କଟକରେ ୩୬ ଘଣ୍ଟା କର୍ଫ୍ୟୁ: ଏସବୁ ଅଞ୍ଚଳରେ କଟକଣା

କଟକ,୫ା୧୦: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା’ପରେ ରବିବାର ବଜ୍ରବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ରବିବାର ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଦରଘା ବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗୁ ହେବ, ଯାହା ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ୍‌-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର, ବୟାଳିଶ ମୌଜା ଓ ସଦର ଥାନା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛି।

ପୋଲିସ କମିଶନର ସିଂ ସ୍ପଷ୍ଟ କରିଛନ୍ତି ଯେ, ଏହି କର୍ଫ୍ୟୁ ସମୟରେ ସରକାରୀ ଅଫିସ, ଜରୁରୀ ସେବା ଓ ସ୍କୁଲଗୁଡ଼ିକ ଖୋଲା ରହିବ, କିନ୍ତୁ ଅନ୍ୟ ସମସ୍ତ ଗତିବିଧି ଉପରେ କଡ଼ା କଟକଣା ଲାଗୁ ହେବ। ସେ ଚେତାବନୀ ଦେଇ କହିଛନ୍ତି, “ଉପଦ୍ରବକାରୀଙ୍କୁ କୌଣସି ଭାବେ ବରଦାସ୍ତ କରାଯିବ ନାହିଁ। ଯେକୌଣସି ଉପଦ୍ରବ କଲେ ତୁରନ୍ତ ବଳ ପ୍ରୟୋଗ ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।”

ଶୁକ୍ରବାର ରାତିରେ ଦରଘା ବଜାର ନିକଟ ହାଥୀ ପୋଖରୀ ଅଞ୍ଚଳରେ ଜହନ୍ଜୀରି ମଙ୍ଗଳା ଭଗବତ ପୂଜା କମିଟିର ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଉଚ୍ଚ ଶବ୍ଦରେ ସଙ୍ଗୀତକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ବିବାଦ ହୋଇଥିଲା, ଯାହା ହିଂସାରେ ପରିଣତ ହୋଇଥିଲା। ଏହି ଘଟଣାରେ ପଥର, କାଚ ବୋତଲ ଓ ଅନ୍ୟ ହଥିଆର ବ୍ୟବହାର ହୋଇଥିଲା, ଯେଉଁଥିରେ ହୋଇଥିବା ବେଳେ ଦରଘା ବଜାର ଥାନାର ଆଇଆଇସି ସମେତ ୬ ଜଣ ଆହତ ହୋଇଥିଲେ। ପୋଲିସ ଲାଠିଚାର୍ଜ ଓ ଟିଅର ଗ୍ୟାସ ପ୍ରୟୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହା ପରେ ରବିବାର ବଜ୍ରବାଟି ରୋଡ଼ରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଓ ଅନ୍ୟ ହିନ୍ଦୁ ସଂଗଠନମାନଙ୍କ ଦ୍ୱାରା ହିଂସା ବିରୋଧରେ ଆୟୋଜିତ ଶୋଭାଯାତ୍ରାକୁ ପୋଲିସ ଅଟକାଇବାରୁ ବିକ୍ଷୋଭକାରୀମାନେ ନେତାଜୀ ସୁବାଷ ବୋଷ ଆର୍କେଡ଼ ସପିଂ ମଲ ଓ ଗୌରୀଶଙ୍କର ପାର୍କ ନିକଟରେ ଉଠା ଦୋକାନଗୁଡ଼ିକରେ ଭଙ୍ଗାରୁଜା ଓ ନିଆଁ ଲଗାଇଥିଲେ। କିଛି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ଏହି ଉତ୍ତେଜନା ଓ ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କମିଶନରେଟ ତିନୋଟି ସ୍ପେଶାଲ ଟିମ୍‌ ଗଠନ କରିଛି, ଯେଉଁମାନେ ଉପଦ୍ରବକାରୀଙ୍କୁ ଚିହ୍ନଟ ଓ ଗିରଫ କରିବେ। ଏହା ସହ ସହରର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଏଚ୍‌ପି ଏହି ଘଟଣା ପାଇଁ ପୋଲିସ ଓ ଜିଲା ପ୍ରଶାସନକୁ ଦାୟୀ କରି ଡିସିପି ଓ ଜିଲ୍ଲାପାଳଙ୍କ ବଦଳି ଦାବି କରିଛି। ସେମାନେ ସୋମବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରି ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, “କଟକ ଭାଇଚାରାର ଅନନ୍ୟ ନିଦର୍ଶନ। କେତେକ ଉପଦ୍ରବକାରୀଙ୍କ ଯୋଗୁଁ ସହରର ଶାନ୍ତି ଓ ଗୌରବ ନଷ୍ଟ ହେଉଛି। ସରକାର ଏମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ।” ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri