ଭାରତରେ ୪.୫୮ କୋଟି ମହିଳା ନିଖୋଜ

ଜାତିସଂଘ,୧।୭: ବିଗତ ୫୦ ବର୍ଷ ମଧ୍ୟରେ ବିଶ୍ୱରେ ୧୪ କୋଟି ୨୬ ଲକ୍ଷ ମହିଳା ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକତୃତୀୟାଂଶ ଅର୍ଥାତ୍‌ ୪ କୋଟି ୫୮ ଲକ୍ଷ ମହିଳା ଭାରତର ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ସଦ୍ୟ ରିପୋର୍ଟରେ କୁହାଯାଇଛି। ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌ଏଫ୍‌ପିଏ) ପକ୍ଷରୁ ମଙ୍ଗଳବାର ଦି ଷ୍ଟେଟ୍‌ ଅଫ୍‌ ଓ୍ବାଲର୍‌ଡ ପପୁଲେଶନ ବା ବିଶ୍ୱ ଜନସଂଖ୍ୟାର ସ୍ଥିତି ୨୦୨୦ ରିପୋର୍ଟ ଜାରି କରାଯାଇଛି। ବିଶ୍ୱର ଯୌନ ଓ ପ୍ରଜନନ ସ୍ବାସ୍ଥ୍ୟ ସଂସ୍ଥା ୟୁଏନ୍‌ଏଫ୍‌ପିଏ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଗତ ୫୦ ବର୍ଷରେ ନିଖୋଜ ମହିଳାଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଛି। ୧୯୭୦ରେ ସାରା ବିଶ୍ୱରେ ୬ କୋଟି ୧୦ ଲକ୍ଷ ମହିଳା ନିଖୋଜ ଥିବାବେଳେ ୨୦୨୦େରେ ଏହି ସଂଖ୍ୟା ୧୪ କୋଟି ୨୬ ଲକ୍ଷରେ ପହଞ୍ଚତ୍ଛି। ନିଖୋଜ ମହିଳାଙ୍କ ମଧ୍ୟରେ କେବଳ ଭାରତର ୪ କୋଟି ୫୮ ଲକ୍ଷ ଥିବାବେଳେ ଚାଇନାର ୭ କୋଟି ୨୩ ଲକ୍ଷ ଅଛନ୍ତି। ପ୍ରସବ ପୂର୍ବରୁ ଲିଙ୍ଗ ନିରୂପଣ ଓ ପ୍ରସବ ପରବର୍ତ୍ତୀ ପ୍ରଭାବ ଯୋଗୁ ଏକ ନିର୍ଦ୍ଦିଷ୍ଟ ତାରିଖରୁ ଜନସଂଖ୍ୟାରୁ ନିଖୋଜ ହୋଇଥିବା ମହିଳାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଏହି ସଂସ୍ଥା କହିଛି।
୨୦୧୩ରୁ ୨୦୧୭ ମଧ୍ୟରେ ଭାରତରେ ପ୍ରତିବର୍ଷ ପ୍ରାୟ ୪ ଲକ୍ଷ ୬୦ ହଜାର ଶିଶୁକନ୍ୟା ଜନ୍ମ ସମୟରୁ ହିଁ ନିଖୋଜ ହୋଇଛନ୍ତି। ଏକ ବିଶ୍ଳେଷଣ ଅନୁସାରେ ଦେଶରେ ପ୍ରାୟ ଦୁଇ-ତୃତୀୟାଂଶ ଝିଅ ନିଖୋଜ ହେବାର କାରଣ ଲିଙ୍ଗ ନିରୂପଣ ଓ ଲିଙ୍ଗ ଆଧାରରେ ଭେଦଭାବ ସମ୍ପର୍କିତ। ସେହିପରି ଏକ-ତୃତୀୟାଂଶ ଶିଶୁକନ୍ୟା ଜନ୍ମ ପରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଉକ୍ତ ରିପୋର୍ଟରେ ବିଶେଷଜ୍ଞମାନଙ୍କ ପକ୍ଷରୁ ମିଳିଥିବା ପରିସଂଖ୍ୟାନକୁ ଭିତ୍ତିକରି କୁହାଯାଇଛି ଯେ, ଲିଙ୍ଗ ଆଧାରରେ ଭେଦଭାବ କାରଣରୁ (ଜନ୍ମ ପୂର୍ବରୁ) ଲିଙ୍ଗ ନିରୂପଣ ଯୋଗୁ ସାରା ବିଶ୍ୱରେ ନିଖୋଜ ହେଉଥିବା ହାରାହାରି ୧୨ ଲକ୍ଷରୁ ୧୫ ଲକ୍ଷ ଶିଶୁକନ୍ୟାଙ୍କ ମଧ୍ୟରୁ ୯୦ରୁ ୯୫% କେବଳ ଚାଇନା ଓ ଭାରତରେ ହେଉଛି। ପ୍ରତିବର୍ଷ ପିଲା ଜନ୍ମ କ୍ଷେତ୍ରରେ ମଧ୍ୟ ଏହି ଦୁଇ ଦେଶ ସବୁଠୁ ଆଗରେ ଅଛନ୍ତି। ସରକାରମାନେ ଲିଙ୍ଗ ନିରୂପଣ ଏଡ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଭାରତ ଓ ଭିଏତ୍‌ନାମରେ ଲୋକଙ୍କ ବିଚାରରେ ପରିବର୍ତ୍ତନ ପାଇଁ ଅଭିଯାନ ଆରମ୍ଭ କରାଯାଇଛି।
ବିଶ୍ଳେଷଣ ଅନୁସାରେ ଭାରତରେ ଶିଶୁକନ୍ୟାଙ୍କ ମୃତ୍ୟୁହାର ସର୍ବାଧିକ। ପ୍ରତି ୧,୦୦୦ ଶିଶୁକନ୍ୟା ଜନ୍ମ ହେବା ପରେ ୧୩.୫%ଙ୍କ ମୃତ୍ୟୁ ଘଟୁଛି। ୫ ବର୍ଷ ବୟସରୁ କମ୍‌ ପ୍ରତି ୯ ଜଣ କନ୍ୟାଙ୍କ ମଧ୍ୟରୁ ଜଣଙ୍କ ଜୀବନ ଯାଉଛି। ଝିଅଙ୍କ ପରିବର୍ତ୍ତେ ପୁଅଙ୍କୁ ପ୍ରାଥମିକତା ଦେବା କାରଣରୁ କିଛି ଦେଶରେ ମହିଳା ଓ ପୁରୁଷଙ୍କ ଅନୁପାତରେ ବଡ଼ ବ୍ୟବଧାନ ଦେଖିବାକୁ ମିଳିଛି। ଜନସଂଖ୍ୟାରେ ଏହି ଅସନ୍ତୁଳନ ଯୋଗୁ ବିବାହ ପ୍ରଣାଳୀ ଉପରେ ମଧ୍ୟ ପ୍ରଭାବ ପଡ଼ିବ। ସ୍କୁଲ ଉପସ୍ଥାନ ପାଇଁ ନଗଦ ରାଶି ହସ୍ତାନ୍ତର କିମ୍ବା ସ୍କୁଲ ଫିଜ୍‌ ଛାଡ଼ ଓ ବହି, ୟୁନିଫର୍ମ ଆଦି ପ୍ରଦାନ ଭଳି ସୁବିଧା ସହ ସଫଳ ଶିକ୍ଷା ପ୍ରଣାଳୀ ଆପଣାଗଲେ ଶିଶୁକନ୍ୟାଙ୍କ ମୃତ୍ୟୁହାରକୁ ରୋକାଯାଇପାରିବ ବୋଲି ଅଧ୍ୟୟନରେ ପ୍ରସ୍ତାବ ଦିଆଯାଇଛି। ଏଥିରେ ‘ଅପନି ବେଟୀ ଅପନା ଧନ’ ଭଳି ଭାରତରେ ନିଆଯାଉଥିବା ସଫଳ ନଗଦ ରାଶି ହସ୍ତାନ୍ତର ଯୋଜନାକୁ ପ୍ରଶଂସା କରାଯାଇଛି। ଜନସଂଖ୍ୟାରେ ଅସନ୍ତୁଳନ ଯୋଗୁ ବିବାହ ବ୍ୟବସ୍ଥା ବହୁଳ ଭାବେ ପ୍ରଭାବିତ ହେବ। ଭାରତରେ ସମ୍ଭାବ୍ୟ କନ୍ୟାଙ୍କ ତୁଳନାରେ ସମ୍ଭାବ୍ୟ ବରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୫୫ ମସିହା ବେଳକୁ ଏହି ସ୍ଥିତି ଭାରତରେ ସବୁଠୁ ଖରାପ ହେବ। ୨୦୫୦ ପରେ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ଏକାକୀ ରହୁଥିବା ଅବିବାହିତ ପୁରୁଷଙ୍କ ସଂଖ୍ୟା ୧୦% ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri