୧୫୯ ପଞ୍ଚାୟତର ୩୯, ୭୯୩ ଲୋକ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୨୦।୮: ଜଗତ୍‌ସିଂହପୁର ଜିଲା ପ୍ରଶାସନର ଆକଳନ ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଜିଲାର ୧୫୯ ପଞ୍ଚାୟତ ଅନ୍ତର୍ଗତ ୬୨୦ଟି ଗ୍ରାମର ୩୯,୭୯୩ ଲୋକ, ୧୭,୭୬୦ ଗୋସମ୍ପଦ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୨୫ଟି ଗାଁ ଜଳାର୍ଣ୍ଣବ ହୋଇଥିବେଳେ ସେଠାରେ ଥିବା ୧୭,୫୭୮ ଲୋକ ପ୍ରଭାବିତ ହୋଇଛନ୍ତି। ୪୨ଟି କଚାଘର ଓ ୩୬ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଛି। ୧୦,୨୭୬ ହେକ୍ଟର ଜମି ଜଳମଗ୍ନ ହୋଇଯାଇଛି। ସେଥିରୁ ଉଦ୍ୟାନ କୃଷିର ୯୬ ହେକ୍ଟର ଜମିରେ ହୋଇଥିବା ପନିପରିବା ଚାଷ ନଷ୍ଟ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ୧୫,୨୮୮ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ ୧୬୧.୨ କୁଇଣ୍ଟାଲ ଚୁଡା, ୪୦.୫୯ କୁଇଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ୧୪ଟି ମେଡିକାଲ ଓ ୧୯ଟି ପ୍ରାଣୀ ସମ୍ପଦ ବିଭାଗର ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। ୬୯୪ ରୋଲ ପଲିଥିନ ବଣ୍ଟନ ହୋଇପାରିଛି। ମୋଟାମୋଟି ଭାବେ ଜିଲା ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଥିବା ସୂଚନା ଦିଆଯାଇଛି। ଜିଲାପାଳ ପାରୁଲ ପଟାୱରୀ ଶୁକ୍ରବାର ଅପରାହ୍ନରେ କୁଜଙ୍ଗ ବ୍ଲକର ଜିଲାନାସୀ, ଜୟଶଙ୍ଖପୁର, ତେନ୍ତୁଳିଆ, ବରିହାଡିହା ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରପୀଡିତଙ୍କ ଅଭାବ, ଅସୁବିଧା ବୁଝିଥିଲେ। ଜିଲାର ୮ ବ୍ଲକରେ ପ୍ରଶାସନ ପକ୍ଷରୁ ଶୁଖିଲା, ରନ୍ଧା ଖାଦ୍ୟ ଆଶ୍ରୟସ୍ଥଳରେ ଥିବା ଲୋକଙ୍କୁ ପ୍ରଦାନ କରାଯାଇଛି। ଏଥିସହ ଗୋସମ୍ପଦଙ୍କୁ ଗୋଖାଦ୍ୟ ଯୋଗାଇବା ପ୍ରକ୍ରିୟା ଚାଲିଛି। ତହସିଲଦାରମାନେ ପଲିଥିନ ବଣ୍ଟନ ଦାୟିତ୍ୱରେ ଅଛନ୍ତି। ରିଲିଫ କାର୍ଯ୍ୟରେ ଜନପ୍ରତିନିଧିଙ୍କ ସହାୟତାରେ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ୩ଟି ମୋବାଇଲ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇ ପାନୀୟ ଜଳ ପାଉଚ ମାଧ୍ୟମରେ ଯୋଗାଣ ବ୍ୟବସ୍ଥା ହେଉଛି। ସ୍ବାସ୍ଥ୍ୟ, ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଶିବିର ମାଧ୍ୟମରେ ଲୋକ ଓ ଗୋ ସମ୍ପଦକଙ୍କ ପାଇଁ ଔଷଧ ଯୋଗାଇ ଦିଆଯାଉଛି। ୩ ଦିନ ହେବ ବରିଷ୍ଠ ଅଧିକାରୀମାନେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଛନ୍ତି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ସହ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ, ସ୍ବାସ୍ଥ୍ୟ, ପ୍ରାଣୀ ସମ୍ପଦ, ପଞ୍ଚାୟତିରାଜ ବିଭାଗ କର୍ମଚାରୀମାନେ ଦାୟିତ୍ୱରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ୧୬ଦିନ ପାଇଁ ରିଲିଫ୍‌ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଏହା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଜଗତ୍‌ସିଂହପୁର ଦୁଗ୍ଧ ଉତ୍ପାଦନରେ ୧ନମ୍ବର ଥିବାରୁ ଗୋ ସମ୍ପଦର ସୁରକ୍ଷା ଉପରେ ପ୍ରାଧାନ୍ୟ ଦେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri