ଗିରଫ ହେଲେ ୪ ନକଲି ପରୀକ୍ଷାର୍ଥୀ

ରାଉରକେଲା,୨୦।୮(ସଙ୍ଗୀତା ଜେନା): ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ରେ ଟିଚିଂ ଓ ନନ୍‌ ଟିଚିଂ ଷ୍ଟାଫ ନିଯୁକ୍ତି ପରୀକ୍ଷା ଚାଲିଥିବା ବେଳେ ୪ଜଣ ନକଲି ପରୀକ୍ଷାର୍ଥୀ ଧରାପଡିଛନ୍ତି। ଅନ୍ୟମାନଙ୍କ ପାଇଁ ପରୀକ୍ଷା ଦେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହରିୟାଣା ରାଜ୍ୟ ହିସାର ଜିଲାର ଗୌରବ ଚୌହାନ(୨୮), ପୁନିତ ସିଂ(୨୨), ଜିନ୍ଦ ଜିଲାର ମନୀଷ କୁମାର(୨୫) ଏବଂ ସୁନୀଲ କୁମାର(୨୫)। ସେମାନଙ୍କ ନିକଟରୁ ସ୍ପାଏ କ୍ୟାମେରା, ନାନୋ କ୍ୟାମେରା, ଇଅର ପିସ୍‌, କାର୍ବନ ପେପର, ମୋବାଇଲ ଫୋନ୍‌, ବ୍ଲୁଟୁଥ୍‌, ୱ୍ବେରଲେସ୍‌ ଇୟର ଫୋନ୍‌ ଓ ହାଇଟେକ ଡିଭାଇସ୍‌ ଜବତ ହୋଇଛି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ରବିବାର କୋର୍ଟଚାଲାଣ କରିଛି। ଏ ନେଇ ସେକ୍ଟର-୩ ଥାନାରେ ଏକ ମାମଲା (ନଂ.୯୮/୨୩) ରୁଜୁ ହୋଇଛି। ଏହି ଘଟଣା ପରେ ଏନ୍‌ଆଇଟି ଚତୁଃପାର୍ଶ୍ୱରେ ପୋଲିସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବା ନେଇ ଜୋନ୍‌-୧ର ଡିଏସ୍‌ପି ପୁଷ୍ପାରାଣୀ ନିନଗି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଡିଏସ୍‌ପି ନିନଗି କହିଥିଲେ, ରାଉରକେଲା ଏନ୍‌ଆଇଟିରେ ଟିଚିଂ ଓ ନନ୍‌ ଟିଚିଂ ଷ୍ଟାଫ ନିଯୁକ୍ତି ପାଇଁ ଅଗଷ୍ଟ ୧୬ରୁ ଲିଖିତ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୨୭ ତାରିଖରେ ଶେଷ ହେବ। ଏଥିପାଇଁ ମୋଟ୍‌ ୧୩୦୭ ପରୀକ୍ଷାର୍ଥୀ ଆବେଦନ କରିଥିଲେ। ସେମାନଙ୍କୁ ଇ-ଆଡମିଟ୍‌ କାର୍ଡ ପ୍ରଦାନ କରାଯାଇଥିଲା। ଏହି କ୍ରମରେ ନନ୍‌ ଟିଚିଂ ଷ୍ଟାଫ ନିଯୁକ୍ତି ପାଇଁ ଶନିବାର ଅପରାହ୍ନ ସାଢେ ୨ରୁ ସାଢେ ୫ଟା ପର୍ଯ୍ୟନ୍ତ ଏଲଏ-୧ କମ୍ପ୍ଲେକ୍ସ ଓ ଏନ୍‌ଆଇଟି ପରିସରରେ ଲିଖିତ ପରୀକ୍ଷା ହୋଇଥିଲା। ପରୀକ୍ଷା କକ୍ଷକୁ ଯିବା ସମୟରେ ଉକ୍ତ ୪ ପରୀକ୍ଷାର୍ଥୀଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ପ୍ରଥମେ ଅଟକ ରଖାଯାଇଥିଲା। ପରେ ପୁନଃ ଯାଞ୍ଚ କରି ପରୀକ୍ଷା କକ୍ଷକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ସେଠାରେ ପୁଣି ଯାଞ୍ଚ କରାଯିବାରୁ ସେମାନଙ୍କ ଫଟୋ ଏବଂ ଅନ୍ୟ ତଥ୍ୟରେ ତାଳମେଳ ନ ଥିବା ଦେଖିବାକୁ ମିଳିଥିଲା। ଇ-ଆଡମିଟ୍‌ କାର୍ଡରେ ଦୀପକ(ରୋଲ୍‌ ନଂ.୨୩୪ଏଲଓ୫୨୭୪୯)ଙ୍କ ସ୍ଥାନରେ ସୁନୀଲ, ସୁରଜ ଖଗୱାଲ(ରୋଲ୍‌ ନଂ.୨୩୪ଏଲଓ୫୨୮୬୯)ଙ୍କ ସ୍ଥାନରେ ଗୌରବ ଚୌହାନ, ତୁଷାର (ରୋଲ୍‌ ନଂ.୨୩୪ଏଲଓ୫୩୦୦୩)ଙ୍କ ସ୍ଥାନରେ ପୁନିତ ସିଂ ଏବଂ ଦୀପକ ମଲିକ (ରୋଲ୍‌ ନଂ.୧୩୪ଏଲଓ୫୩୨୦୨)ଙ୍କ ସ୍ଥାନରେ ମନୀଷ କୁମାର ପରୀକ୍ଷା ଦେଉଥିଲେ। ପରୀକ୍ଷା ଶେଷ ହେବା ପରେ ସନ୍ଧ୍ୟାରେ ଏନ୍‌ଆଇଟି ରେଜିଷ୍ଟ୍ରାର ରୋହନ ଧୀମନ ସେକ୍ଟର-୩ ଥାନାରେ ଲିଖିତ ଏତଲା ଦେବା ସହ ଉକ୍ତ ନକଲି ପରୀକ୍ଷାର୍ଥୀଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?