୪ ଚିରସ୍ରୋତା ଝରଣା ପାଇବ ଇକୋ ଟୁରିଜମ୍‌ର ମାନ୍ୟତା

ନୟାଗଡ ଅଫିସ/ଓଡ଼ଗାଁ,୨୪।୩(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତର ଗୋଟିଏ ପାହାଡ଼ରେ ୪ ଚିରସ୍ରୋତା ଝରଣକୁ ଦେଖିବାକୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ନୟାଗଡ଼ ବିଧାୟକ ଅରୁଣ ସାହୁ ପ୍ରମୁଖ ଯିବା ପରେ ଇକୋ ଟୁରିଜିମର ମାନ୍ୟତା ପାଇଁ ଧୀରେ ଧୀରେ ବାଟ ଫିଟୁଛି। ସେପଟେ ସ୍ଥାନୀୟ ଅଞ୍ଚଳବାସୀ ଇକୋ ଟୁରିଜମ୍‌ର ମାନ୍ୟତାକୁ ଖୁବ୍‌ଶୀଘ୍ର ଦେବାକୁ ନୟାଗଡ଼ ବିଧାୟକଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି। ଗତ ୨ ତାରିଖରେ ନୟାଗଡ଼ ବିଧାୟକ ଓ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ, ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, ବିଡିଓ ସନ୍ତୋଷ କୁମାର ଜେନା, ଜିଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, ତହସିଲଦାର ଅନୀଲ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଗସ୍ତ କରି ଇକୋ ଟୁରିଜିମର ଦାବିକୁ ଯଥାର୍ଥ କହିଥିଲେ।
ପ୍ରକାଶ ଯେ, ପର୍ଯ୍ୟଟକଙ୍କୁ ଟାଣି ଆଣିବାର ପରିବେଶ ରହିଛି ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ନିହଲପ୍ରସାଦ ଗାଁରେ। ଏଠାର ଶିଶୁପୁତ୍ର, ବରକନ୍ୟା, ଶାଶୁ ଶ୍ୱଶୁର, ହଳଶଗଡ଼ ପରି ୪ ଚିରସ୍ରୋତା ଝରଣା ଓ କାନଖାଇ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି। ଶରଣକୁଳ-ଓଡ଼ଗାଁ ରାସ୍ତାର କେନାଲ ଛକଠାରୁ ବୁଢ଼ାବୁଢ଼ିଆଣି ଡ୍ୟାମ ୫ କିମି ଓ ବୁଢ଼ାବୁଢ଼ିଆଣି ଡ୍ୟାମଠାରୁ ୪ କମି ଗଲେ ପଡ଼େ ଏହି କାନଖାଇ ପାହାଡ। କାନଖାଇ ପାହାଡର ପାଦ ଦେଶରୁ ଶିଖର ପର୍ଯ୍ୟନ୍ତ ବହୁଛି ୪ ଚିରସ୍ରୋତା ଝରଣା। କାନଖାଇ ପାହାଡ ଉପରି ଭାଗରେ ଶାଶୁ ଶ୍ୱଶୁର, ପରେ ହଳଶଗଡ଼, ବରକନ୍ୟା ଓ ପାଦ ଦେଶରେ ବହୁଛି ଶିଶୁପୁତ୍ର ଝରଣା। ଏହି ଝରଣାର ଜଳ ସବୁବେଳେ କୁଳୁକୁଳୁ ନାଦରେ ବହି ଚାଲିଥାଏ। ଔଷଧିୟ ବୃକ୍ଷ ମଧ୍ୟ ପାହାଡର ଶୋଭା ବଢ଼ାଉଛି। ଗ୍ରୀଷ୍ମଋତୁରେ ଏଠାକାର ପରିବେଶ ପର୍ଯ୍ୟଟକଙ୍କୁ ବେଶ ଆମୋଦ ଦେଇଥାଏ। ଗ୍ରୀଷ୍ମ ଋତୁରେ ଶୀତର ପ୍ରକୋପ ଏଠାରେ ଜଣାପଡେ। ଦିନବେଳା ଏଠାରେ ରାତିର ଭ୍ରମ ସୃଷ୍ଟି କରିଥାଏ। ତେବେ ଏଠାକାର ପରିବେଶରେ ଇକୋ ଟୁରିଜିମ ଅଥବା ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମି ରହିଥିବାବେଳେ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ଉଦାସୀନର କାରଣ ବୁଝାପଡୁନି। ଓଡ଼ିଶାରେ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ଜଙ୍ଗଲ ବିଭାଗ ଓ ପର୍ଯ୍ୟଟନ ବିଭାଗ ହାତ ମିଳାଇଥିବାବେଳେ ସମ୍ପୃକ୍ତ ପୀଠ ବିକାଶଠାରୁ ବହୁ ଦୂରରେ ରହିଛି। ଏ ନେଇ ନୟାଗଡ ବିଧାୟକ ସାହୁ କୁହନ୍ତି, ରିଜର୍ଭ ଫରେଷ୍ଟ ଭିତରେ ଗୋଟିଏ ମୁଣ୍ଡିଆରେ ୪ଟି ଚରିସ୍ରୋତା ଝରଣା ରହିଥିଲେ ହେଁ ଏହା ନଜରକୁ ଆସି ନ ଥିଲା। ନଜରକୁ ଆସିବା ପରେ ଏହାର ବିକାଶ କରିବାର ଆବଶ୍ୟକତା ପଡିଲାଣି। ପ୍ରକୃତରେ ସମ୍ପୃକ୍ତ ସ୍ଥାନ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି। ବନ ବିଭାଗ ସହ ଆଲୋଚନା ହୋଇଛି। ଏହାକୁ ଇକୋ ଟୁରିଜିମ ରୂପେ ଘୋଷଣା କରାଯିବାକୁ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri