୪ ଅଭିଯୁକ୍ତ ଗିରଫ

ନିଶ୍ଚିନ୍ତକୋଇଲି/ମାହାଙ୍ଗା,୬ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ନୃତ୍ତାଙ୍ଗସ୍ଥିତ ଯଁକୁଟି ନିକଟରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ଘଟଣାରେ ଗ୍ରାମାଞ୍ଚଳ ପୋଲିସ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ହେଲେ ଯଁକୁଟି ଗ୍ରାମର ପଞ୍ଚାନନ ସେଠୀ(୨୮)। ଅନ୍ୟ ଅଭିଯୁକ୍ତମାନେ ହେଲେ ଯଁକୁଟି ଗ୍ରାମର ଅରବିନ୍ଦ ଖଟୁଆ(୨୭), ନୃତ୍ତାଙ୍ଗ ଗ୍ରାମର କ୍ଷୀତିଶ ଆଚାର୍ଯ୍ୟ(୪୫) ଓ ଲଳିତ ମୋହନ ବରାଳ(୭୫)। ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସମସ୍ତ ଘଟଣା ପୋଲିସ ଆଗରେ ବଖାଣିବା ପରେ କଟକ ଅତିରିକ୍ତ ଏସ୍‌ପି ପ୍ରଦୀପ୍ତ ଜେନାଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କୁ ଘଟଣାସ୍ଥଳକୁ ନେଇଥିଲା। ସେଠାରେ ସେ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲେ। ଏହି ସମୟରେ ପୋଲିସ ଶୁକନଦୀ ପଠା ନିକଟ ଏକ ବେଣା ଗଛମୂଳରୁ ଗୋଟିଏ ରକ୍ତଭିଜା ଖଣ୍ଡା ଜବତ କରିଥିଲା। ଏଥିସହ ୨ ହଳ ଚପଲ, ଏକ ଚଷମା କାଚ, ରୁମାଲ, ଧଳା କପଡ଼ା ବ୍ୟାଗ, ୩ଟି କଞ୍ଜ୍ୟୁମର ଗ୍ୟାସ୍‌ କାର୍ଡ, ୪ଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି। ଅପରପକ୍ଷରେ ଅଭିଯୁକ୍ତ ତାଲିକାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ଥିବାରୁ ତାଙ୍କ ବହିଷ୍କାର ଓ ଗିରଫ ଦାବିରେ ଭାଜପା ଆନ୍ଦୋଳନକୁ ଜୋରଦାର କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତାପଙ୍କ କୁଶପୁତ୍ତଳିକା ଦାହ କରିବା ସହ ଥାନା ସମ୍ମୁଖରେ ବିକ୍ଷୋଭ କରାଯାଇଛି।
ଏନେଇ ଅପରାହ୍ନରେ ଡିଆଇଜି ଆଶିଷ କୁମାର ସିଂ, ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳ କିଶୋର ମାହାଙ୍ଗା ଥାନାରେ ପହଞ୍ଚତ୍ ତଦନ୍ତର ସମୀକ୍ଷା କରିବା ପରେ ଖବରଦାତା ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଏହି ହତ୍ୟାକାଣ୍ଡ ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା। ଜାନୁୟାରୀ ୨ତାରିଖରେ କୁଳମଣି ଓ ଦିବ୍ୟସିଂହ ରାତିରେ ଘରକୁ ଫେରୁଥିବାବେଳେ ଅଭିଯୁକ୍ତମାନେ ମୋବାଇଲ ଜରିଆରେ ସେମାନଙ୍କ ଗତିବିଧିର ସୂଚନା ରଖିଥିଲେ। ଯଁକୁଟି ନିକଟରେ ଥିବା ବିଦ୍ୟୁତ୍‌ ଖୁଣ୍ଟରୁ ଅଭିଯୁକ୍ତମାନେ ଲାଇନ୍‌ କାଟି ଦେବା ସହ ରାସ୍ତାରେ କାଠଗଣ୍ଡି ପକାଇଦେଇଥିଲେ। କୁଳମଣି ଓ ଦିବ୍ୟସିଂହ ରାସ୍ତାରେ କାଠଗଣ୍ଡି ପଡ଼ିଥିବା ଦେଖି ଅଟକିଯିବାରୁ ଅଭିଯୁକ୍ତମାନେ ଠେଙ୍ଗାରେ ଆକ୍ରମଣ କରିଥିଲେ। ଉଭୟ ବାଇକ୍‌ରୁ ପଡ଼ିଯିବା ପରେ ବୀଭତ୍ସଭାବେ ଖଣ୍ଡାରେ ହାଣି ଦେଇଥିଲେ। ବୁଧବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୋଲିସ କହିଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ, କୁଳମଣିଙ୍କ ପୁଅ ରମାକାନ୍ତ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ମନ୍ତ୍ରୀ ପ୍ରତାପଙ୍କ ସମେତ ୧୩ ଜଣଙ୍କ ନାମରେ ଆଇପିସି ଦଫା ୧୨୦ ବି, ୧୪୭, ୧୪୮, ୧୪୯, ୩୦୨, ୫୦୬ ଓ ଆର୍ମସ ଆକ୍ଟ ୨୫ ଓ ୨୭ରେ ଏକ ମାମଲା(ନଂ. ୫/୨୧) ରୁଜୁ ହୋଇଛି। ବି.ଯୁଗଳ କିଶୋରଙ୍କ ନେତୃତ୍ୱରେ ୫ଟି ସ୍ବତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସୋମବାର ରାତିରେ ଅଭିଯୁକ୍ତଙ୍କୁ ପୋଲିସ ଉଠାଇ ଆଣି ଏକ ଅଜ୍ଞାତ ସ୍ଥାନରେ ପଚରାଉଚୁରା କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri