଥିଲା। ବ୍ରହ୍ମପୁର ସହରକୁ ପ୍ରବେଶ କରୁଥିବା ଏକ ଟ୍ରକ (ନଂ ୟୁପି ୨୫ ଡିଟି ୪୮୯୭)କୁ ଅଟକାଇ ଯାଞ୍ଚ କରିଥିଲା। ଉକ୍ତ ଟ୍ରକରେ ୪୦୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ଟ୍ରକରୁ ଦୁଇ ଜଣଙ୍କୁ ଅବକାରୀ ପୋଲିସ କାବୁ କରିଥିଲା। ସେମାନେ ହେଲେ ଉତ୍ତପ୍ରଦେଶ ରାଇବରେଲିର ରାମ ଦାସ ଓ ଭୁପିନ୍ଦର ସିଂ। ଉଭୟେ ଗଜପତି ଜିଲାରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ଉତ୍ତରପ୍ରଦେଶ ଚାଲାଣ କରିଥାନ୍ତେ ବୋଲି ଜେରା ବେଳେ ଜଣାପଡିଛି। ଏହି ୩ ଘଟଣାରେ ପୃଥକ ୩ ମାମଲା (ନଂ. ୫୬୧, ୫୬୨ ଓ ୫୬୩/୨୧-୨୨) ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଢ଼ାଉରେ ଅବକାରୀ ଗୁଇନ୍ଦା ଉପ ଅଧୀକ୍ଷକ କୁବେର ସେଠୀ, ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ, ଏଏସଆଇ ବ୍ରଜ ବିହାରୀ ନାୟକ ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏରୁ ଫେରିଯିବ ୨୦ ଲକ୍ଷ

ଅନୁଗୋଳ ଅଫିସ,୨।୩ – ମତ୍ସ୍ୟ ଚାଷ ପାଇଁ ଅନୁଗୋଳ ଜିଲାର ଚାଷୀଙ୍କ ମଧ୍ୟରେ ଆଗ୍ରହ ଥିଲେ ବି ସେମାନଙ୍କୁ ମିଳୁନି ଉପଯୁକ୍ତ ସୁଯୋଗ। ଆବଶ୍ୟକସ୍ଥଳେ ବ୍ୟାଙ୍କ...

ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ଜଣେ ଗୁରତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଆଠଗଡ଼,୨୯।୧୧(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ଼ ଥାନା ଅଧୀନ ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରାପାର୍ଟି ଟ୍ରକ୍‌ ସମ୍ମୁଖକୁ...

ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ: ଚାଳକ, ଯାତ୍ରୀ ଅଟକ

ରାୟଗଡ଼ା ଅଫିସ,୩୦ା୩-କୋଭିଡ୍‌-୧୯ର ଭୟାବହତାକୁ ନଜରରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ସୋମବାର ନୟାଗଡ଼ ଜିଲା...

ମିଳିଲା ଶତାଧିକ ଚୋରି ମୋବାଇଲ

ବରଗଡ଼ ଅଫିସ,୧୩ା୪: ବରଗଡ଼ ଜିଲା ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର୍‌ ସେଲର ସହାୟତା ନେଇ ପୋଲିସ ୧୦୧ଟି ମୋବାଇଲ ଜବତ କରିଛି। ଜବତ ମୋବାଇଲର...

‘ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ସଜାଡ଼ିବାକୁ ପଡ଼ିବ’

କଟକ ଅଫିସ,୨୯ା୪: ସରକାର ମଧୁସୂଦନ ଆଇନ କଲେଜକୁ ବିଶ୍ୱବିଦ୍ୟାଳୟ କରି ମଧୁବାବୁଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ଏକ ବର୍ଷ ମଧ୍ୟରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ...

ଭିତରକନିକା ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ: ଜନପ୍ରତିନିଧିଙ୍କ ସହ ମନ୍ତ୍ରୀ ଆଲୋଚନା କରନ୍ତୁ

ଭୁବନେଶ୍ୱର(ବ୍ୟୁରୋ)/ରାଜନଗର,୩୦ା୧୧(ଡି.ଏନ.ଏ.):ଭିତରକନିକା ଜାତୀୟ ଉଦ୍ୟାନର ସୀମା ନିର୍ଦ୍ଧାରଣ ପୂର୍ବରୁ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି...

ହିଂସ୍ର ହେଉଛି ‘ରାକେଶ’

ଢେଙ୍କାନାଳ ଅଫିସ, ୨୮ା୬:  ଜଙ୍ଗଲରେ ମୁକ୍ତ ହୋଇ ବୁଲୁଥିଲା ସେ। ହିଂସ୍ର ଆଚରଣ ତାକୁ ବନ୍ଦୀ କରିଦେଲା ଚିଡ଼ିଆଖାନାରେ। ପ୍ରଥମେ ଶିକୁଳିରେ ବନ୍ଧା ହୋଇ ରହିଲା। ଆଉ...

ରାଜନଗର-ପଟ୍ଟାମୁଣ୍ଡାଇ ବିଧାନସଭା ଆସନ, ସବ୍‌ଡିଭିଜନ ଦାବି

ପଟ୍ଟାମୁଣ୍ଡାଇ, ୨୦ା୮(ଅକ୍ଷୟ ବିଶ୍ୱାଳ/କଳ୍ପତରୁ ନାୟକ)ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ଉପସ୍ଥିତି ଜାହିର କରିଥିଲା। ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ...

Advertisement
Archives

Model This Week