Posted inଜାତୀୟ

ପାଇଲଟଙ୍କୁ ୪ ଦିନିଆ ଆଶ୍ୱସ୍ତି

ଜୟପୁର,୧୮ା୭: ରାଜସ୍ଥାନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କୁ ୪ ଦିନିଆ ଆଶ୍ୱସ୍ତି ମିଳିଛି। ବିଧାନସଭା ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସକାଶେ ପଠାଇଥିବା ନୋଟିସର ଜବାବ ଶୁକ୍ରବାର ସୁଦ୍ଧା ଦାଖଲ ପାଇଁ ଧାର୍ଯ୍ୟ କରିଥିବାବେଳେ ରାଜସ୍ଥାନ ହାଇକୋର୍ଟ ଏସମ୍ପର୍କିତ ଶୁଣାଣିକୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।
ବିଦ୍ରୋହୀ ବିଧାୟକମାନଙ୍କ ପକ୍ଷରୁ ଦାଏର ପିଟିଶନର ଶୁଣାଣି କରି ଦୁଇଜଣିଆ ଡିଭିଜନ ବେଞ୍ଚ୍‌ ଶୁକ୍ରବାର ସନ୍ଧ୍ୟାରେ ବାଚସ୍ପତି ସି.ପି. ଜୋଷୀଙ୍କ ନୋଟିସକୁ ସ୍ଥଗିତ ରଖିଛନ୍ତି। ଉକ୍ତ ଆବେଦନର ଶୁଣାଣି ସୋମବାର ପୂର୍ବାହ୍ନ ୧୦ଟାରେ ହେବ। ମଙ୍ଗଳବାର ୨୧ ତାରିଖ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ୍‌ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ପାଇଲଟ ଓ ଅନ୍ୟ ୧୮ ଅସନ୍ତୁଷ୍ଟ ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଏବଂ ମୁକୁଲ ରୋହତଗୀ ଭିଡିଓ କନ୍‌ଫରେନ୍ସ ଜରିଆରେ ମାମଲା ପରିଚାଳନା କରିଥିବାବେଳେ ବାଚସ୍ପତିଙ୍କ ସପକ୍ଷରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ବାଢ଼ିଥିଲେ। ସାଲ୍‌ଭେ କହିଥିଲେ, ବିଧାନସଭା ଅଧିବେଶନ ଚାଲୁ ନ ଥିବାବେଳେ ଗୃହ ବାହାରେ ହୁଇପ୍‌ଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁସାରେ ଦଳବଦଳ ଆଇନ ପରିସରରେ ଆସୁନାହିଁ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକଚ୍ଛତ୍ରବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଅସହମତି ପ୍ରକାଶ କରିବା ଆଭ୍ୟନ୍ତରୀଣ ମାମଲା। ଏଥିରେ କିଛି ଦୋଷ ନାହିଁ। ଅଯୋଗ୍ୟତା ନୋଟିସ ‘ଅଭିବ୍ୟକ୍ତିର ସ୍ବାଧୀନତା’ ଏବଂ ଆଭ୍ୟନ୍ତରୀଣ ଆଲୋଚନାକୁ ରୋକିବା ପାଇଁ ଏକ ପ୍ରୟାସ। ସାଲ୍‌ଭେ ଆହୁରି କହିଥିଲେ, ଆବେଦନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏକଚ୍ଛତ୍ରବାଦ ବିରୋଧରେ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରାଇପାରିବେ। ଏହା ଦଳବଦଳର ପର୍ଯ୍ୟାୟଭୁକ୍ତ ନୁହେଁ। ହୋଟେଲରେ ବୈଠକ ପାଇଁ ହୁଇପ୍‌ ଲାଗୁ ହୋଇପାରିବ ନାହିଁ। ହୁଇପ୍‌ କେବଳ ବିଧାନସଭା ଅଧିବେଶନ ବେଳେ ହିଁ ଜାରି କରାଯାଇ ପାରିବ। ରୋହତଗୀ ମଧ୍ୟ ସାଲ୍‌ଭେଙ୍କ ଯୁକ୍ତିକୁ ଦୋହରାଇଥିଲେ। ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ସିଂଘଭି କହିଥିଲେ, ବାଚସ୍ପତିଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ଦାଏର କରାଯାଇଥିବା ପିଟିଶନ ‘ପ୍ରିମାଚ୍ୟୁର’। ବିଧାନସଭା ଅଧ୍ୟକ୍ଷ ନିଜ ପକ୍ଷ ରଖିପାରିବେ। ତାଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସ ଉପରେ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ।
ପ୍ରକାଶ ଯେ, ସଚିନଙ୍କ ସମେତ ୧୯ ବିଧାୟକ କଂଗ୍ରେସ ବିଧାୟକ ଦଳ ବୈଠକରେ ଦୁଇଥର ଅନୁପସ୍ଥିତ ରହିବା କାରଣରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ମହେଶ ଜୋଷୀ ବାଚସ୍ପତିଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ବାଚସ୍ପତି ସମ୍ବିଧାନର ଦଶମ ପରିଚ୍ଛେଦ ପାରା ୨ (୧) (ଏ) ଅନୁସାରେ ବିଧାନସଭାରେ ସେମାନଙ୍କ ଯୋଗ୍ୟତା କାହିଁକି ରଦ୍ଦ କରାଯିବ ନାହିଁ ସେନେଇ ଶୁକ୍ରବାର ସୁଦ୍ଧା ଜବାବ ଦାଖଲ କରିବାକୁ ୧୯ ଜଣଙ୍କୁ ନୋଟିସ ଦେଇଥିଲେ। ପାଇଲଟ ଗୋଷ୍ଠୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଦ୍ରୋହୀ ବିଧାୟକମାନେ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ ସେମାନେ କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିବାରୁ ଦଳ ପ୍ରତି ସେମାନଙ୍କ ନିଷ୍ଠା ଓ ଆନୁଗତ୍ୟ ରହିଛି। ସେମାନେ କଂଗ୍ରେସ ଛାଡ଼ି ଦଳବଦଳ କରିବାକୁ ଚାହୁଁନାହାନ୍ତି। ଗୁରୁବାର ଜଷ୍ଟିସ୍‌ ସତୀଶ କୁମାର ଶର୍ମାଙ୍କ ଖଣ୍ଡପୀଠ ଏହି ମାମଲାକୁ ଡିଭିଜନ ବେଞ୍ଚ ପାଖକୁ ଶୁଣାଣି ପାଇଁ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri