ପାନିପତ,୧୨।୧: ହରିୟାଣାର ପାନିପତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟ ୪ ଶିଶୁ ସାମିଲ ଅଛନ୍ତି। ଏହି ଘଟଣା ପାନିପତ ଜିଲାର ବିଚପାରି ଗ୍ରାମ ନିକଟ ତହସିଲ କ୍ୟାମ୍ପ ଅଞ୍ଚଳରେ ଘଟିଛି।
ସୂଚନାଯୋଗ୍ୟ, ଗ୍ୟାସ ସିଲିଣ୍ଡର ଲିକ ହେତୁ ଘରେ ନିଆଁ ଲାଗିଯାଇଥିଲା। ଘରୁ ଧୂଆଁ ବାହାରୁଥିବା ଦେଖି ପଡୋଶୀ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତକଙ୍କୁ ଉଦ୍ଧାର କରିଥିଲା।