ଭିଟାମାଟିକୁ ଫେରିବେ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର

ବାଲିଗୁଡା, ୯।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପ୍ରଶାସନ ଉପରେ ଭରସା କରି ପାହାଡ଼ ଉପର ଗାଁରୁ ତଳକୁ ଆସି ବସତି ସ୍ଥାପନ କଲେ। କିନ୍ତୁ ଏଠାରେ ଦୁର୍ଦ୍ଦଶାରେ ଏତେ ବଢ଼ିଗଲା ଯେ ଦିନ କାଟିବା ଅସମ୍ଭବ ହୋଇପଡ଼ିଲା। ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଶେଷରେ ପୁଣି ନିଜ ଭିଟାମାଟି ବା ଗାଁକୁ ଫେରିଯିବାକୁ ମନ ବଳାଇଛନ୍ତି ୩୮ କୁଟିଆ ଆଦିବାସୀ ପରିବାର। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକ କୋଟଗଡ଼ ପଞ୍ଚାୟତର ବାନ୍ଦକା ଗ୍ରାମର ୩୮ କୁଟିଆ ଆଦିବାସୀ ପରିବାରଙ୍କ କଥା ପ୍ରଶାସନ ଦୀର୍ଘ ଦିନ ହେଲା ବୁଝୁନାହିଁ। ସେମାନେ ପ୍ରଶାସନ ବିରୋଧରେ ନାନା ଅଭିଯୋଗ କରୁଛନ୍ତି।

ବାନ୍ଦକା ଗ୍ରାମରେ ୩୮ ଆଦିବାସୀ ପରିବାର ୪୦ ବର୍ଷ ଧରି ରହୁଥିଲେ। ପାହାଡ଼ ଉପରେ ଗାଁ। ଚାରିଆଡ଼େ ଘଞ୍ଚ ଜଙ୍ଗଲ I ରାସ୍ତା, ପିଇବା ପାଣି, ବିଦ୍ୟୁତ କିମ୍ବା ଶିକ୍ଷା ସୁବିଧା ନଥିଲା। ବହୁ ଅସୁବିଧାରେ ସେମାନେ ଜୀବନଯାପନ କରୁଥିଲେ। ସେମାନଙ୍କ ଦୁର୍ଦ୍ଦଶା ଖବର ପ୍ରକାଶନ ପରେ ପ୍ରଶାସନ ଗାଁରେ ପହଞ୍ଚିଥିଲା। ୧୨ବର୍ଷ ତଳେ ବାନ୍ଦକାର ସମସ୍ତ ପରିବାରକୁ ପାହାଡ଼ ତଳ ଜାମଝୋର ଗ୍ରାମରେ ଥଇଥାନ କରାଗଲା। ସେହି ସମୟରେ ସମସ୍ତ ମୌଳିକ ସୁବିଧା ମିଳିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରଶାସନର ଭରସାରେ ୩୮ ଆଦିବାସୀ ପରିବାର ୧୨ ବର୍ଷ ଧରି ଜାମଝୋରରେ ଆସି ରହିଛନ୍ତି। କିନ୍ତୁ ପୂର୍ବରୁ ନିଜ ଭିଟାମାଟି ବାନ୍ଦକାରେ ଯେଉଁ ଅସୁବିଧା ଥିଲା ଜାମଝୋରରେ ମଧ୍ୟ ସେମାନେ ସେହି ସମାନ ଅବସ୍ଥା ଭୋଗୁଛନ୍ତି।

ବ୍ଲକ ପ୍ରଶାସନ ସେମାନଙ୍କୁ ପ୍ରତାରଣା କରିଥିବା ସଂପୃକ୍ତ ପରିବାର ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ମୁଖ୍ୟରାସ୍ତା ଠାରୁ ଜାମଝୋରକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନାହିଁ । ବର୍ଷା ଦିନରେ ପାଣି କାଦୁଅ ରାସ୍ତାରେ ଚଳପ୍ରଚଳ କରନ୍ତି । ଗାଁକୁ ଆମ୍ବୁଲାନ୍ସ ଆସିପାରୁନି। ରୋଗୀଙ୍କୁ ଖଟିଆରେ ୨ କି.ମି ବୋହିବାକୁ ପଡୁଛି। ପିଇବା ପାଣି ଟ୍ୟାପ ବନ୍ଦ ପଡିଛି । ସୋଲାର ପ୍ରକଳ୍ପରୁ କେବେ କେମିତି ପାଣି ମିଳୁଛି। ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ। ନିଜେ ଝାଟିମାଟିରେ ଘର କରି ରହୁଛନ୍ତି।

ଏ ସମ୍ପର୍କରେ ବାରମ୍ବାର ପଲ୍ଲୀ ସଭା ଓ ଗ୍ରାମସଭାରେ ଲିଖିତ ଅଭିଯୋଗ କଲେ ୍ଯଯଯ ଗାଁର ବିକାଶ ହୋଇପାରି ନ ଥିବା କହିଛନ୍ତି ୱାର୍ଡ ସଭ୍ୟ I ସମସ୍ୟା ସମ୍ପର୍କରେ ସରପଞ୍ଚ ଓ ବ୍ଲକ ଅଧିକାରୀଙ୍କୁ ଗୁହାରି କଲେ କିଛି ସୁଫଳ ମିଳୁନି ବୋଲି ରମେଶ ମାଝୀ, ଜଲେଙ୍ଗା ମାଝୀ, ପପୁ ମାଝୀ, ରୁପିଙ୍ଗା ମାଝୀ, ଟିନ୍ତୁ ମାଝୀ, ମୀନାକ୍ଷୀ ମାଝୀ, ସନିତା ମାଝୀ, ନନ୍ଦିନୀ ମାଝୀ ଅଭିଯୋଗ କରିଛନ୍ତି। ସରକାରଙ୍କ ଖାଦ୍ୟ ନିରାପତ୍ତା

ଯୋଜନାରୁ ବଞ୍ଚିତ ରହିଛନ୍ତି ଶିବ ମାଝୀ, ସତ୍ୟ ମାଝୀ, ରୁପିଙ୍ଗା ମାଝୀ, ବିରୁଙ୍ଗି ମାଝୀଙ୍କ ପରିବାର। ଖାଦ୍ୟ ଅଭାବରୁ ମକା ଗୁଣ୍ଡ କରି ସିଝେଇ ଖାଉଛନ୍ତି। ରାସନ କାର୍ଡ ପାଇଁ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସେମାନେ କହିଛନ୍ତି। ଏଭଳି ସମସ୍ୟା ଭିତରେ ରହିବା ଅପେକ୍ଷା ନିଜ ଭିଟାମାଟିକୁ ଫେରିବାକୁ ସମସ୍ତ ପରିବାର ମନସ୍ଥ କରିଛନ୍ତି। କୁଟିଆ ଆଦିବାସୀ ପରିବାରଙ୍କ ସମସ୍ୟା ସମ୍ପର୍କରେ କୋଟଗଡ ବିଡିଓଙ୍କ ଦୃଷ୍ଟି ଆକର୍ଷଣ ବେଳେ ଏ ବିଷୟ ପୂର୍ବରୁ ସେ ଅବଗତ ନଥିବା କହିବା ସହିତ ଆଗାମୀ ଦିନରେ ଏହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଠକର ଘଣ୍ଟାଏ ପରେ ମନେପଡ଼ିଲା: ୟୁଟ୍ୟୁବ ଶର୍ଚ୍ଚ କରି ବନ୍ଦେ ଉତ୍କଳ ଜନନୀ ଗାଇଲେ ମନ୍ତ୍ରୀ, ବିଧାୟକ, ବ୍ଲକ ଅଧ୍ୟକ୍ଷ

ଛତ୍ରପୁର,୯।୧୦ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲାପରିଷଦ ବୈଠକରେ ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରତି ବୈଠକର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗୀତ...

ବିଦ୍ୟୁତ କଟିଲେ କାର୍ଯ୍ୟାଳୟରେ କାମ ଠପ୍‌: ବଢୁଛି ଅସନ୍ତୋଷ

ଭୁବନ, ୯।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଉପଡାକଘର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭୁବନ ଏସିଆ ମହାଦେଶର ବଡ...

୭୦% ପ୍ରତିଶତ ଅର୍ଥ ହରିଲୁଟ୍‌: ମୋହନ ସରକାର କରିବେନି ବରଦାସ୍ତ

ଛତ୍ରପୁର, ୯।୧୦(ସନ୍ତୋଷ ପାଢ଼ୀ): ଦୀର୍ଘ ୧୫ ମାସ ପରେ ଗଞ୍ଜାମ ଜ଼ିଲାପରିଷଦ ବୈଠକ ବୁଧବାର ଜ଼ିଲାପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବସିଛି। ପ୍ରତି ୩ ମାସକୁ...

ବଢୁଛି ଦାଦନ ସମସ୍ୟା: ଦାଦନ ଖଟିବାକୁ ଯାଇ ମହିଳାଙ୍କ ଚାଲିଗଲା ଜୀବନ

ଦାରିଙ୍ଗବାଡି,୯।୧୦(ଅରୁଣ ସାହୁ): ଦାଦନ ଖଟିବାକୁ ଯାଇ ମହିଳାଙ୍କ କେରଳରେ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ...

କଟକଣା ବିଜ୍ଞପ୍ତି ବଦଳାଇଲେ ଆର୍‌ଟିଓ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ପ୍ରାୟ ମାସେ ରହିଛି। ଏଭଳି ସ୍ଥଳେ ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ସାବୁଆ ମାଝି...

ହଠାତ୍‌ ଶୁଭିଲା ପ୍ରଚଣ୍ଡଶବ୍ଦ: ଦେଖୁଦେଖୁ ଟଳିପଡ଼ିଲେ ମିସ୍ତ୍ରୀ

ଖୋର୍ଦ୍ଧ,୯।୧୦: ଟାୟାର ପ୍ରେସର୍‌ ଟାଙ୍କି ଫାଟି ଜଣେ ମୃତ, ଦୁଇ ଆହତ। ଏଭଳି ଘଟଣାଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ...

ପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ପରଲୋକ

ଭବାନୀପାଟଣା,୯।୧୦(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ଧନେଶ୍ୱର ମାଝୀ (୮୩)ବର୍ଷରେ ବୁଧବାର ପରଲୋକ...

ମା’ ନିଜ ବାଙ୍କେଶ୍ୱରୀଙ୍କ ପୀଠରେ ଦିଗପହଣ୍ଡି ପୂଜାକଲେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୯।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମଙ୍ଗଳବାର ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରେ ଥିବା ଅଧିଷ୍ଠାତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri