୪ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇସ୍‌ଲାମାବାଦ,୧୩।୧(ପି.ଟି.): ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଜମାତ୍‌-ଉଦ୍‌-ଦ୍ୱାଓ୍ବା(ଜେୟୁଡି) ମୁଖ୍ୟ ହାଫିଜ୍‌ ସୟିଦ୍‌ଙ୍କ ଘର ବାହାରେ ବିସ୍ଫୋରଣ ମାମଲାରେ ପାକିସ୍ତାନର ଲାହୋର ସ୍ଥିତ ଏକ କୋର୍ଟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ୨୦୨୧ ଜୁନ୍‌ ୨୩ରେ ହାଫିଜ୍‌ଙ୍କ ଘର ବାହାରେ ବିସ୍ଫୋରଣ ହୋଇଥିଲା। ଏଥିରେ ସମ୍ପୃକ୍ତ ଅଞ୍ଚଳର ଅନେକ ଘର, ଦୋକାନ ଓ ଯାନବାହନ ନଷ୍ଟ ହୋଇଯାଇଥିଲା। ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଥିବାବେଳେ ୨୦ ଜଣ ଆହତ ହୋଇଥିଲେ। ଆତଙ୍କବାଦ ନିରୋଧୀ ଅଦାଲତର ବିଚାରପତି ଅର୍ଶଦ ହୁସେନ୍‌ ଭୁଟ୍ଟା ଏହି ମାମଲାର ଶୁଣାଣି କରି ଆୟେଶା ବିବି ନାମ୍ନୀ ଜଣେ ମହିଳାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତେହ୍‌ରିକ୍‌-ଇ-ତାଲିବାନ୍‌ ପାକିସ୍ତାନ (ଟିଟିପି)ର ଇଦ୍‌ ଗୁଲ୍‌, ପିଟର ପଲ୍‌ ଡେଭିଡ୍‌, ସଜାଦ୍‌ ଶାହ ଏବଂ ଜିଆ ଉଲ୍ଲାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌: ଚାଲିଗଲା ୧୩ ଜୀବନ

ନାଏପିଡାଉ,୨୦।୯: ଉତ୍ତର-ମଧ୍ୟ ମ୍ୟାନମାରର ସାଗିଙ୍ଗ ଅଞ୍ଚଳର ଏକ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍‌ ହୋଇଛି। ଏଥିରେ ୭ ଜଣ ଶିଶୁଙ୍କ ସମେତ ଅତି କମରେ ୧୩...

ଶ୍ରଦ୍ଧାଞ୍ଜଳି ସଭାରେ ଆକ୍ରମଣ

କାବୁଲ,୭ା୩(ଏ.ଏଫ୍‌.ପି.): ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ରାଜନୈତିକ ସଭା ଚାଲିଥିବାବେଳେ ଆକ୍ରମଣ ହୋଇଛି। ଏଥିରେ ଅନୂ୍ୟନ ୨୯ ଜଣ ନିହତ ଓ ୩୦ ଆହତ ହୋଇଛନ୍ତି।...

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ପ୍ରୟୁଥ ଚାନ୍‌-ଓକା

ବ୍ୟାଙ୍କକ୍‌,୧୨ା୬(ଆଇଏଏନ୍‌ଏସ୍‌): ସେନାମୁଖ୍ୟ ଜେନେରାଲ ପ୍ରୟୁଥ ଚାନ୍‌-ଓକା ମଙ୍ଗଳବାର ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସାମରିକ ଶାସନର ଦୀର୍ଘ ୫ବର୍ଷ ପରେ ଦେଶରେ ଏକ...

‘ବିଶ୍ୱର ଏକତୃତୀୟାଂଶ ଟିକା ନେଇନାହାନ୍ତି’

ଜେନେଭା,୩୧।୩: କେତେକ ଧନୀ ଦେଶରେ କୋଭିଡ୍‌ ଟିକାର ଚତୁର୍ଥ ଓ ପଞ୍ଚମ ଡୋଜ୍‌ ଦିଆଗଲାଣି। ଅଥଚ ବିଶ୍ୱ ଜନସଂଖ୍ୟାର ଏକ-ତୃତୀୟଂଶ ଏପର୍ଯ୍ୟନ୍ତ ଟିକାର ଗୋଟିଏ ହେଲେ...

ଆସନ୍ତା ସପ୍ତାହରେ ପୁଟିନଙ୍କୁ ସାକ୍ଷାତ୍ କରିବାକୁ ରୁଷିଆ ଯାଇପାରନ୍ତି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ, ରିପୋର୍ଟରେ ଦାବି

ବେଜିଂ,୧୩ ।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ୍ କରିବାକୁ ମସ୍କୋ ଯାଇପାରନ୍ତି । ରୁଷିଆ-ୟୁକ୍ରେନ...

ତାରା ଏନ୍ତୁଡ଼ିଶାଳର ମିଳିଲା ସନ୍ଧାନ, ହୁବଲ ଟେଲିସ୍କୋପ୍‌ ଦେଲା ସୂଚନା…

ଓ୍ବାଶିଂଟନ,୨୬।୮: ତାରା ଜନ୍ମ ହେବାର ଏନ୍ତୁଡ଼ିଶାଳ ସମ୍ପର୍କରେ ସନ୍ଧାନ ମିଳିଛି। ନାସାର ହୁବଲ ଟେଲିସ୍କୋପ୍‌ ଏନେଇ ସୂଚନା ଦେଇଛି। ନାସା ପକ୍ଷରୁ ଏହାକୁ ଷ୍ଟେଲାର ନର୍ସରୀ...

ଭୂତାଣୁ ନୁହେଁ, କେନିୟାରେ ମାରକ ହେବ ଦୁର୍ବଳ ସ୍ବାସ୍ଥ୍ୟସେବା

ନାଇରୋବି,୨୨।୩: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଏବେ ଅଚଳାବସ୍ଥା ସୃଷ୍ଟି କରିଛି। ୟୁରୋପୀୟ ଦେଶଗୁଡ଼ିକର ଏବେ ପ୍ରମୁଖ ଧ୍ୟେୟ ହୋଇଛି, କିପରି ଲୋକରୁ...

ମ୍ୟାନମାରର ସେନା ଶାସନ ଚତୁର୍ଥ ଥର ବଢାଇଲା ଏମରଜେନ୍ସି, ଅସନ୍ତୋଷ ବ୍ୟକ୍ତ କଲା ଆମେରିକା

ଓ୍ବାଶିଂଟନ,୧।୮: ମ୍ୟାନମାରର ସାମରିକ ଶାସନ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଉ ୬ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ମ୍ୟାନମାର ସାମରିକ ଶାସନର ଏହି...

Advertisement
Archives

Model This Week