ବାଲି ଟଙ୍କା ୪ ଭାଗ

ଯାଜପୁର ଅଫିସ,୩।୫: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରୁ ବାଲି ଲୁଟ୍‌୍‌ ସୁଚିନ୍ତିତ ଯୋଜନାରେ ଚାଲିଛି। ଯୋଜନା ଅନୁଯାୟୀ ଲୁଟ୍‌ ବାଲି ବାବଦ ଅର୍ଥକୁ ୪ ଭାଗ କରାଯାଉଛି। ଗୋଟିଏ ଭାଗ ସରକାରଙ୍କ ରାଜସ୍ବ ଆଦାୟରେ ଦର୍ଶାଯାଉଥିବାବେଳେ ଆଉ ୩ ଭାଗ ଅର୍ଥକୁ ସମ୍ପୃକ୍ତ ସଂସ୍ଥା, ତହସିଲ ଅଧିକାରୀ ଓ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳଙ୍କ ପକେଟକୁ ଯାଉଥିବା ଅଭିଯୋଗ ହେଉଛି। ଜିଲାପାଳ ରାଜସ୍ବ ଆଦାୟ ହେଉଥିବା ଜାଣି ସମ୍ପୃକ୍ତ ଅଧିକାରୀମାନଙ୍କୁ ସାବାସି ଦେଉଛନ୍ତି। ହେଲେ ବାସ୍ତବରେ ଜିଲାପାଳଙ୍କୁ ଅନ୍ଧାରରେ ରଖି ମାସିକ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ କାରବାର ହେଉଥିବା କୁହାଯାଉଛି। ଏଥିଯୋଗୁ କେବଳ ରାଜସ୍ବ କ୍ଷତି ନୁହେଁ, ଗଁା ପରିବେଶ ଦୂଷିତ ହେବା ସହ ନଦୀବନ୍ଧ ଦୁର୍ବଳ ଓ ନଦୀର ପ୍ରାକୃତିକ ସନ୍ତୁଳନ ବ୍ୟାହତ ହେଉଛି।
ବୈତରଣୀ ନଦୀଗର୍ଭରେ ଯାଜପୁର ଜିଲାର ବ୍ୟାସନଗର, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ଏବଂ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ, ତିହିଡି, ଧାମନଗର ଆଦି ତହସିଲ ଅଞ୍ଚଳରେ ୧୦୦ରୁ ଊର୍ଦ୍ଧ୍ୱ ବେଆଇନ ବାଲି ଖାଦାନ ଚାଲିଛି। କେତେକ ଖାଦାନକୁ ଲିଜ୍‌ ଦିଆଯାଇଥିବାବେଳେ ସେମାନେ ଧାର୍ଯ୍ୟ ପରିମାଣଠାରୁ ଢେର ଗୁଣରେ ଅଧିକ ବାଲି ଉତ୍ତୋଳନ କରୁଛନ୍ତି। ସମ୍ପ୍ରତି ସରକାର ଧାର୍ଯ୍ୟ ଉତ୍ତୋଳନ ପରିମାଣ ଅନୁଯାୟୀ ମେଶିନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ତେବେ ଏହାର ମଧ୍ୟ ଉଲ୍ଲଂଘନ କରାଯାଇ ଏକାଧିକ ମେଶିନ ବ୍ୟବହାର କରାଯାଉଛି। ଷଠିପୁର ଲିଙ୍ଗେଶ୍ୱର ବାଲିଘାଟରେ ଏଭଳି ଏକାଧିକ ମେଶିନ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏହାବାଦ ନିଶଙ୍ଖପୁର, ନୟାହାଟପାଟଣା, ଗହ୍ମାରିଆ, ଦୋସିଆମୁହଁା, କଣ୍ଟାବଣିଆ ସାହାଡ଼ାଶୁଣୀ, ମୁକୁନ୍ଦପୁର, ମଥୁରାପୁର, ମୂଳାପାଳ, ସାଲବା ବାଲିଘାଟରେ ବାଲି ଉତ୍ତୋଳନରେ ବ୍ୟାପକ ଅନିୟମିତତା ହେଉଛି। ଅନ୍ୟପକ୍ଷେ ରଣପୁର, କଣ୍ଟାବଣିଆ, ମୁକୁନ୍ଦପୁର, ମଥୁରାପୁର, ନିସଙ୍ଗପୁର, ମୂଳାପାଳ, ସାଳବା, ଧନତ୍ରୀ, ଗୋବିନ୍ଦପୁର, ବରପଦା ଆଦି ଗ୍ରାମର ନଦୀବନ୍ଧ ଦେଇ ବାଲି ବୋଝେଇ ହାଇୱା ଗାଡି ଚଳାଚଳ କରୁଥିବାରୁ ନଦୀବନ୍ଧ ଦୁର୍ବଳ ହେଉଛି। ଏନେଇ ସମ୍ପୃକ୍ତ ଗ୍ରାମବାସୀ ଏକାଧିକ ଥର ବିଡିଓ, ଜିଲାପାଳ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ହେଁ କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।
ଜଳ ସମ୍ପଦ ବିଭାଗ କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ସହ ବୈଜ୍ଞାନିକ ପଦ୍ଧତିରେ ନଦୀବାଲିର ପରିମାଣ ଓ ଉତ୍ତୋଳନ ଆକଳନ କରିବେ। ଏଥିସହ ନିର୍ଦ୍ଦିଷ୍ଟ ବାଲିଘାଟ ଚିହ୍ନଟ କରି ୨ ମାସ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବା ପରେ ଲିଜ୍‌ ପ୍ରଦାନ କରାଯିବ ବୋଲି ଯେଉଁ ନିୟମ ରହିଛି ତାହା ମଧ୍ୟ ଏଠାରେ କାର୍ଯ୍ୟକାରୀ ହେଉନାହିଁ। ବୈତରଣୀ ତଟବର୍ତ୍ତୀ ଗ୍ରାମବାସୀଙ୍କୁ ବନ୍ୟାଦାଉରୁ ରକ୍ଷା କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରି ନଦୀବନ୍ଧ ନିର୍ମାଣ କରାଯାଉଛି। କିନ୍ତୁ ଏଠାରେ ବେଆଇନ ବାଲି ବୋଝେଇ ଗାଡ଼ି ଚଳାଚଳ ଯୋଗୁ ତାହା ଦୁର୍ବଳ ହେବା ସହ ଲୋକଙ୍କ ଧନଜୀବନ ଉପରେ ପ୍ରଭାବ ପକାଉଛି। ତେବେ ସରକାରୀସ୍ତରରେ ଯେତେ ଯୋଜନା ଓ ନିଷ୍ପତ୍ତି ଗ୍ରହଣ କରାଯାଉଥିଲେ ହେଁ ବାଲି ଖାଦାନରେ ଉପୁରିଆ ଭାବେ ବିପୁଳ ପରିମାଣର ଲାଭ ମିଳୁଥିବାରୁ ତହସିଲସ୍ତରରେ ତାହାକୁ ପାଳନ କରାଯାଉ ନାହିଁ। ଯାଜପୁର ଜିଲାରେ ରାଜନୈତିକ ଛତ୍ରଛାୟାରେ ବେଆଇନ ଭାବେ ବାଲି ଲୁଟ୍‌ ସୀମା ଲଂଘିଛି। ଟାସ୍କଫୋର୍ସ କମିଟି, ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ, ବିଧାନସଭାରେ ଆଲୋଚନା ଆଦି କୌଣସି ନିଷ୍ପତ୍ତିକୁ କେହି ମାନୁନାହାନ୍ତି।
ଅନ୍ୟପକ୍ଷେ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ଅନୁମତି ମିଳିବା ଦିନଠାରୁ ଶତାଧିକ ବାଲି ଉତ୍ତୋଳନ କାର୍ଯ୍ୟ କରୁଥିବା ଶ୍ରମିକ ରୋଜଗାର ହରାଇଛନ୍ତି। ଫଳରେ କରୋନା ସମୟରେ ସମ୍ପୃକ୍ତ ଶ୍ରମିକମାନେ କାମ ଅନ୍ବେଷଣରେ ନୟାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଯାଜପୁର ଅତରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ ବାଲି ଖାଦାନ ଓ ଅନୁମତିଠାରୁ ଢେର ଗୁଣ ଅଧିକ ଉତ୍ତୋଳନ ଅଭିଯୋଗ ତଦନ୍ତ ସାପେକ୍ଷ। ଆବଶ୍ୟକ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri