Posted inଜାତୀୟ

ଗୋଟିଏ ପରିବାରର ୪ ଭଉଣୀ ଭାଇ ନିଖୋଜ, ପତ୍ତା ପାଉନି ପୋଲିସ୍‌

ମୁମ଼୍ବାଇ, ୩।୬: ମହାରଷ୍ଟ୍ରର ରାଜଧାନୀ ମୁମ଼୍ବାଇରୁ ଗୋଟିଏ ପରିବାରର ୪ ଜଣ ଭଉଣୀ ଭାଇ ନିଖୋଜ ହୋଇଯାଇଛନ୍ତି। ୪ ଭଉଣୀ ଭାଇ ଘର ଛାଡ଼ି ଟ୍ରେନ୍‌ରେ ମଧ୍ୟପ୍ରଦେଶର ଗ଼୍ବାଲିୟର ସହର ଯାଇଥିଲେ। ସେଠାରେ ଟ୍ରେନ୍‌ରୁ ଓହ୍ଲାଇବା ପରେ ନିଖୋଜ ହୋଇଯାଇଥିଲେ। ଏନେଇ ସ୍ଥାନୀୟ ପୋଲିସ୍‌ ଏକ ଏଜେନ୍ସିକୁ ସୂଚନା ଦେଇଛି। ଉକ୍ତ ଅଞ୍ଚଳର ଥାନାଧିକାରୀ ବିଜେନ୍ଦ୍ର ସିଂ ଚୌହାନ କହିଛନ୍ତି ଯେ, ମୁମ଼୍ବାଇ କ୍ରାଇମ୍‌ ବ୍ରାଞ୍ଚର ଏକ ଟିମ୍‌ ୮ରୁ ୧୮ ବର୍ଷ ମଧ୍ୟ ବୟସର ତିନିଜଣ ଝିଅ ଏବଂ ଗୋଟିଏ ପୁଅକୁ ଖୋଜିବାକୁ ଏଠାକୁ ଆସିଛନ୍ତି। ସେମାନେ ଭଉଣୀ ଭାଇ ହୋଇଥିବା ବେଳେ ଏବେ ନିଖୋଜ ଅଛନ୍ତି।

ମୁମ଼୍ବାଇ ପୋଲିସ ଗ଼୍ବାଲିୟର ଷ୍ଟେସନ୍‌ର ସିସିଟିଭି ଚେକ୍‌ କରିବା ପରେ ନିଖୋଜ ଭଉଣୀ ଭାଇ ଜଣେ ଅଟୋ ରିକ୍ସା ଚଳକଙ୍କ ସହ ଯାଉଥିବା ନଜରକୁ ଆସିଥିଲା। ପରେ ପୋଲିସ ସହାୟତାରେ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଉକ୍ତ ରିକ୍ସା ଚଳକର ସନ୍ଧାନ କରି ପଚରାଉଚରା କରିଛି। ସେ ପିଲାମାନଙ୍କୁ ଲକ୍ଷ୍ମୀଗଞ୍ଜ ଅଞ୍ଚଳରେ ଥିବା ଏକ ଚାଇଲ୍ଡ କେୟାର ସେଣ୍ଟର ନିକଟରେ ଛାଡ଼ିଥିବା କହିଥିଲା।
ତେବେ ରିକ୍ସା ଚାଳକଙ୍କ ତଥ୍ୟ ଅନୁସାରେ ପୋଲିସ ମାଧବ ବାଲ୍‌ ନିକେତନର ଅଧ୍ୟକ୍ଷ ନୂତନ ଶ୍ରୀବାସ୍ତବଙ୍କୁ ଏନେଇ ପଚରାଉଚରା କରିଥିଲା। କେବଳ ବାଲ୍‌ କଲ୍ୟାଣ ସମିତିର ନିର୍ଦ୍ଦେଶ ଅନୁସାରେ ତାଙ୍କ ନିକେତନ ପିଲାଙ୍କୁ ରଖିଥାଏ ବୋଲି ସେ କହିଥିଲେ। ନିଖୋଜ ୪ ଭଉଣୀ ଭାଇଙ୍କୁ ସେ ଏଠି ଛାଡ଼ି ନହାନ୍ତି ବୋଲି ସେ ଜଣାଇଥିଲେ। ତେବେ ପୋଲିସ୍‌ ଉକ୍ତ ନିକେତନର ସିସିଟିଭି ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

India T20I Squad: ଘୋଷଣା ହେଲା ଟି-୨୦ ପାଇଁ ଟିମ ଇଣ୍ଡିଆ; ଶ୍ରେୟସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୬।୬: ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ…

ବିହାରରେ ସୁରକ୍ଷାକୁ ନେଇ ରାଜନୈତିକ ବିବାଦ: ଲାଲୁ-ରାବ୍ରିଙ୍କ ପାଇଁ Z+ ସୁରକ୍ଷା ପ୍ରତ୍ୟାହାର କରିବା ପରେ ଏମିତି କଲେ ତେଜସ୍ବୀ

ପାଟନା,୬।୬: ବିହାର ରାଜନୀତିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ…

ତିନି ଦିନ ବିଳମ୍ବରେ ଗୋଆରେ ପହଞ୍ଚିଲା ମୌସୁମୀ, ଏବେ ବର୍ଷାକୁ ନେଇ ରେଡ ଆଲର୍ଟ, ଓଡ଼ିଶା ଛୁଇଁବାକୁ ଆହୁରି ଲାଗିବ…

ନୂଆଦିଲ୍ଲୀ,୬।୬: ପ୍ରାୟ ତିନି ଦିନ ବିଳମ୍ବ ପରେ, ଶନିବାର ମୌସୁମୀ ବାୟୁ ଗତି ବୃଦ୍ଧି ପାଇଛି ଏବଂ ଏହା ଗୋଆରେ ପହଞ୍ଚିଛି। କେରଳରେ ଆଗାମୀ ୨୪ ଘଣ୍ଟା…

ଫାୟାରିଂ ମାମଲାରେ ସରେଣ୍ଡର କଲେ ଖାନ୍‌ ସାର, ଏବେ ଆଗକୁ…

ପାଟନା,୬।୬: ବିହାରର ଜଣାଶୁଣା ଶିକ୍ଷକ ତଥା ‘ଖାନ ଗ୍ଲୋବାଲ ଷ୍ଟଡିଜ’ର ପ୍ରତିଷ୍ଠାତା ଖାନ ସାର୍‌ କୋଚିଂ ସଂସ୍ଥାନରେ ହୋଇଥିବା ହିଂସା ଏବଂ ଗୁଳିଚାଳନା (ଫାୟାରିଂ) ମାମଲାରେ ଆତ୍ମସମର୍ପଣ…

ଭୟଙ୍କର ଦୁର୍ଘଟଣା, ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୋଟିଏ ଗାଁର ୫ ଯୁବକ ମୃତ

ଅହମଦାବାଦ,୬।୬: ମୋର୍ବି-ହାଲଭାଡ ରାଜପଥର ଚରଦ୍ବା ଗ୍ରାମ ଉପକଣ୍ଠରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ରଣଛୋଡଗଡ଼ ଗ୍ରାମର ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ…

CJP Protest: ଭାରତରେ ଲ୍ୟାଣ୍ଡ କରୁକରୁ ପ୍ରଥମ ପ୍ରତିକ୍ରିୟା ଦେଲେ କକ୍ରୋଚ୍‌ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ , ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୬: ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପାଇଁ ଭାରତରେ ପହଞ୍ଚିବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri