ବାଲି ଟଙ୍କା ୪ ଭାଗ

ଯାଜପୁର ଅଫିସ,୩।୫: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରୁ ବାଲି ଲୁଟ୍‌୍‌ ସୁଚିନ୍ତିତ ଯୋଜନାରେ ଚାଲିଛି। ଯୋଜନା ଅନୁଯାୟୀ ଲୁଟ୍‌ ବାଲି ବାବଦ ଅର୍ଥକୁ ୪ ଭାଗ କରାଯାଉଛି। ଗୋଟିଏ ଭାଗ ସରକାରଙ୍କ ରାଜସ୍ବ ଆଦାୟରେ ଦର୍ଶାଯାଉଥିବାବେଳେ ଆଉ ୩ ଭାଗ ଅର୍ଥକୁ ସମ୍ପୃକ୍ତ ସଂସ୍ଥା, ତହସିଲ ଅଧିକାରୀ ଓ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳଙ୍କ ପକେଟକୁ ଯାଉଥିବା ଅଭିଯୋଗ ହେଉଛି। ଜିଲାପାଳ ରାଜସ୍ବ ଆଦାୟ ହେଉଥିବା ଜାଣି ସମ୍ପୃକ୍ତ ଅଧିକାରୀମାନଙ୍କୁ ସାବାସି ଦେଉଛନ୍ତି। ହେଲେ ବାସ୍ତବରେ ଜିଲାପାଳଙ୍କୁ ଅନ୍ଧାରରେ ରଖି ମାସିକ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ କାରବାର ହେଉଥିବା କୁହାଯାଉଛି। ଏଥିଯୋଗୁ କେବଳ ରାଜସ୍ବ କ୍ଷତି ନୁହେଁ, ଗଁା ପରିବେଶ ଦୂଷିତ ହେବା ସହ ନଦୀବନ୍ଧ ଦୁର୍ବଳ ଓ ନଦୀର ପ୍ରାକୃତିକ ସନ୍ତୁଳନ ବ୍ୟାହତ ହେଉଛି।
ବୈତରଣୀ ନଦୀଗର୍ଭରେ ଯାଜପୁର ଜିଲାର ବ୍ୟାସନଗର, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ଏବଂ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ, ତିହିଡି, ଧାମନଗର ଆଦି ତହସିଲ ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ୱ ବେଆଇନ ବାଲି ଖାଦାନ ଚାଲିଛି। କେତେକ ଖାଦାନକୁ ଲିଜ୍‌ ଦିଆଯାଇଥିବାବେଳେ ସେମାନେ ଧାର୍ଯ୍ୟ ପରିମାଣଠାରୁ ଢେର ଗୁଣରେ ଅଧିକ ବାଲି ଉତ୍ତୋଳନ କରୁଛନ୍ତି। ସମ୍ପ୍ରତି ସରକାର ଧାର୍ଯ୍ୟ ଉତ୍ତୋଳନ ପରିମାଣ ଅନୁଯାୟୀ ମେଶିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ତେବେ ଏହାର ମଧ୍ୟ ଉଲ୍ଲଂଘନ କରାଯାଇ ଏକାଧିକ ମେଶିନ ବ୍ୟବହାର କରାଯାଉଛି। ଷଠିପୁର ଲିଙ୍ଗେଶ୍ୱର ବାଲିଘାଟରେ ଏଭଳି ଏକାଧିକ ମେଶିନ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏହାବାଦ ନିଶଙ୍ଖପୁର, ନୟାହାଟପାଟଣା, ଗହ୍ମାରିଆ, ଦୋସିଆମୁହଁା, କଣ୍ଟାବଣିଆ ସାହାଡ଼ାଶୁଣୀ, ମୁକୁନ୍ଦପୁର, ମଥୁରାପୁର, ମୂଳାପାଳ, ସାଲବା ବାଲିଘାଟରେ ବାଲି ଉତ୍ତୋଳନରେ ବ୍ୟାପକ ଅନିୟମିତତା ହେଉଛି। ଅନ୍ୟପକ୍ଷେ ରଣପୁର, କଣ୍ଟାବଣିଆ, ମୁକୁନ୍ଦପୁର, ମଥୁରାପୁର, ନିସଙ୍ଗପୁର, ମୂଳାପାଳ, ସାଳବା, ଧନତ୍ରୀ, ଗୋବିନ୍ଦପୁର, ବରପଦା ଆଦି ଗ୍ରାମର ନଦୀବନ୍ଧ ଦେଇ ବାଲି ବୋଝେଇ ହାଇୱା ଗାଡି ଚଳାଚଳ କରୁଥିବାରୁ ନଦୀବନ୍ଧ ଦୁର୍ବଳ ହେଉଛି। ଏନେଇ ସମ୍ପୃକ୍ତ ଗ୍ରାମବାସୀ ଏକାଧିକ ଥର ବିଡିଓ, ଜିଲାପାଳ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।
ଜଳ ସମ୍ପଦ ବିଭାଗ କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ସହ ବୈଜ୍ଞାନିକ ପଦ୍ଧତିରେ ନଦୀବାଲିର ପରିମାଣ ଓ ଉତ୍ତୋଳନ ଆକଳନ କରିବେ। ଏଥିସହ ନିର୍ଦ୍ଦିଷ୍ଟ ବାଲିଘାଟ ଚିହ୍ନଟ କରି ୨ ମାସ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବା ପରେ ଲିଜ୍‌ ପ୍ରଦାନ କରାଯିବ ବୋଲି ଯେଉଁ ନିୟମ ରହିଛି ତାହା ମଧ୍ୟ ଏଠାରେ କାର୍ଯ୍ୟକାରୀ ହେଉନାହିଁ। ବୈତରଣୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ବନ୍ୟାଦାଉରୁ ରକ୍ଷା କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରି ନଦୀବନ୍ଧ ନିର୍ମାଣ କରାଯାଉଛି। କିନ୍ତୁ ଏଠାରେ ବେଆଇନ ବାଲି ବୋଝେଇ ଗାଡ଼ି ଚଳାଚଳ ଯୋଗୁ ତାହା ଦୁର୍ବଳ ହେବା ସହ ଲୋକଙ୍କ ଧନଜୀବନ ଉପରେ ପ୍ରଭାବ ପକାଉଛି। ତେବେ ସରକାରୀସ୍ତରରେ ଯେତେ ଯୋଜନା ଓ ନିଷ୍ପତ୍ତି ଗ୍ରହଣ କରାଯାଉଥିଲେ ହେଁ ବାଲି ଖାଦାନରେ ଉପୁରିଆ ଭାବେ ବିପୁଳ ପରିମାଣର ଲାଭ ମିଳୁଥିବାରୁ ତହସିଲସ୍ତରରେ ତାହାକୁ ପାଳନ କରାଯାଉ ନାହିଁ। ଯାଜପୁର ଜିଲାରେ ରାଜନୈତିକ ଛତ୍ରଛାୟାରେ ବେଆଇନ ଭାବେ ବାଲି ଲୁଟ୍‌ ସୀମା ଲଂଘିଛି। ଟାସ୍କଫୋର୍ସ କମିଟି, ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ, ବିଧାନସଭାରେ ଆଲୋଚନା ଆଦି କୌଣସି ନିଷ୍ପତ୍ତିକୁ କେହି ମାନୁନାହାନ୍ତି।
ଅନ୍ୟପକ୍ଷେ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ଅନୁମତି ମିଳିବା ଦିନଠାରୁ ଶତାଧିକ ବାଲି ଉତ୍ତୋଳନ କାର୍ଯ୍ୟ କରୁଥିବା ଶ୍ରମିକ ରୋଜଗାର ହରାଇଛନ୍ତି। ଫଳରେ କରୋନା ସମୟରେ ସମ୍ପୃକ୍ତ ଶ୍ରମିକମାନେ କାମ ଅନ୍ବେଷଣରେ ନୟାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଯାଜପୁର ଅତରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ ବାଲି ଖାଦାନ ଓ ଅନୁମତିଠାରୁ ଢେର ଗୁଣ ଅଧିକ ଉତ୍ତୋଳନ ଅଭିଯୋଗ ତଦନ୍ତ ସାପେକ୍ଷ। ଆବଶ୍ୟକ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri