ଭିଟାମାଟିକୁ ଫେରିବେ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର

ବାଲିଗୁଡା, ୯।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପ୍ରଶାସନ ଉପରେ ଭରସା କରି ପାହାଡ଼ ଉପର ଗାଁରୁ ତଳକୁ ଆସି ବସତି ସ୍ଥାପନ କଲେ। କିନ୍ତୁ ଏଠାରେ ଦୁର୍ଦ୍ଦଶାରେ ଏତେ ବଢ଼ିଗଲା ଯେ ଦିନ କାଟିବା ଅସମ୍ଭବ ହୋଇପଡ଼ିଲା। ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଶେଷରେ ପୁଣି ନିଜ ଭିଟାମାଟି ବା ଗାଁକୁ ଫେରିଯିବାକୁ ମନ ବଳାଇଛନ୍ତି ୩୮ କୁଟିଆ ଆଦିବାସୀ ପରିବାର। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକ କୋଟଗଡ଼ ପଞ୍ଚାୟତର ବାନ୍ଦକା ଗ୍ରାମର ୩୮ କୁଟିଆ ଆଦିବାସୀ ପରିବାରଙ୍କ କଥା ପ୍ରଶାସନ ଦୀର୍ଘ ଦିନ ହେଲା ବୁଝୁନାହିଁ। ସେମାନେ ପ୍ରଶାସନ ବିରୋଧରେ ନାନା ଅଭିଯୋଗ କରୁଛନ୍ତି।

ବାନ୍ଦକା ଗ୍ରାମରେ ୩୮ ଆଦିବାସୀ ପରିବାର ୪୦ ବର୍ଷ ଧରି ରହୁଥିଲେ। ପାହାଡ଼ ଉପରେ ଗାଁ। ଚାରିଆଡ଼େ ଘଞ୍ଚ ଜଙ୍ଗଲ I ରାସ୍ତା, ପିଇବା ପାଣି, ବିଦ୍ୟୁତ କିମ୍ବା ଶିକ୍ଷା ସୁବିଧା ନଥିଲା। ବହୁ ଅସୁବିଧାରେ ସେମାନେ ଜୀବନଯାପନ କରୁଥିଲେ। ସେମାନଙ୍କ ଦୁର୍ଦ୍ଦଶା ଖବର ପ୍ରକାଶନ ପରେ ପ୍ରଶାସନ ଗାଁରେ ପହଞ୍ଚିଥିଲା। ୧୨ବର୍ଷ ତଳେ ବାନ୍ଦକାର ସମସ୍ତ ପରିବାରକୁ ପାହାଡ଼ ତଳ ଜାମଝୋର ଗ୍ରାମରେ ଥଇଥାନ କରାଗଲା। ସେହି ସମୟରେ ସମସ୍ତ ମୌଳିକ ସୁବିଧା ମିଳିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରଶାସନର ଭରସାରେ ୩୮ ଆଦିବାସୀ ପରିବାର ୧୨ ବର୍ଷ ଧରି ଜାମଝୋରରେ ଆସି ରହିଛନ୍ତି। କିନ୍ତୁ ପୂର୍ବରୁ ନିଜ ଭିଟାମାଟି ବାନ୍ଦକାରେ ଯେଉଁ ଅସୁବିଧା ଥିଲା ଜାମଝୋରରେ ମଧ୍ୟ ସେମାନେ ସେହି ସମାନ ଅବସ୍ଥା ଭୋଗୁଛନ୍ତି।

ବ୍ଲକ ପ୍ରଶାସନ ସେମାନଙ୍କୁ ପ୍ରତାରଣା କରିଥିବା ସଂପୃକ୍ତ ପରିବାର ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ମୁଖ୍ୟରାସ୍ତା ଠାରୁ ଜାମଝୋରକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନାହିଁ । ବର୍ଷା ଦିନରେ ପାଣି କାଦୁଅ ରାସ୍ତାରେ ଚଳପ୍ରଚଳ କରନ୍ତି । ଗାଁକୁ ଆମ୍ବୁଲାନ୍ସ ଆସିପାରୁନି। ରୋଗୀଙ୍କୁ ଖଟିଆରେ ୨ କି.ମି ବୋହିବାକୁ ପଡୁଛି। ପିଇବା ପାଣି ଟ୍ୟାପ ବନ୍ଦ ପଡିଛି । ସୋଲାର ପ୍ରକଳ୍ପରୁ କେବେ କେମିତି ପାଣି ମିଳୁଛି। ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ। ନିଜେ ଝାଟିମାଟିରେ ଘର କରି ରହୁଛନ୍ତି।

ଏ ସମ୍ପର୍କରେ ବାରମ୍ବାର ପଲ୍ଲୀ ସଭା ଓ ଗ୍ରାମସଭାରେ ଲିଖିତ ଅଭିଯୋଗ କଲେ ୍ଯଯଯ ଗାଁର ବିକାଶ ହୋଇପାରି ନ ଥିବା କହିଛନ୍ତି ୱାର୍ଡ ସଭ୍ୟ I ସମସ୍ୟା ସମ୍ପର୍କରେ ସରପଞ୍ଚ ଓ ବ୍ଲକ ଅଧିକାରୀଙ୍କୁ ଗୁହାରି କଲେ କିଛି ସୁଫଳ ମିଳୁନି ବୋଲି ରମେଶ ମାଝୀ, ଜଲେଙ୍ଗା ମାଝୀ, ପପୁ ମାଝୀ, ରୁପିଙ୍ଗା ମାଝୀ, ଟିନ୍ତୁ ମାଝୀ, ମୀନାକ୍ଷୀ ମାଝୀ, ସନିତା ମାଝୀ, ନନ୍ଦିନୀ ମାଝୀ ଅଭିଯୋଗ କରିଛନ୍ତି। ସରକାରଙ୍କ ଖାଦ୍ୟ ନିରାପତ୍ତା

ଯୋଜନାରୁ ବଞ୍ଚିତ ରହିଛନ୍ତି ଶିବ ମାଝୀ, ସତ୍ୟ ମାଝୀ, ରୁପିଙ୍ଗା ମାଝୀ, ବିରୁଙ୍ଗି ମାଝୀଙ୍କ ପରିବାର। ଖାଦ୍ୟ ଅଭାବରୁ ମକା ଗୁଣ୍ଡ କରି ସିଝେଇ ଖାଉଛନ୍ତି। ରାସନ କାର୍ଡ ପାଇଁ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସେମାନେ କହିଛନ୍ତି। ଏଭଳି ସମସ୍ୟା ଭିତରେ ରହିବା ଅପେକ୍ଷା ନିଜ ଭିଟାମାଟିକୁ ଫେରିବାକୁ ସମସ୍ତ ପରିବାର ମନସ୍ଥ କରିଛନ୍ତି। କୁଟିଆ ଆଦିବାସୀ ପରିବାରଙ୍କ ସମସ୍ୟା ସମ୍ପର୍କରେ କୋଟଗଡ ବିଡିଓଙ୍କ ଦୃଷ୍ଟି ଆକର୍ଷଣ ବେଳେ ଏ ବିଷୟ ପୂର୍ବରୁ ସେ ଅବଗତ ନଥିବା କହିବା ସହିତ ଆଗାମୀ ଦିନରେ ଏହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?