୪ ବିଖଣ୍ଡିତ ବୌଦ୍ଧମୂର୍ତ୍ତିର ସନ୍ଧାନ ମିଳିଲା

ଯାଜପୁର ଅଫିସ/ଚଣ୍ଡିଖୋଲ (ଡି.ଏନ.ଏ.),୧୫ା୩: ଐତିହାସିକମାନଙ୍କ ମତରେ ପରାଭାଡ଼ି ବୌଦ୍ଧସ୍ତୂପ ପ୍ରାୟ ୧୫୦୦ ବର୍ଷ ତଳର ଇତିହାସ। ମଙ୍ଗଳବାର ଏହି ଖନନ କାର୍ଯ୍ୟ ୨୮ ଦିନରେ ପହଞ୍ଚିଛି। ଆହୁରି ଦିନେ ଦୁଇଦିନ ପରେ ଖନନ ଶେଷ ହେବ ା ଏହାସହିତ ସମାନ୍ତରାଳ ଭାବେ ଡକ୍ୟୁମେଣ୍ଟେଶନ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଭାରତୀୟ ପ୍ରନତ୍ତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ସ୍ତୂପ ଖନନ ଏବଂ ଅନ୍ୟାନ୍ୟ ସହାୟକ କାର୍ଯ୍ୟ ପାଇଁ ପ୍ରାୟ ୩୦୩୫ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି । ୮ମ ଶତାବ୍ବୀର ଏହି ବିଶାଳ ବୌଦ୍ଧସ୍ତୂପ ଖନନ ଶେଷ ହେବାପରେ ୧୪୦୦-୧୫୦୦ ବର୍ଷ ତଳର ଏକ ସୁନ୍ଦର ବୌଦ୍ଧ କୀର୍ତ୍ତିରାଜି ଲୋକଲୋଚନକୁ ଆସିବ । ଖନନବେଳେ ସ୍ତୂପର ଚାରିଦିଗରୁ ୪ଟି ବିଖଣ୍ଡିତ ବୌଦ୍ଧମୂର୍ତ୍ତି ମିଳିଛି ା ସେହି ମୂର୍ତ୍ତିଗୁଡ଼ିକୁ ନିକଟସ୍ଥ ଲଳିତଗିରିର ବୌଦ୍ଧ ସଂଗ୍ରହାଳୟଠାରେ ରଖାଯାଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୪୦ ମିଟର ଉଚ୍ଚ ପାହାଡ଼ ଶୀର୍ଷରେ ୧୫ଫୁଟ ବିଶିଷ୍ଟ ଏହି ବୌଦ୍ଧସ୍ତୂପ କେମିତି ନିର୍ମାଣ ହୋଇଥିଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି। ଉକ୍ତ ଖନନ ପ୍ରକ୍ରିୟାରେ ୧୯୯୯ରେ ଲଳିତଗିରି ବୌଦ୍ଧସ୍ତୂପ ଖନନ କାର୍ଯ୍ୟ କରିଥିବା କେତେଜଣ କୁଶଳୀ ଶ୍ରମିକ ଓ ୭ ଜଣ ସ୍ଥାନୀୟ ମହିଳା ଶ୍ରମିକ ନିୟୋଜିତ ଅଛନ୍ତି। ଲଣ୍ଡାପାହାଡ଼ ଲଳିତଗିରି ଓ ବଡ଼ପାହାଡ (ଶୁଖୁଆପଡା) ହେଉଛି ଅସିହା ଗିରିମାଳା ଅନ୍ତର୍ଗତ ପ୍ରସିଦ୍ଧ କୀର୍ତ୍ତିରାଜିରେ ଭରା ଦୁଇଟି ଗିରିମେଖଳା। ଏହାସହିତ ଓଳାଶୁଣୀ, ଗାଙ୍ଗି, ରେଗିଡି (ବନ୍ଦରେଶ୍ୱର) ଇତ୍ୟାଦି ପଞ୍ଚଗିରି ମଣ୍ଡଳର ଗୋଟିଏ ଗୋଟିଏ ଐତିହ୍ୟପୂର୍ଣ୍ଣ ପାହାଡ଼ ମଧ୍ୟ ଏହି ଅଞ୍ଚଳରେ ରହିଛି । ଏହି ସମସ୍ତ ପାହାଡ଼ରେ ରହିଛି ପୁରାତନ ବୌଦ୍ଧଯୁଗର ଗୁମ୍ଫା। ଅନେକ ସ୍ଥାନରେ ବୌଦ୍ଧମୂର୍ତ୍ତି ମଧ୍ୟ ରହିଛି ଏବଂ ସମୟକ୍ରମେ ସେସବୁ ହିନ୍ଦୁ ଦେବଦେବୀ ରୂପରେ ଏବେ ପୂଜା ପାଉଛନ୍ତି । ଏସବୁ ପାହାଡ଼ ଭିତରୁ ଶୁଖୁଆପଡ଼ା ହେଉଛି ସବୁଠାରୁ ବଡ଼ ଓ ଉଚ୍ଚତମ ପାହାଡ଼। ଏହି ଉଚ୍ଚତମ ପାହାଡ଼ର ସବୁଠାରୁ ଶୀର୍ଷ ଶୃଙ୍ଗରେ ପାରାଭାଡି ବୌଦ୍ଧସ୍ତୂପ ରହିଛି। ଲଳିତଗିରିର ବୌଦ୍ଧପୀଠ ଖନନ ସମୟରେ ପ୍ରାୟତଃ ୪୦ବର୍ଷ ତଳେ ମଧ୍ୟ ନିକଟରେ ଥିବା ଏହି ପାରାଭାଡି ସ୍ଥାନର ଖନନ କରାଯାଇ ପାରିଥାନ୍ତା। କିନ୍ତୁ ଏଏସ୍‌ଆଇ କର୍ତ୍ତୃପକ୍ଷ ଉଚ୍ଚ ପାହାଡ ଚଢି ଏଭଳି କଷ୍ଟକର ଖନନ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରି ନ ଥିଲେ ବୋଲି ଅନୁମାନ କରାଯାଉଛି। ତେବେ ସମୟକ୍ରମେ ଏହି ସ୍ତୂପଟି ମନୁଷ୍ୟକୃତ ଏବଂ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଅନେକ ଅଂଶ ନଷ୍ଟ ହୋଇଯାଇଥିଲା । ତେବେ ଶୁଖୁଆପଡ଼ା ପାହାଡ଼ରୁ ଅବଡା ଯୋଜନାରେ ପୁରୀ ଶ୍ରୀମନ୍ଦିର ସ୍ଥଳର ବିକାଶ ପାଇଁ ଖଣ୍ଡୋଲାଇଟ୍‌ ପଥର ଚାଲାଣ ଘଟଣା ପରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଚେତା ପଶିଛି ବୋଲି ମତପ୍ରକାଶ ପାଇଛି। ଯାହାର ଫଳହେଲା ପାରାଭାଡି ଖନନ କାର୍ଯ୍ୟ ଆରମ୍ଭ କରାଯିବା । ପାରାଭାଡିରେ ଖନନ କାର୍ଯ୍ୟ ଏଏସ୍‌ଆଇ ପୁରୀ ସର୍କଲର ଅଧୀକ୍ଷଣ ପ୍ରନ୍ନତତ୍ତ୍ବବିତ୍‌ ବିବିଷଦ ବ୍ରଜସୁନ୍ଦର ଗଡ଼ନାୟକଙ୍କ ନେତୃତ୍ୱରେ ପ୍ରଭାକର ପାଲ, ସତୀଶ ଶର୍ମା, ରଜତ ସିଂ, ହିମାଂଶୁ ମହାଜନ, ଅର୍ପିତ ତିୱାରି, ଆଦିତ୍ୟ ରାଠୋର ସାମିଲ ହୋଇଛନ୍ତି। ପାରାଭାଡି ଏବଂ ଏହାର ସଂଲଗ୍ନ ଇଲାକାକୁ ଐତିହ୍ୟ ସଂରକ୍ଷିତ କରିଡର ଭାବେ ଘୋଷଣା, ବିଭିନ୍ନ ସମୟରେ ହାତୀଖାଲ, ଘଣ୍ଟିଆଶୁଣୀ, ଶୁଖୁଆପଡା, କେଶରାଇପୁର, ଲଙ୍ଗୁଳିମଠ ଆଦି ଅଞ୍ଚଳରୁ ଆବିଷ୍କୃତ ପ୍ରାଚୀନ କୀର୍ତ୍ତିରାଜିଗୁଡିକର ସୁରକ୍ଷା, ପାହାଡ଼ ଖନନ ବନ୍ଦ କରିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଭାଗିତାରେ ଏହି ଅଞ୍ଚଳର ପରିପାର୍ଶ୍ୱ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ବୁଦ୍ଧାୟନ, ଓଳାଶୁଣୀ ଗୁମ୍ଫା ଉନ୍ନୟନ ଟ୍ରଷ୍ଟ ଓ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ସମେତ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri