୪ ଶିଶୁ ଅପପୁଷ୍ଟିର ଶିକାର

କଳିଙ୍ଗନଗର,୧୬।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ସଂସାଇଲୋ ପଞ୍ଚାୟତ ଅଧୀନ ନାକଦେଇ ଗ୍ରାମ। ସେହି ଗ୍ରାମର ୪ ଆଦିବାସୀ ଭାଇଭଉଣୀ ଏବେ ଅପପୁଷ୍ଟିର ଶିକାର ହୋଇଛନ୍ତି। ଚାଲିବାକୁ ସେମାନଙ୍କର ଶକ୍ତି ନାହିଁ। ସାନ ଭାଇ ଓ ଭଉଣୀ ଏବେ ବିଛଣାରୁ ଉଠି ପାରୁନାହାନ୍ତି। ଏପରି ପରିସ୍ଥିତିରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇନାହିଁ ବୋଲି ଅଭିଯୋଗ ହୋଇଛି।
୭୦ ବର୍ଷ ବୟସ୍କା ବୁଢ଼ୀମା’ଙ୍କ କାନି ତଳେ ଆଶ୍ରା ନେଇଛନ୍ତି ସିଳାଇ ବାନରା(୧୨), ରାମ ବାନରା(୧୦), ଶ୍ୟାମ ବାନରା(୭) ଏବଂ ସାନ ଭଉଣୀ ମାଙ୍ଗି ବାନରା (୫)। ଏହି ପିଲାଙ୍କ ମା’ ରଶ୍ମିତା ବାନରା ନିଜ ପିଲାମାନଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରି ଚାଲିଯାଇଛନ୍ତି। ଏଥିରେ ବ୍ୟତିବ୍ୟସ୍ତ ହୋଇ ବାପା ପ୍ରଧାନ ବାନରା ବି ପିଲାମାନଙ୍କୁ ଛାଡି ଅନ୍ୟତ୍ର କାମଧନ୍ଦା କରି ବାହାରେ ରହୁଛନ୍ତି। ସେଥିପାଇଁ ବୁଢ଼ୀମା’ଙ୍କ ଉପରେ ଏହି ୪ ପିଲାମାନଙ୍କ ବୋଝ ପଡ଼ିଛି। ଏହି ଅନାଥ ପିଲାମାନଙ୍କ ଆଧାର କାର୍ଡ ନ ଥିବାରୁ ସେମାନେ ରାଶନ ସାମଗ୍ରୀରୁ ବଞ୍ଚତ୍ତ ହୋଇଛନ୍ତି। ବୁଢ଼ୀମା’ ପାଉଥିବା ରାଶନ ଓ ଅନ୍ୟ ଘରେ କାମ କରି ଯାହା ଆଣନ୍ତି ସେଥିରେ ୫ ପ୍ରାଣୀ ଚଳନ୍ତି। ହେଲେ ଅଧିକାଂଶ ସମୟରେ ପରିବାରର ସମସ୍ତଙ୍କୁ ଖାଲି ପେଟରେ ଶୋଇବାକୁ ପଡ଼େ। ଆର୍ଥିକ ଅନଟନ ଯୋଗୁ ସେମାନେ ଏବେ ଅପପୁଷ୍ଟି ରୋଗର ଶିକାର ହୋଇଛନ୍ତି। ସେମାନେ ଏବେ ନିଜ ଗୋଡ଼ରେ ଛିଡ଼ା ହେବାକୁ ସକ୍ଷମ ନୁହନ୍ତି। ଏପରିକି ଏହି ପିଲାମାନେ ଅଙ୍ଗନଓ୍ବାଡି ପକ୍ଷରୁ ପ୍ରଦାନ କରାଯାଉଥିବା ଖାଦ୍ୟ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏହି କାରଣରୁ ସାନ ଭାଇ, ଭଉଣୀ ବିଛଣାରୁ ଉଠିପାରୁନାହାନ୍ତି। ତୁରନ୍ତ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରିବାକୁ ବୁଢ଼ୀମା’ ପ୍ରଶାସନକୁ ଗୁହାରି କରିଛନ୍ତି। ଏ ସଂକ୍ରାନ୍ତରେ ମତାମତ ନେବାକୁ ସୁକିନ୍ଦା ମଣ୍ଡଳ ଉନ୍ନୟନ ଅଧିକାରୀ ବିଶ୍ୱଜତ୍‌ ଦାସଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ ଉଠାଇ ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?