୧୫୯ ପଞ୍ଚାୟତର ୩୯, ୭୯୩ ଲୋକ ପ୍ରଭାବିତ

ଜଗତ୍‌ସିଂହପୁର ଅଫିସ, ୨୦।୮: ଜଗତ୍‌ସିଂହପୁର ଜିଲା ପ୍ରଶାସନର ଆକଳନ ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଜିଲାର ୧୫୯ ପଞ୍ଚାୟତ ଅନ୍ତର୍ଗତ ୬୨୦ଟି ଗ୍ରାମର ୩୯,୭୯୩ ଲୋକ, ୧୭,୭୬୦ ଗୋସମ୍ପଦ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରୁ ୨୫ଟି ଗାଁ ଜଳାର୍ଣ୍ଣବ ହୋଇଥିବେଳେ ସେଠାରେ ଥିବା ୧୭,୫୭୮ ଲୋକ ପ୍ରଭାବିତ ହୋଇଛନ୍ତି। ୪୨ଟି କଚାଘର ଓ ୩୬ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଛି। ୧୦,୨୭୬ ହେକ୍ଟର ଜମି ଜଳମଗ୍ନ ହୋଇଯାଇଛି। ସେଥିରୁ ଉଦ୍ୟାନ କୃଷିର ୯୬ ହେକ୍ଟର ଜମିରେ ହୋଇଥିବା ପନିପରିବା ଚାଷ ନଷ୍ଟ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ୧୫,୨୮୮ ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ ୧୬୧.୨ କୁଇଣ୍ଟାଲ ଚୁଡା, ୪୦.୫୯ କୁଇଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ୧୪ଟି ମେଡିକାଲ ଓ ୧୯ଟି ପ୍ରାଣୀ ସମ୍ପଦ ବିଭାଗର ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। ୬୯୪ ରୋଲ ପଲିଥିନ ବଣ୍ଟନ ହୋଇପାରିଛି। ମୋଟାମୋଟି ଭାବେ ଜିଲା ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଥିବା ସୂଚନା ଦିଆଯାଇଛି। ଜିଲାପାଳ ପାରୁଲ ପଟାୱରୀ ଶୁକ୍ରବାର ଅପରାହ୍ନରେ କୁଜଙ୍ଗ ବ୍ଲକର ଜିଲାନାସୀ, ଜୟଶଙ୍ଖପୁର, ତେନ୍ତୁଳିଆ, ବରିହାଡିହା ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରପୀଡିତଙ୍କ ଅଭାବ, ଅସୁବିଧା ବୁଝିଥିଲେ। ଜିଲାର ୮ ବ୍ଲକରେ ପ୍ରଶାସନ ପକ୍ଷରୁ ଶୁଖିଲା, ରନ୍ଧା ଖାଦ୍ୟ ଆଶ୍ରୟସ୍ଥଳରେ ଥିବା ଲୋକଙ୍କୁ ପ୍ରଦାନ କରାଯାଇଛି। ଏଥିସହ ଗୋସମ୍ପଦଙ୍କୁ ଗୋଖାଦ୍ୟ ଯୋଗାଇବା ପ୍ରକ୍ରିୟା ଚାଲିଛି। ତହସିଲଦାରମାନେ ପଲିଥିନ ବଣ୍ଟନ ଦାୟିତ୍ୱରେ ଅଛନ୍ତି। ରିଲିଫ କାର୍ଯ୍ୟରେ ଜନପ୍ରତିନିଧିଙ୍କ ସହାୟତାରେ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। ୩ଟି ମୋବାଇଲ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇ ପାନୀୟ ଜଳ ପାଉଚ ମାଧ୍ୟମରେ ଯୋଗାଣ ବ୍ୟବସ୍ଥା ହେଉଛି। ସ୍ବାସ୍ଥ୍ୟ, ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଶିବିର ମାଧ୍ୟମରେ ଲୋକ ଓ ଗୋ ସମ୍ପଦକଙ୍କ ପାଇଁ ଔଷଧ ଯୋଗାଇ ଦିଆଯାଉଛି। ୩ ଦିନ ହେବ ବରିଷ୍ଠ ଅଧିକାରୀମାନେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଛନ୍ତି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ସହ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ, ସ୍ବାସ୍ଥ୍ୟ, ପ୍ରାଣୀ ସମ୍ପଦ, ପଞ୍ଚାୟତିରାଜ ବିଭାଗ କର୍ମଚାରୀମାନେ ଦାୟିତ୍ୱରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ୧୬ଦିନ ପାଇଁ ରିଲିଫ୍‌ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଏହା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଜଗତ୍‌ସିଂହପୁର ଦୁଗ୍ଧ ଉତ୍ପାଦନରେ ୧ନମ୍ବର ଥିବାରୁ ଗୋ ସମ୍ପଦର ସୁରକ୍ଷା ଉପରେ ପ୍ରାଧାନ୍ୟ ଦେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri