ପ୍ରମାଣ ଅଭାବରୁ ୪ ଅଭିଯୁକ୍ତ ହେଲେ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩।୬: ଅତିରିକ୍ତ ଜିଲା ଜଜ୍‌(ଏଡିଜେ)-୧ ସଂଘମିତ୍ରା ଶର୍ମା ସୋମବାର ଏକ ଡକାୟତି ଉଦ୍ୟମ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ବ୍ରହ୍ମପୁର ଟାଉନ ଥାନା ଅଧୀନ ବିଜିପୁର ବଡ଼ସାହିର ସୁକାନ୍ତ ମହାରଣା (୪୭), ନରସିଂହ ସେଠୀ (୩୭), ବୈଦ୍ୟନାଥପୁର ଥାନା ଅଧୀନ ଗୋଇଲୁଣ୍ଡିର କୁମୁଦ ଚନ୍ଦ୍ର ପାଣିଗ୍ରାହୀ (୪୫) ଓ ଚିନାରୀ ଓରଫ ଦୁର୍ଯ୍ୟୋଧନ ରେଡ୍ଡୀ (୪୫)।

ସୂଚନା ମୁତାବକ, ୨୦୧୦ ଡିସେମ୍ବର ୩୦ ତାରିଖରେ ପାଟପୁର ଥାନା ଅଞ୍ଚଳରେ ଏକ ପରିତ୍ୟକ୍ତ ଘରେ କେତେଜଣ ଅସାମାଜିକ ଯୁବକ ଏକତ୍ରିତ ହୋଇଥିବା ପୋଲିସ ଖବର ପାଇ ସେଠାରେ ଚଢ଼ାଉ କରିଥିଲା। ଦୁର୍ବୃତ୍ତମାନେ ଡକାୟତି ପାଇଁ ଯୋଜନା କରୁଥିବା ପୋଲିସ ଜେରା ବେଳେ ଜାଣିବାକୁ ପାଇଥିଲା। ଏନେଇ ପୋଲିସ ଏକ ମାମଲା (ନଂ.୧୦୦/୧୦) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ପରେ ଅଭିଯୁକ୍ତମାନେ ଜାମିନ ପାଇଥିଲେ। ସୋମବାର ଏହି ମାମଲାର ବିଚାର ବେଳେ ଉପରୋକ୍ତ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୧୨ ଜଣ ସାକ୍ଷୀ ଓ ଚାର୍ଜଶିଟ ଆଧାରରେ ପ୍ରମାଣ ଅଭାବରୁ ଏଡିଜେ ଉକ୍ତ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଜ୍ଞାନେନ୍ଦ୍ରନାଥ ଜେନା ଓ ମୁଦୁଲାଙ୍କ ପକ୍ଷରୁ ପ୍ରଭାକର ସାବତ, ଡି.ପ୍ରସାଦ ପାତ୍ର, ରଘୁନାଥ ପ୍ରସାଦ ପାଣିଗ୍ରାହୀ ଓ ଗୋପାଳ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର, ବିଧାୟକ ମେଡିକାଲରେ ପହଞ୍ଚି…

ଗଞ୍ଜାମ,୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଦାମୋଦରପୁର ଗ୍ରାମର ଭାସ୍କର ବେହେରାଙ୍କ ଝିଅ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀ ବେହେରା ଶନିବାର ଅପରାହ୍ନରେ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri