୪ ଚିରସ୍ରୋତା ଝରଣା ପାଇବ ଇକୋ ଟୁରିଜମ୍‌ର ମାନ୍ୟତା

ନୟାଗଡ ଅଫିସ/ଓଡ଼ଗାଁ,୨୪।୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ଗୋଟିଏ ପାହାଡ଼ରେ ୪ ଚିରସ୍ରୋତା ଝରଣକୁ ଦେଖିବାକୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ନୟାଗଡ଼ ବିଧାୟକ ଅରୁଣ ସାହୁ ପ୍ରମୁଖ ଯିବା ପରେ ଇକୋ ଟୁରିଜିମର ମାନ୍ୟତା ପାଇଁ ଧୀରେ ଧୀରେ ବାଟ ଫିଟୁଛି। ସେପଟେ ସ୍ଥାନୀୟ ଅଞ୍ଚଳବାସୀ ଇକୋ ଟୁରିଜମ୍‌ର ମାନ୍ୟତାକୁ ଖୁବ୍‌ଶୀଘ୍ର ଦେବାକୁ ନୟାଗଡ଼ ବିଧାୟକଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି। ଗତ ୨ ତାରିଖରେ ନୟାଗଡ଼ ବିଧାୟକ ଓ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ବିଡିଓ ସନ୍ତୋଷ କୁମାର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, ତହସିଲଦାର ଅନୀଲ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଗସ୍ତ କରି ଇକୋ ଟୁରିଜିମର ଦାବିକୁ ଯଥାର୍ଥ କହିଥିଲେ।
ପ୍ରକାଶ ଯେ, ପର୍ଯ୍ୟଟକଙ୍କୁ ଟାଣି ଆଣିବାର ପରିବେଶ ରହିଛି ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗାଁରେ। ଏଠାର ଶିଶୁପୁତ୍ର, ବରକନ୍ୟା, ଶାଶୁ ଶ୍ୱଶୁର, ହଳଶଗଡ଼ ପରି ୪ ଚିରସ୍ରୋତା ଝରଣା ଓ କାନଖାଇ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି। ଶରଣକୁଳ-ଓଡ଼ଗାଁ ରାସ୍ତାର କେନାଲ ଛକଠାରୁ ବୁଢ଼ାବୁଢ଼ିଆଣି ଡ୍ୟାମ ୫ କିମି ଓ ବୁଢ଼ାବୁଢ଼ିଆଣି ଡ୍ୟାମଠାରୁ ୪ କମି ଗଲେ ପଡ଼େ ଏହି କାନଖାଇ ପାହାଡ। କାନଖାଇ ପାହାଡର ପାଦ ଦେଶରୁ ଶିଖର ପର୍ଯ୍ୟନ୍ତ ବହୁଛି ୪ ଚିରସ୍ରୋତା ଝରଣା। କାନଖାଇ ପାହାଡ ଉପରି ଭାଗରେ ଶାଶୁ ଶ୍ୱଶୁର, ପରେ ହଳଶଗଡ଼, ବରକନ୍ୟା ଓ ପାଦ ଦେଶରେ ବହୁଛି ଶିଶୁପୁତ୍ର ଝରଣା। ଏହି ଝରଣାର ଜଳ ସବୁବେଳେ କୁଳୁକୁଳୁ ନାଦରେ ବହି ଚାଲିଥାଏ। ଔଷଧିୟ ବୃକ୍ଷ ମଧ୍ୟ ପାହାଡର ଶୋଭା ବଢ଼ାଉଛି। ଗ୍ରୀଷ୍ମଋତୁରେ ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ବେଶ ଆମୋଦ ଦେଇଥାଏ। ଗ୍ରୀଷ୍ମ ଋତୁରେ ଶୀତର ପ୍ରକୋପ ଏଠାରେ ଜଣାପଡେ। ଦିନବେଳା ଏଠାରେ ରାତିର ଭ୍ରମ ସୃଷ୍ଟି କରିଥାଏ। ତେବେ ଏଠାକାର ପରିବେଶରେ ଇକୋ ଟୁରିଜିମ ଅଥବା ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି ରହିଥିବାବେଳେ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ଉଦାସୀନର କାରଣ ବୁଝାପଡୁନି। ଓଡ଼ିଶାରେ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ହାତ ମିଳାଇଥିବାବେଳେ ସମ୍ପୃକ୍ତ ପୀଠ ବିକାଶଠାରୁ ବହୁ ଦୂରରେ ରହିଛି। ଏ ନେଇ ନୟାଗଡ ବିଧାୟକ ସାହୁ କୁହନ୍ତି, ରିଜର୍ଭ ଫରେଷ୍ଟ ଭିତରେ ଗୋଟିଏ ମୁଣ୍ଡିଆରେ ୪ଟି ଚରିସ୍ରୋତା ଝରଣା ରହିଥିଲେ ହେଁ ଏହା ନଜରକୁ ଆସି ନ ଥିଲା। ନଜରକୁ ଆସିବା ପରେ ଏହାର ବିକାଶ କରିବାର ଆବଶ୍ୟକତା ପଡିଲାଣି। ପ୍ରକୃତରେ ସମ୍ପୃକ୍ତ ସ୍ଥାନ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି। ବନ ବିଭାଗ ସହ ଆଲୋଚନା ହୋଇଛି। ଏହାକୁ ଇକୋ ଟୁରିଜିମ ରୂପେ ଘୋଷଣା କରାଯିବାକୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri