Posted inରାଜ୍ୟ

କଟକରେ ୩୬ ଘଣ୍ଟାଟିଆ କର୍ଫ୍ୟୁ ଲାଗୁ, ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

କଟକ,୬।୧୦: କଟକ ସହରରେ ଶୁକ୍ରବାର ରାତିରେ ଦରଘା ବଜାର ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ଓ ତା’ପରେ ରବିବାର ବଜ୍ରକବାଟି ରୋଡ଼ରେ ଶୋଭାଯାତ୍ରା ସମୟରେ ବିକ୍ଷୋଭ ଘଟଣା ପରେ ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ କମିଶନର ଏସ. ଦେବଦତ୍ତ ସିଂ ରବିବାର ରାତି ୧୦ଟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଦରଘା ବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗୁ ହେବ, ଯାହା ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର, ସିଡିଏ ଫେଜ-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର, ବୟାଳିଶ ମୌଜା ଓ ସଦର ଥାନା ଅଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛି। ଏହି ସମୟରେ କଟକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅପିଲ କରିଛନ୍ତି। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର, ହେଲେ କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି। ତେବେ କଟକର ଗୌରବକୁ ଅକ୍ଷୂଣ୍ଣ ରଖିବା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିବା ପରେ ଟିମ ଇଣ୍ଡିଆକୁ ମିଳିଥିଲା କି ପୁରସ୍କାର ରାଶି? ଜାଣନ୍ତୁ ICC ନିୟମ ବିଷୟରେ

ନୂଆଦିଲ୍ଲୀ,୮।୧୧: ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପ୍ରତି ୨୦୨୫ ODI ବିଶ୍ୱକପ ଜିତିଛି। ଏଥିପାଇଁ, ସେମାନେ ପ୍ରାୟ ୪୦ କୋଟି ଟଙ୍କା ପୁରସ୍କାର ରାଶି ପାଇଛନ୍ତି।...

ଭାରତର ସ୍ଥାନ ନିଶ୍ଚିତ! କିନ୍ତୁ ପାକିସ୍ତାନ ଅଲିମ୍ପିକ୍ସରେ ଖେଳିପାରିବ ନାହିଁ, ICC ବୈଠକରୁ ଆସିଲା ଆଶ୍ଚର୍ଯ୍ୟଜନକ ଅପଡେଟ

ନୂଆଦିଲ୍ଲୀ,୮।୧୧: ଭାରତ ବନାମ ପାକିସ୍ତାନ। କ୍ରିକେଟର ସବୁଠାରୁ ବଡ଼ ଏବଂ ଚର୍ଚ୍ଚିତ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରୁ ଗୋଟିଏ, କିନ୍ତୁ ଏହି ଦୁଇ ଦଳ ଏବେ କେବଳ ICC...

ମୁନିରଙ୍କୁ ବଡ଼ ଦାୟିତ୍ୱ! ଜାଣନ୍ତୁ ତାଙ୍କ କ୍ଷମତା ସମ୍ପର୍କରେ

ଇସଲାମାବାଦ,୮।୧୧: ଭାରତ ସହିତ ସାମ୍ପ୍ରତିକ ଉତ୍ତେଜନାରୁ ‘ଅନେକ ଶିକ୍ଷା’ ପାଇଥିବା ଦାବି କରି, ପାକିସ୍ତାନ ସାମ୍ବିଧାନିକ ଭାବରେ ଏହାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା...

RBIର ନୂଆ ଉପହାର! ଏବେ ପିଲାମାନେ ବି କରିପାରିବେ ଡିଜିଟାଲ ପେମେଣ୍ଟ, ଲଞ୍ଚ ହେବ Junio UPI Wallet  

ନୂଆଦିଲ୍ଲୀ,୮।୧୧: ଡିଜିଟାଲାଇଜେସନର ଏହି ଯୁଗରେ, ସବୁକିଛି ଡିଜିଟାଲ ହୋଇଯାଇଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ପୈଠ କରିବା ପର୍ଯ୍ୟନ୍ତ ସବୁକିଛିରେ ଡିଜିଟାଲ...

‘ନ୍ୟାୟର ଭାଷା ଏପରି ହେବା ଉଚିତ ଯାହା ନ୍ୟାୟ ଚାହୁଁଥିବା ବ୍ୟକ୍ତି ବୁଝିପାରିବେ’: ମୋଦି

ନୂଆଦିଲ୍ଲୀ,୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ନ୍ୟାୟ ଖୋଜୁଥିବା ବ୍ୟକ୍ତି ନ୍ୟାୟର ଭାଷା ବୁଝିବା ଉଚିତ। ସେ କହିଛନ୍ତି ଯେ ଆଇନ ପ୍ରସ୍ତୁତ...

ଜି.ଉଦୟଗିରି ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହର: ୧୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ

ଜି.ଉଦୟଗିରି,୮ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଦୈନନ୍ଦିନ ପାରଦ କମୁଥିବା ବେଳେ ଶୀତର ପ୍ରକୋପ ବଢ଼ୁଛି।...

ହଠାତ ଲାଲକୃଷ୍ଣ ଆଡଭାନୀଙ୍କ ଘରେ କାହିଁକି ପହଞ୍ଚିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ଏବଂ ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଶନିବାର ତାଙ୍କର ୯୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି...

ଦିଲ୍ଲୀ ପରେ ଏବେ ସମାନ ଅବସ୍ଥା ଭୋଗିଲେ ନେପାଳ ବିମାନ ଯାତ୍ରୀ

କାଠମାଣ୍ଡୁ,୮।୧୧: ଦିଲ୍ଲୀରେ ବିମାନ ଚଳାଚଳକୁ ପ୍ରଭାବିତ କରୁଥିବା ଏକ ଯାନ୍ତ୍ରିକ ତ୍ରୁଟି ପରେ, ନେପାଳରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri