୪ ଅଭିଯୁକ୍ତ ଗିରଫ

ନିଶ୍ଚିନ୍ତକୋଇଲି/ମାହାଙ୍ଗା,୬ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ନୃତ୍ତାଙ୍ଗସ୍ଥିତ ଯଁକୁଟି ନିକଟରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ଘଟଣାରେ ଗ୍ରାମାଞ୍ଚଳ ପୋଲିସ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ହେଲେ ଯଁକୁଟି ଗ୍ରାମର ପଞ୍ଚାନନ ସେଠୀ(୨୮)। ଅନ୍ୟ ଅଭିଯୁକ୍ତମାନେ ହେଲେ ଯଁକୁଟି ଗ୍ରାମର ଅରବିନ୍ଦ ଖଟୁଆ(୨୭), ନୃତ୍ତାଙ୍ଗ ଗ୍ରାମର କ୍ଷୀତିଶ ଆଚାର୍ଯ୍ୟ(୪୫) ଓ ଲଳିତ ମୋହନ ବରାଳ(୭୫)। ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସମସ୍ତ ଘଟଣା ପୋଲିସ ଆଗରେ ବଖାଣିବା ପରେ କଟକ ଅତିରିକ୍ତ ଏସ୍‌ପି ପ୍ରଦୀପ୍ତ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କୁ ଘଟଣାସ୍ଥଳକୁ ନେଇଥିଲା। ସେଠାରେ ସେ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲେ। ଏହି ସମୟରେ ପୋଲିସ ଶୁକନଦୀ ପଠା ନିକଟ ଏକ ବେଣା ଗଛମୂଳରୁ ଗୋଟିଏ ରକ୍ତଭିଜା ଖଣ୍ଡା ଜବତ କରିଥିଲା। ଏଥିସହ ୨ ହଳ ଚପଲ, ଏକ ଚଷମା କାଚ, ରୁମାଲ, ଧଳା କପଡ଼ା ବ୍ୟାଗ, ୩ଟି କଞ୍ଜ୍ୟୁମର ଗ୍ୟାସ୍‌ କାର୍ଡ, ୪ଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି। ଅପରପକ୍ଷରେ ଅଭିଯୁକ୍ତ ତାଲିକାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଥିବାରୁ ତାଙ୍କ ବହିଷ୍କାର ଓ ଗିରଫ ଦାବିରେ ଭାଜପା ଆନ୍ଦୋଳନକୁ ଜୋରଦାର କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତାପଙ୍କ କୁଶପୁତ୍ତଳିକା ଦାହ କରିବା ସହ ଥାନା ସମ୍ମୁଖରେ ବିକ୍ଷୋଭ କରାଯାଇଛି।
ଏନେଇ ଅପରାହ୍ନରେ ଡିଆଇଜି ଆଶିଷ କୁମାର ସିଂ, ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳ କିଶୋର ମାହାଙ୍ଗା ଥାନାରେ ପହଞ୍ଚତ୍ ତଦନ୍ତର ସମୀକ୍ଷା କରିବା ପରେ ଖବରଦାତା ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଏହି ହତ୍ୟାକାଣ୍ଡ ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା। ଜାନୁୟାରୀ ୨ତାରିଖରେ କୁଳମଣି ଓ ଦିବ୍ୟସିଂହ ରାତିରେ ଘରକୁ ଫେରୁଥିବାବେଳେ ଅଭିଯୁକ୍ତମାନେ ମୋବାଇଲ ଜରିଆରେ ସେମାନଙ୍କ ଗତିବିଧିର ସୂଚନା ରଖିଥିଲେ। ଯଁକୁଟି ନିକଟରେ ଥିବା ବିଦ୍ୟୁତ୍‌ ଖୁଣ୍ଟରୁ ଅଭିଯୁକ୍ତମାନେ ଲାଇନ୍‌ କାଟି ଦେବା ସହ ରାସ୍ତାରେ କାଠଗଣ୍ଡି ପକାଇଦେଇଥିଲେ। କୁଳମଣି ଓ ଦିବ୍ୟସିଂହ ରାସ୍ତାରେ କାଠଗଣ୍ଡି ପଡ଼ିଥିବା ଦେଖି ଅଟକିଯିବାରୁ ଅଭିଯୁକ୍ତମାନେ ଠେଙ୍ଗାରେ ଆକ୍ରମଣ କରିଥିଲେ। ଉଭୟ ବାଇକ୍‌ରୁ ପଡ଼ିଯିବା ପରେ ବୀଭତ୍ସଭାବେ ଖଣ୍ଡାରେ ହାଣି ଦେଇଥିଲେ। ବୁଧବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ କହିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ, କୁଳମଣିଙ୍କ ପୁଅ ରମାକାନ୍ତ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ମନ୍ତ୍ରୀ ପ୍ରତାପଙ୍କ ସମେତ ୧୩ ଜଣଙ୍କ ନାମରେ ଆଇପିସି ଦଫା ୧୨୦ ବି, ୧୪୭, ୧୪୮, ୧୪୯, ୩୦୨, ୫୦୬ ଓ ଆର୍ମସ ଆକ୍ଟ ୨୫ ଓ ୨୭ରେ ଏକ ମାମଲା(ନଂ. ୫/୨୧) ରୁଜୁ ହୋଇଛି। ବି.ଯୁଗଳ କିଶୋରଙ୍କ ନେତୃତ୍ୱରେ ୫ଟି ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସୋମବାର ରାତିରେ ଅଭିଯୁକ୍ତଙ୍କୁ ପୋଲିସ ଉଠାଇ ଆଣି ଏକ ଅଜ୍ଞାତ ସ୍ଥାନରେ ପଚରାଉଚୁରା କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା: ୩ ଅଭିଯୁକ୍ତ ଗିରଫ

