ଅକଳରେ ୪ ପୁରୁଷ ବିଧାୟକ

ଜଗତ୍‌ସିଂହପୁର,୨୯ା୧୨(ପ୍ରମୋଦ କୁମାର ନାୟକ): ଗତ ସେପ୍ଟେମ୍ବରରେ ମହିଳା ସଂରକ୍ଷଣ ବିଲ୍‌ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ପାରିତ ହୋଇ ଆଇନରେ ପରିଣତ ହୋଇଛି। ହେଲେ ଏହା ୨୦୨୯ରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି। କିନ୍ତୁ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ଗତ ଲୋକ ସଭା ନିର୍ବାଚନରେ ଯେଭଳି ମହିଳାଙ୍କୁ ଆଗ୍ରାଧିକାର ଦେଇ ସଫଳତା ପାଇଥିଲା, ସେହି ରଣନୀତି ବିଧାନସଭା ନିର୍ବାଚନରେ ପ୍ରୟୋଗ କରିପାରେ ବୋଲି ଆଲୋଚନା ହେଲାଣି।
ଏହି ପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲାକୁ ଦେଖିଲେ ରାଜନୈତିକ ମହଲରେ କଥା ଚାଲିଛି ଯେ, ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ସୁଯୋଗ ଦେଲେ ପୁରୁଷ ନେତାଙ୍କ ଭାଗ କମିଯିବ। ବିଜେଡି ସଭାପତି ନବୀନ ପଟ୍ଟନାୟକ ମହିଳାଙ୍କୁ ଗୁରୁତ୍ୱ ଦେଉଥିବାରୁ ଦଳୀୟ ଟିକେଟ ବଣ୍ଟା ବେଳେ ତାହା ପ୍ରତିଫଳିତ ହୋଇପାରେ ବୋଲି କୁହାଯାଉଛି। ଗତ ୨୬ ତାରିଖରେ ସ୍ଥାନୀୟ ଏକ ମଣ୍ଡପରେ ଅନୁଷ୍ଠିତ ବିଜେଡି ପ୍ରତିଷ୍ଠା ଦିବସରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଆଭାସ ଦେବା ପରେ ଜିଲାବ୍ୟାପୀ ସେହି ଚର୍ଚ୍ଚା ଚାଲିଛି। ସେ କହିଥିଲେ, ଆଗାମୀ ଦିନରେ ଅନେକ ମା’ଙ୍କୁ ବିଜେଡି ଟିକେଟ୍‌ ମିଳିବ। ତେଣୁ ଯେଉଁମାନେ ବିଧାୟକ ଅଛନ୍ତି, ସେମାନେ ପ୍ରତ୍ୟେକ ମା’ମାନଙ୍କୁ ଆସନ ଛାଡ଼ିବା ପାଇଁ ଏକପ୍ରକାର ମାନସିକସ୍ତରରେ ପ୍ରସ୍ତୁତ ଅଛନ୍ତି। ଯଦିଓ ପୂର୍ବରୁ କେତେଜଣ ମହିଳା ବିଧାୟକ ପଦବୀ ପାଇଁ ଆଶାୟୀ ଅଛନ୍ତି, କିନ୍ତୁ ମୁଦୁଲିଙ୍କ ଏହି ବୟାନ ଆଉ କେତେକଙ୍କୁ ପ୍ରାର୍ଥୀ ହେବା ପାଇଁ ଉତ୍ସାହିତ କରିଥିବା ଆଲୋଚନା ଚାଲିଛି। ବାସ୍ତବରେ ବିଜେଡି ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କଲେ ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କେଉଁ ଆସନଟି ସଂରକ୍ଷିତ ହେବ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
୨୦୧୯ ନିର୍ବାଚନରେ ଜିଲାର ସମସ୍ତ ୪ଟି ଆସନ ବିଜେଡି ହାତକୁ ଯାଇଥିଲା। ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସେମାନେ ଆଶା ରଖିଥିବା ବେଳେ ଦଳ ଭିତରେ ଆହୁରି ଆଶାୟୀ ଧାଡ଼ି ବାନ୍ଧିଲେଣି। ଯଦି ୩୩ ପ୍ରତିଶତ ହିସାବରେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ ହେବା ଲାଗି ସୁଯୋଗ ଦିଏ, ତେବେ ଜିଲାର କେଉଁ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ, ତାହାକୁ ନେଇ ବର୍ତ୍ତମାନର ବିଧାୟକମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ୧୯୫୧ରୁ ଏ ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନଗୁଡିକୁ ଅନୁଶୀଳନ କଲେ ଜଣାଯାଏ ଜିଲାର ତିର୍ତ୍ତୋଲ ବିଧାନସଭା ଆସନରେ ୨୦୧୪ରେ କେବଳ ରାଜଶ୍ରୀ ମଲ୍ଲିକ ଥରକ ପାଇଁ ବିଧାୟିକା ହୋଇଥିଲେ। ତାଙ୍କ ବାଦ୍‌ ଜିଲାର କୌଣସି ନିର୍ବାଚନମଣ୍ଡଳୀରେ ଅନ୍ୟ କେହି ମହିଳା ବିଧାୟକ ହୋଇପାରି ନାହାନ୍ତି। ଏବେ ଜିଲାର ବିଧାୟକ ଭାବେ ଜଗତ୍‌ସିଂହପୁରରେ ପ୍ରଶାନ୍ତ କୁମାର ମୁଦୁଲି, ବାଲିକୁଦା-ଏରସମାରେ ରଘୁନନ୍ଦନ ଦାସ, ତିର୍ତ୍ତୋଲରେ ବିଜୟଶଙ୍କର ଦାସ ଓ ପାରାଦୀପରେ ସମ୍ବିତ ରାଉତରାୟ ଅଛନ୍ତି। ଏହି ବିଧାୟକମାନଙ୍କ ମଧ୍ୟରୁ ମୁଦୁଲି ୩ ଥର ବିଧାୟକ ହୋଇଛନ୍ତି। ସେଥିମଧ୍ୟରୁ ସେ ୨୦୦୯ ଓ ୨୦୧୪ରେ ବାଲିକୁଦା-ଏରସମା ଏବଂ ୨୦୧୯ରେ ଜଗତ୍‌ସିଂହପୁର ବିଧାନସଭା ଆସନରୁ ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିଲେ। ସେ ଦଳୀୟ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଥିଲେ ମଧ୍ୟ ନିର୍ବାଚନମଣ୍ଡଳୀରେ ଆହୁରି ଆଶାୟୀ ଥିବାରୁ ସମାନ୍ତରାଳ ବୈଠକ କରି ତାଙ୍କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି। ଏଥିସହିତ ଆଉ ଏକ ପ୍ରସଙ୍ଗ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିଛି। କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ୨୦୧୯ ସାଧାରଣ ନିର୍ବାଚନରେ ମୁଦୁଲିଙ୍କଠାରୁ ହାରିଯିବା ପରେ ଏକପ୍ରକାର ନୀରବ ରହିଛନ୍ତି। ସାଙ୍ଗଠନିକ କାର୍ଯ୍ୟକୁ କ୍ରିୟାଶୀଳ ତ ଦୂରର କଥା ନିର୍ବାଚନମଣ୍ଡଳୀ ଦଳୀୟ ନେତା ଓ କର୍ମୀଙ୍କଠାରୁ ସମ୍ପର୍କ କମାଇ ଦେଇଛନ୍ତି। ଏପରି କି ନିର୍ବାଚନମଣ୍ଡଳୀକୁ ଆପାତତଃ ଆସୁନାହାନ୍ତି। ସେ କୁଆଡ଼େ ବିଜେଡିରେ ମିଶିବେ ବୋଲି ଚିନ୍ତା କରିଥିବା ଆଲୋଚନା ହେଉଛି। ମଝିରେ ମଝିରେ ଏଭଳି ଚର୍ଚ୍ଚା ଜୋର ଧରୁଥିବା ବେଳେ ସେ କଂଗ୍ରେସରେ ଅଛନ୍ତି ବୋଲି କହୁଛନ୍ତି। ଅନ୍ୟ କେଉଁ ଦଳରେ ମିଶିବେ କି ନାହିଁ ସେନେଇ ସ୍ପଷ୍ଟ କରୁନାହାନ୍ତି। ଯଦି ବିଶ୍ୱାଳ ବିଜେଡିରେ ମିଶିବେ ତେବେ ଜଗତ୍‌ସିଂହପୁର ଆସନ ଉପରେ ତାଙ୍କର ନଜର ରହିବ ବୋଲି କଂଗ୍ରେସର କେତେଜଣ ନେତା ନାମ ଗୋପନ ରଖି ଏଭଳି କହିଛନ୍ତି। ତେବେ ବ୍ୟବସାୟୀ ଅମୀୟ ଦାସଙ୍କ ସ୍ତ୍ରୀ ପ୍ରଣତି ଦାସ ଓ ଜଗତ୍‌ସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ମଧ୍ୟ ଆଶାୟୀ ଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସେହିପରି ବାଲିକୁଦା-ଏରସମା ବିଧାୟକ ଅଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ। ସ୍ବାସ୍ଥ୍ୟଗତ କାରଣରୁ ସେ ଏଥର ପ୍ରାର୍ଥୀ ନ ହୋଇ ପୁଅକୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା କୁହାଯାଉଛି। ହେଲେ କଂଗ୍ରେସ ଛାଡ଼ିି ବିଜେଡିରେ ଯୋଗ ଦେଇଥିବା ସାରଦା ଜେନା ଏହି ଆସନ ପାଇଁ ଅନ୍ୟତମ ପ୍ରମୁଖ ଦାବିଦାର ବୋଲି ଜଣାଯାଇଛି। କାରଣ ସେ ଏବେ ବିଜେଡି ସାଧାରଣ ସମ୍ପାଦକ, କାଳିଆ ଯୋଜନା ଉପଦେଷ୍ଟା ଓ ଜିଲା ଯୋଜନା କମିଟିର ଏକ୍ସପର୍ଟ ସଭ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଜଗତ୍‌ସିଂହପୁର ବିଧାୟକ ମୁଦୁଲି ମଧ୍ୟ ଏହି ଆସନରୁ ପ୍ରାର୍ଥୀ ହୋଇପାରନ୍ତି। କାରଣ ପୂର୍ବରୁ ସେ ଏହି ଆସନରୁ ୨ଥର ବିଧାୟକ ହୋଇଥିଲେ। ନିର୍ବାଚନମଣ୍ଡଳୀରେ ତାଙ୍କର ସଙ୍ଗଠନ ଥିବାରୁ ତାଙ୍କୁ ଏଠାରୁ ପ୍ରାର୍ଥୀ କରାଯିବା ବିଷୟ ଆଲୋଚନା ପରିସରକୁ ଆସିଛି। ସେହିପରି ବିଧାୟକ ରଘୁନନ୍ଦନ ଦାସଙ୍କ ନିକଟତମ ବ୍ୟକ୍ତି ତଥା ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି ପାର୍ଥ ସାରଥି ରାଉତ ମଧ୍ୟ ପ୍ରାର୍ଥୀ ପାଇଁ ଆଶାୟୀ। ଅନୁରୂପ ଭାବେ ଦେଖିଲେ, ବରିଷ୍ଠ ବିଜେଡି ନେତା ଉମେଶ ସ୍ବାଇଁଙ୍କ ବୋହୂ ଶିଖା ଉମେଶ ସ୍ବାଇଁ, ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ମନ୍ଦାକିନୀ କର ଓ ବାଲିକୁଦା ବ୍ଲକ ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ମହିଳା କମିଶନ ସଭ୍ୟା ବବିତା ସ୍ବାଇଁ ମଧ୍ୟ ଆଶାୟୀ ତାଲିକାରେ।
ତିର୍ତ୍ତୋଲ ଆସନରେ ବିଧାୟକ ବିଜୟଶଙ୍କର ଦାସଙ୍କ ସମେତ ରମାକାନ୍ତ ଭୋଇ ଓ ଯୁଧିଷ୍ଠିର ସେଠୀ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି। କିନ୍ତୁ ମହିଳା ହିସାବରେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଓ ଏମ୍‌ପି ରାଜଶ୍ରୀ ମଲ୍ଲିକ ମଧ୍ୟ ଆଶାୟୀ। ପାରାଦୀପ ନିର୍ବାଚନମଣ୍ଡଳୀରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବିଧାୟକ ସମ୍ବିତ ରାଉତରାୟ, ପ୍ରମୋଦ କିଶୋର ଜେନା ଓ ସନ୍ତୋଷ ପଟ୍ଟନାୟକଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଏହାବାଦ୍‌ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲ, ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ମିଶିବାର ଆଲୋଚନା ହେଉଥିବାରୁ ସେମାନଙ୍କୁ ଥଇଥାନ କରାଯାଇପାରେ। ବିଧାୟକ ପ୍ରଶାନ୍ତ ମୁଦୁଲି ଆବଶ୍ୟକସ୍ଥଳେ ପାରାଦୀପରୁ ଲଢ଼ିପାରନ୍ତି। ଜିଲା ମହିଳା ବିଜେଡି ସଭାପତି ସବିତା ମହାପାତ୍ରଙ୍କ ନାମ ମଧ୍ୟ ଏହି ଆସନ ପାଇଁ ଚର୍ଚ୍ଚାରେ ରହିଛି। ତେବେ କେଉଁ ଆସନଟିକୁ ବିଜେଡି ମହିଳାଙ୍କୁ ଛାଡ଼ିବ, ତାହା ଉପରେ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?