ତେଲ କମ୍ପାନୀ ପରିସରରେ ମାଟିି ଅତଡ଼ା ଖସିଲା

ମହାକାଳପଡ଼ା, ୬ା୧ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗଗୁଆ ଗଁା ଦେଇ ଭାରତୀୟ ତୈଳ ନିଗମର ପାରାଦୀପ-ହଳଦିଆ ପାଇପ୍‌ ଲାଇନ ଯାଇଛି। ଗଁା ନିକଟ ନିୟନ୍ତ୍ରଣ କକ୍ଷ ପରିସର ମଧ୍ୟରେ ଥିବା ଯାନ୍ତ୍ରିକ ସ୍ଥଳରେ ମଙ୍ଗଳବାର ପୂର୍ବାହ୍ନରେ ମାଟି ଖୋଳା ଯାଉଥିଲା। ଏହି ସମୟରେ ହଠାତ୍‌ ମାଟି ଅତଡା ଖସିଥିଲା। କାର୍ଯ୍ୟରତ ଶ୍ରମିକଙ୍କ ମଧ୍ୟରୁ ଜଣେ ଅତଡା ତଳେ ପୋତି ହୋଇ ଯାଇଥିଲେ। ଅନ୍ୟ ୫ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିଲେ। ପୋତି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ପ୍ରଥମେ ବାବର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶ୍ରମିକଙ୍କ ଘର ସ୍ଥାନୀୟ ଗୁଳୁଦିଆ ଗଁାରେ। ସେ ହେଲେ ଖଗେନ ମଣ୍ଡଳ (୫୫)। ଏହା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ କମ୍ପାନୀ ନିୟନ୍ତ୍ରଣ କକ୍ଷ ପରିସରରେ ପହଞ୍ଚତ୍ ନାରାବାଜି କରିଥିଲେ। ମୃତକଙ୍କ ସ୍ତ୍ରୀ ସୀତାରାଣୀଙ୍କ ସମେତ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ଧାରଣାରେ ବସି ରହିଥିଲେ। ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକ ଅଡି ବସିଛନ୍ତି। ଏ ନେଇ ଖଗେନଙ୍କ ପୁଅ କିଷ୍ଣପଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ମାମଲା (ନଂ. ୩/୨୧) ରୁଜୁ ହୋଇଛି। ଆଇଆଇସି ଜ୍ୟୋତିରଞ୍ଜନ ସ୍ବାଇଁ ଏକ ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଅପରପକ୍ଷେ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ କ୍ଷତିପୂରଣ ଦେବାକୁ ଆଶ୍ୱାସନା ଦେଇଛନ୍ତି। ଖବର ଲେଖା ହେଲା ବେଳକୁ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ଧାରଣାରେ ବସି ରହିଛନ୍ତି। ବର୍ତ୍ତି ଯାଇଥିବା ଶ୍ରମିକମାନଙ୍କ ମଧ୍ୟରେ ଗୁଳୁଦିଆ ଗଁାର ଗୋପାଳ ମଣ୍ଡଳ ଓ ସୁନିଲ ମଣ୍ଡଳ ପ୍ରମୁଖ ଏହି କାର୍ଯ୍ୟରେ ନିୟୋଜିତ ଥିଲେ। ଅପରପକ୍ଷେ କାର୍ଯ୍ୟରେ ଲଗାଇଥିବା ଶ୍ରମିକମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ନିରାପତ୍ତା ସକାଶେ ସୁରକ୍ଷା ସରଞ୍ଜାମ, ହେଲ୍‌ମେଟ, ସେଫ୍ଟି ଜୋତା, ଲାଇଫ୍‌ ଜ୍ୟାକେଟ ଆଦି ଯୋଗା ଯାଇ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ତହସିଲଦାର

ପୁରୁଷୋତ୍ତମପୁର,୨୭ା୮(ଡି.ଏନ୍‌.ଏ.): କରୋନା ଯୋଦ୍ଧା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅରୁଣ କୁମାର ନାୟକ ଗତ ୧୨ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ହୋମ୍‌...

ଏମ୍‌କେସିଜିରେ ଡାକ୍ତର ଅଭାବ: ସମସ୍ୟା ସମାଧାନ ନ ହେଲେ ରାଜଧାନୀରେ ଧାରଣା

ବ୍ରହ୍ମପୁର ଅଫିସ,୬ା୨: ବ୍ରହ୍ମପୁର ବଡ଼ ମେଡିକାଲ ଏବେ ନାନା ଅବ୍ୟବସ୍ଥାରେ ଛନ୍ଦି ହୋଇ ହୋଇପଡ଼ିଛି। ଏଠାରୁ ବାରମ୍ବାର ବରିଷ୍ଠ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଉଛି। ଡାକ୍ତର...

ଆଇସିୟୁରେ ଥାଇ ଅରିନ୍ଦମଙ୍କୁ ଖୋଜୁଛନ୍ତି ପ୍ରଭାତ : ଭାଇ କେମିତି ଅଛି…

କଟକ ଅଫିସ,୨୫।୯: କଟକ ମୁଣ୍ଡଳି ଜଳ ସ୍ରୋତରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ୍‌ଙ୍କ ସହିତ ଖବର ସଂଗ୍ରହ ପାଇଁ ଓଟିଭି...

ବ୍ୟବସାୟୀ ରାକେଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ପୁଅ ମୁଖ୍ୟ ଅଭିଯୁକ୍ତ

ବାଲିଆପାଳ, ୨୪।୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନାର ଟାଙ୍ଗରପିଟା ଗ୍ରାମରେ ଗତ ମାସ ୨୫ତାରିଖ ରାତିରେ କେତେଜଣ ଦୃର୍ବୁତ୍ତ ରାକେଶ ଚୌଧୁରୀ ନାମକ ଜଣେ କ୍ଷୀର ବ୍ୟବସାୟୀଙ୍କୁ...

ଅଫିସ୍‌ରେ ପଶି ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼

ପଟ୍ଟାମୁଣ୍ଡାଇ,୩।୪(ସ୍ବ.ପ୍ର.): ଚାଷ ଜମି ପାଖରେ ବେଆଇନ ଇଟାଭାଟି ନିର୍ମାଣକୁ ବିରୋଧ କରି ଚାଷୀମାନେ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ...

୬୦ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

ଯଁ।ଳା,୧୩ା୬ (ଡି.ଏନ୍‌.ଏ.): ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଶୁକ୍ରବାର ଯଁ।ଳା ଫାଣ୍ଡି ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଖୋର୍ଦ୍ଧା ଜିଲା...

ବଜାରରେ ଦେଶୀ ରଙ୍ଗ କମ୍‌, କେମିକାଲ ବେଶି

ରାଉରକେଲା ଅଫିସ, ୬।୩:ଆସନ୍ତା ୮ତାରିଖରେ ଲୋକେ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରିବେ। ଏହାକୁ ନେଇ ରାଉରକେଲା ସହର ଚଳଚଞ୍ଚଳ ହୋଇପଡିଛି। ହୋଲିରେ ସହରର ଶତାଧିକ...

ପରିଧାନ ସମ୍ପର୍କରେ ଜାଣିନି ପୌରପାଳିକା

ଅନୁଗୋଳ ଅଫିସ, ୪।୪: ଅନୁଗୋଳ କୋର୍ଟ ସମ୍ମୁଖ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାର୍ଟ, ପ୍ୟାଣ୍ଟ ଓ ବୁଟ୍‌...

Advertisement
Archives

Model This Week