୩୯ ଲକ୍ଷ ହଡ଼ପ ମାମଲାରେ ୩ କୋର୍ଟ ଚାଲାଣ: ବିଇଓ ଅଫିସ ଆକାଉଣ୍ଟାଣ୍ଟ ଫେରାର

ଭବାନୀପାଟଣା,୨୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଟଙ୍କା ହଡ଼ପ କରିଥିବା ମାମଲା ନେଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଶୁଚିସ୍ମିତାଙ୍କ ସହ ସାମିଲ ଥିବା ଅଭିଯୋଗରେ ପୋଲିସ ବୁଧବାର ରାତିରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଶୁଚିସ୍ମିତାଙ୍କ ଭିଣୋଇ ବରଗଡ଼ ଅମ୍ବାପାଲିର ୧୭ ନମ୍ବର ୱାର୍ଡର ଗଙ୍ଗାଧର ପୂଝାରୀ(୪୬), ବରଗଡ଼ ୱାର୍ଡ ନଂ.୧୩ ମହାନ୍ତିପଡ଼ାର ଗୋପାଳକୃଷ୍ଣ ଦାସ(୪୯) ଓ ଭବାନୀପାଟଣା ସହରସ୍ଥିତ ରାମନଗରପଡ଼ାର ଶିକ୍ଷକ ପୂର୍ଣ୍ଣଶଶୀ ମହାନ୍ତି(୩୯)।
ସେହିପରି ଭିଜିଲାନ୍ସ ପକ୍ଷରୁ ଜମିପଟ୍ଟା ଯାଞ୍ଚ ନିମନ୍ତେ ରାଜସ୍ବ ନିରୀକ୍ଷକଙ୍କୁ ଚିଠି କରାଯାଇଛି। ଇରିଗେଶନ କଲୋନୀରେ ଥିବା ଶୁଚିସ୍ମିତାଙ୍କ ଏକ ଘର ପୂର୍ବରୁ ଭିଜିଲାନ୍ସ ସିଲ କରିଥିବା ବେଳେ ବର୍ତ୍ତମାନ ଅନ୍ୟ ଏକ ଘରକୁ ମଧ୍ୟ ଜବତ କରିଥିବା ସୂଚନା ମିଳିଛି।

ଭବାନୀପାଟଣା ସଦର ବିଇଓ ଅଫିସ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର ଘଟଣା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘଟଣାରେ ଉଭୟ ଟାଉନ ଥାନା ପୋଲିସ ଓ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି। ଟାଉନ ଥାନା ପୋଲିସ ମଙ୍ଗଳବାର ରାତିରେ ଉପରୋକ୍ତ ୩ଜଣଙ୍କୁ ଆଣି ଥାନାରେ ଜେରା କରିଥିଲା। ଅର୍ଥ ହେରଫେରରେ ଶୁଚିସ୍ମିତାଙ୍କ ସହ ଏହି ୩ ଜଣ ସମ୍ପୃକ୍ତି ଥିବା ଜଣାପଡିଥିଲା। ଅନ୍ୟପକ୍ଷେ ଟାଉନ ଥାନା ଅତିରିକ୍ତ ଇନ୍ସପେକ୍ଟର ରନିତା ପ୍ରଧାନ ଘଟଣାର ଅଧିକ ତଦନ୍ତ ଚଲାଇଛନ୍ତି।

ସେହିପରି ଭିଜିଲାନ୍ସ ବିଭାଗ ଆକ୍ସିସ ବ୍ୟାଙ୍କର ଭୁବନେଶ୍ବର କାର୍ଯ୍ୟାଳୟ ସହ ଯୋଗାଯୋଗ କରି ବିଭିନ୍ନ ତଥ୍ୟ ମାଗିଥିବା ଜଣାପଡିଛି। ଏପରିକି ରେଜିଷ୍ଟ୍ରେଶନ ଅଫିସରେ ଶୁଚିସ୍ମିତାଙ୍କ ବିଭିନ୍ନ ଜମିର ପଞ୍ଜିକରଣ ତଥ୍ୟ ମଗାଯାଇଛି। ଗୋଟିଏ ପ୍ଲଟର ତଥ୍ୟ ଭିଜିଲାନ୍ସର ହସ୍ତଗତ ହୋଇଥିବା ବେଳେ ଅନ୍ୟ ତଥ୍ୟ ପାଇଁ ଉଦ୍ୟମ ଜାରି ରହିଛି। ସେହିପରି, ହିଲ ଟାଉନରେ ଥିବା ପ୍ଲଟ ଉପରେ ଭିଜିଲାନ୍ସର ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷେ ଘଟଣାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ ଫେରାର ଶୁଚିସ୍ମିତାଙ୍କୁ ପୋଲିସ ଠାବ କରି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri