ଗୁଳିମାଡ଼ରେ ୩୮ ନିହତ

ୟାଙ୍ଗୁନ୍‌, ୪।୩: ମ୍ୟାନ୍‌ମାର ବିକ୍ଷୋଭକାରୀଙ୍କ ଉପରେ ସୁରକ୍ଷା ବଳର ଦମନଲୀଳା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ବିଭିନ୍ନ ସହରରେ ପୋଲିସ ଓ ସେନା ଗୁଳିରେ ୩୮ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ସ୍ଥାନୀୟ ଗଣମାଧ୍ୟମ ତଥା ସୋସିଆଲ ମିଡିଆ ରିପୋର୍ଟରୁ ଜଣାପଡିଛି। କେବଳ ୟାଙ୍ଗୁନ୍‌ରେ ୧୮ ବିକ୍ଷୋଭକାରୀ ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଫେବୃୟାରୀ ୧ ତାରିଖରେ ମ୍ୟାନ୍‌ମାର ସେନା ବିଦ୍ରୋହ ବଳରେ ଗଣତନ୍ତ୍ରିକ ଉପାୟରେ ନିର୍ବାଚିତ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ ସରକାରଙ୍କୁ ହଟାଇ କ୍ଷମତା ଦଖଲ କରିଥିଲା। ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ବୁଧବାର ଥିଲା ସବୁଠୁ ରକ୍ତରଞ୍ଜିତ ଦିନ। ବିଭିନ୍ନ ସହରରେ ଆନ୍ଦୋଳନକୁ ଦମନ କରିବା ଲାଗି ସାମରିକ ଶାସକ ମାତ୍ରାଧିକ ବଳ ପ୍ରୟୋଗ କରିଛନ୍ତି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ସେମାନଙ୍କ ଉପରକୁ ଗୁଳି ଚଳାଇବା ସହ ଲୁହବୁହା ବାଷ୍ପ ଓ ରବର ବୁଲେଟ ମାଡ଼ କରାଯାଇଥିଲା। ପୋଲିସ ଦମନଲୀଳା ସତ୍ତ୍ୱେ ବିକ୍ଷୋଭକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗତ ରବିବାର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା। ବୁଧବାର ବିକ୍ଷୋଭକାରୀମାନଙ୍କ ଉପରକୁ ସୁରକ୍ଷା ବଳ ଗୁଳି ଚଳାଇବା ସହ ଆକ୍ରମଣ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାନ୍ତ୍ରିକ ତ୍ରୁଟି, କାଠମାଣ୍ଡୁ ଫେରିଲା ବିମାନ

କାଠମାଣ୍ଡୁ,୧ା୬: ବୁଦ୍ଧ ଏୟାରଲାଇନ୍ସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନେପାଳର କାଠମାଣ୍ଡୁକୁ ଫେରିଛି। ଏହି ବିମାନ ବୁଧବାର କାଠମାଣ୍ଡୁରୁ ଭାଦ୍ରପୁର ଅଭିମୁଖେ ଯାତ୍ରା କରିଥିଲା।...

ବିନା ହିଜାବରେ ଚେସ୍‌ ଖେଳିଲେ

ଅଲ୍‌ମାଟି,୨୯ା୧୨: ଏଫ୍‌ଆଇଡିଇ ଓ୍ବାଲର୍‌ଡ ରାପିଡ୍‌ ଆଣ୍ଡ୍‌ ବ୍ଲିଜ୍‌ ଚାମ୍ପିୟନ୍‌ଶିପ୍‌ କାଜାଖାସ୍ତାନର ଅଲ୍‌ମାଟିରେ ଆୟୋଜିତ ହୋଇଛି। ଏଥିରେ ଇରାନର ଚେସ୍‌ ଖେଳାଳି ସାରା ଖାଦେମ୍‌ ଭାଗନେଇଥିଲେ। ଇରାନ...

କରୋନା ବଢ଼ାଉଛି ମାନସିକ ଯନ୍ତ୍ରଣା

ଜାତିସଂଘ,୧୫।୫: କରୋନା ମହାମାରୀ ଯୋଗୁ ମାନସିକ ଯନ୍ତ୍ରଣା ବୃଦ୍ଧି ପାଉଥିବା ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସତର୍କ କରାଇଦେଇଛନ୍ତି। ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ...

ଚାଇନା ଗ୍ୟାସ ପ୍ଲାଣ୍ଟରେ ବିସ୍ଫୋରଣ: ୧୦ ମୃତ

ହେନାନ୨୦।୭: ଚାଇନାର ହେନାନରେ ଥିବା ଏକ ଗ୍ୟାସ ପ୍ଲାଣ୍ଟରେ ଶୁକ୍ରବାର ଅପରାହ୍ନରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଆହତ...

ପ୍ଲାଷ୍ଟିକ୍‌ରୁ ତିଆରି ହେଲା ସୁନା: ଏବେ ପ୍ଲାଷ୍ଟିକ୍‌ ବର୍ଜ୍ୟର ଆଉ ରହିବ ନାହିଁ ଭୟ !

ଲଣ୍ଡନ,୧୩।୧: ପରିବେଶକୁ ଅଧିକ ପ୍ରଦୂଷିତ କରୁଥିବା ପ୍ଲାଷ୍ଟିକରୁ ଏବେ ସୁନା ତିଆରି ସମ୍ଭବ। ସୁଇଜରଲାଣ୍ଡର ବୈଜ୍ଞାନିକ ପ୍ରଥମ ଥର ପାଇଁ ପ୍ଲାଷ୍ଟିକ୍‌ରୁ ସୁନା ତିଆରି କରିବାକୁ...

ଲଣ୍ଡନରେ ଭଡ଼ାରେ ରହିବା ହେଲା ମହଙ୍ଗା: ଘରଭଡ଼ା ମାସକୁ ଅଢ଼େଇରୁ ୩ ଲକ୍ଷ…

ଲଣ୍ଡନ,୨୮।୧ : ବ୍ରିଟେନର ରାଜଧାନୀ ଲଣ୍ଡନରେ ଭଡ଼ାରେ ରହିବା ବର୍ତ୍ତମାନ ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲଣ୍ଡନରେ ଗୋଟିଏ ଘରର ହାରାହାରି...

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ମେଲବୋର୍ନ,୧୨।୧: ଅଷ୍ଟ୍ରେଲିଆରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନ ସମର୍ଥକମାନେ ମେଲବୋର୍ନରେ ଥିବା ଏହି ମନ୍ଦିର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଖଲିସ୍ତାନ...

ସିଓଲ ହଲୋଇନ ପାର୍ଟିରେ ଦଳାଚକଟା: ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି

ସିଓଲ, ୩୦ା୧୦:ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ଶନିବାର ହଲୋଇନ୍‌ ଉତ୍ସବ ପାଳନବେଳେ ଦଳାଚକଟା ଯୋଗୁ ମୃତ୍ୟୁସଂଖ୍ୟା ୧୫୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗ...

Advertisement
Archives

Model This Week