ଡେରାବିଶ,୨୯ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ନେଇ ଗତ ଜୁନ୍‌ ୪...

ଶିକ୍ଷୟିତ୍ରୀଙ୍କୁ ହାଣିଲେ ଦୁର୍ବୃତ୍ତ: ସ୍ବାମୀ, ଝିଅ ଗୁରୁତର

ଧର୍ମଶାଳା,୬ା୭(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ମିର୍ଜାପୁର ପଞ୍ଚାୟତ ସାରଙ୍ଗକିରଣ ଗାଁରେ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିବା ସହ ତାଙ୍କ...

ମଞ୍ଚ ପାଇଁ ବଞ୍ଚୁଥିବା ମଣିଷ ଦୁର୍ଯ୍ୟୋଧନ

ରତ୍ନଗିରି,୧୪-୧(ଡିଏନ୍‌ଏ):ମଞ୍ଚରେ ଓ ମଞ୍ଚ ପାଇଁ ବଞ୍ଚୁଥିବା ମଣିଷ ହେଉଛନ୍ତି ବରୀ ବ୍ଲକ ଅଧୀନ ବାଲିବିଲି ଗ୍ରାମର ଦୁର୍ଯ୍ୟୋଧନ ପରିଡା(୬୪)। ପିଲାଟି ଦିନରୁ ତୁଳସୀ ଦୁଇପତ୍ରରୁ ବାସିବା...

ବାଲଡିହା ଡ୍ୟାମ ନବକଳେବର ନେଇ ଆଶଙ୍କାରେ ଚାଷୀ

ବାରିପଦା ଅଫିସ, ୧୬ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ବାଲଡି଼ହା ଡ଼୍ୟାମର ବର୍ତ୍ତମାନ ନବକଳେବର ହୋଉଥିବା ବେଳେ ଏହାକୁ ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ...

କାର୍ଯ୍ୟରେ ଯୋଗଦେଲେ ବିଆରସିସି

ହାଟଡିହୀ, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଏବିଇଓ ସୁରେଶ ଜେନାଙ୍କୁ ବିଆରସିସି ଦାୟିତ୍ୱ ମିଳିଛି। ସୁରେଶ କିଛି ଦିନ ପୂର୍ବରୁ ଏଠାକୁ ବଦଳି ହୋଇ ଆସିଥିଲେ।...

୯୧ କରୋନା ଯୋଦ୍ଧାଙ୍କ ନମୁନା ସଂଗ୍ରହ

ଭଣ୍ଡାରିପୋଖରୀ, ୩୦।୪ (ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ ଦିନ ରାତି ଏକ କରି ନିୟୋଜିତ ଥିବା ଯୋଦ୍ଧା ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ସ୍ବାବ ନମୁନା...

ତାଲିମ ନେଲେ ୧୦୦ ଚାଷୀ

ବାରିପଦା ଅଫିସ,୧୫।୪ ମୟୂରଭଞ୍ଜ ଜିଲା ପଲ୍ଲୀଶ୍ରୀ ମେଳା ଆନୁକୂଲ୍ୟରେ ଜିଲା କୃଷି ଓ ଆନୁସଙ୍ଗିକ ବିଭାଗ ପକ୍ଷରୁ କୃଷି ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ମହିଳାଙ୍କ ଉଦ୍ୟମରୁ ସମ୍ଭବ: ୧୭ବର୍ଷ ହେଲା ଖେମୁଣ୍ଡିଆମୁଣ୍ଡା ନିଶାମୁକ୍ତ

ସୋନପୁର,୨୨।୭: ଗାଁର ନା ଖେମୁଣ୍ଡିଆମୁଣ୍ଡା। ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ରେଙ୍ଗାଲି ପଞ୍ଚାୟତ ଅଧୀନ ଏହି ଗାଁ ବାରପାହାଡ ସଂରକ୍ଷିତ ଜଙ୍ଗଲପାର୍ଶ୍ୱରେ ଅବସ୍ଥିତ। ଲୋକସଂଖ୍ୟା ୩୦୦ରୁ...

Advertisement
Archives

Model This Week