ବର୍ଷକରେ ବନ୍ଧାହେଲେଣି ୩୮

ଭୁବନେଶ୍ୱର,୨୭।୯ (ବ୍ୟୁରୋ):ଗିରଫଦାରି ଓ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ରାଜଧାନୀରେ ଦାଦାବଟି ଘଟଣା ବଢ଼ି ଚାଲିଛି। ବ୍ୟବସାୟିକ ସଂସ୍ଥା, ଜମି ମାଲିକ, କଣ୍ଟ୍ରାକ୍ଟରଙ୍କୁ ଅସାମାଜିକ ବ୍ୟକ୍ତିମାନେ ଦାଦାବଟି ମାଗି ପ୍ରାୟ ସମୟ ହଇରାଣ ହରକତ କରୁଛନ୍ତି। ବଟି ନ ପାଇଲେ ଆକ୍ରମଣ ଓ ହତ୍ୟା କରିବାକୁ ପଛାଉ ନାହାନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କମିଶନରେଟ ପୋଲିସ ‘ଦାଦାବଟିକୁ ନା’ ନାମରେ ଏକ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଏହି ଅଭିଯାନରେ କେବଳ ସେପ୍ଟେମ୍ବର ୨୬ ଦିନରେ ଭୁବନେଶ୍ୱର କମିଶନରେଟ ପୋଲିସ ୧୦ ମାମଲା ରୁଜୁ କରିବା ସହ ୧୮ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଚଳିତ ବର୍ଷ ଦାଦାବଟି ମାଗି ୩୮ଜଣ ଗିରଫ ହୋଇଥିବା ସୂଚନା ଦିଆଯାଇଛି।
ଦାଦା ବଟି ନ ଦେବାରୁ ଜଣେ ସିକ୍ୟୁରିଟି ଗାର୍ଡ ଓ ତାଙ୍କ ସହକର୍ମୀଙ୍କୁ ଲୁହା ରଡରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ ୨ଜଣ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳର ଧନଞ୍ଜୟ ଆଚାର୍ଯ୍ୟ ଓ ଖୋର୍ଦ୍ଧା ଜିଲା ଟାଙ୍ଗୀ ଅଞ୍ଚଳର ବିଶ୍ୱନାଥ ଜେନା। ସେମାନଙ୍କ ନିକଟରୁ ପୋଲିସ ୨ ଲୁହା ରଡ଼ ଜବତ କରିଥିଲା। ପୂର୍ବରୁ ବାଲୁଗାଁ ଏବଂ ଟାଙ୍ଗୀ ଥାନାରେ ୨ଟି ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁସାରେ, କଣ୍ଟ୍ରାକ୍ଟର ବିଜନ କୁମାର ପରିଡା ଟେଣ୍ଡର ପାଇ ଏହି ଥାନା ଅନ୍ତର୍ଗତ ଭୋଟପଡ଼ା ବ୍ରିଜ୍‌ ମରାମତି କାମ କରୁଛନ୍ତି। ଜଗାରଖା ପାଇଁ ସିକ୍ୟୁରିଟି ଗାର୍ଡ ଭାବରେ କଣ୍ଟ୍ରାକ୍ଟର ବିଜନ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରାଇଥିଲେ। ସୋମବାର ସମ୍ପୃକ୍ତ ବ୍ୟକ୍ତି ସହକର୍ମୀଙ୍କ ସହ ଡ୍ୟୁଟିରେ ଥିବାବେଳେ ଅଭିଯୁକ୍ତମାନେ ଆସି ତାଙ୍କୁ ଏକ ହଜାର ଟଙ୍କା ଦାଦାବଟି ମାଗିଥିଲେ। ବିରୋଧ କରିବାରୁ ଅଭିଯୁକ୍ତଦ୍ୱୟ ସେମାନଙ୍କୁ ଗାଳି କରିବା ସହିତ ଗୋଟିଏ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ଆକ୍ରମଣର ଶିକାର ହୋଇଥିବା ସିକ୍ୟୁରିଟ ଗାର୍ଡ ପିସିଆର୍‌କୁ ଖବର ଦେବାରୁ ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri