୩୫ହଜାର ହେକ୍ଟର ଜମିରେ ହେବ ଜଳସେଚନ

ଭୁବନେଶ୍ୱର,(ବ୍ୟୁରୋ)/ବାରିପଦା ଅଫିସ,୨୦।୭:  ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ମୟୂରଭଞ୍ଜ ଜିଲାବାସୀଙ୍କ ପାଇଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ହେଉଛି ଜୀବନରେଖା। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ଜରିଆରେ ମୟୂରଭଞ୍ଜ ଜିଲାର ସାରସକଣା, ବାଙ୍ଗିରିପୋଷୀ, କୁଳିଅଣା, ବାରିପଦା, ଶ୍ୟାମାଖୁଣ୍ଟା, ବଡ଼ସାହି, ଶୂଳିଆପଦା ଓ ମୋରଡ଼ା ବ୍ଲକର ୨୦ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଏବେ ଆଉ ଅତିରିକ୍ତ ୧୫ହଜାର ୩୫୯ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟିହେବ। ବାରିପଦା, ବେତନଟୀ, ମୋରଡ଼ା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ ଗାଁର ଲୋକେ ଏହାଦ୍ବାରା ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ବାରା ଏହିସବୁ ଅଞ୍ଚଳରେ କୃଷି ଉତ୍ପାଦନ ବଢ଼ିବା ସହ ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ। ଆସନ୍ତା ୨୦୨୪ ଜାନୁୟାରୀ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ବାଘୁଆବୋଳ ଡିଷ୍ଟ୍ରିବ୍ୟୁଟାରି, ବେତନଟୀ ବ୍ରାଞ୍ଚ କେନାଲର ମାଇନର ଓ ସବ୍‌ ମାଇନର ଏବଂ ବୈଶିଙ୍ଗା ବ୍ରାଞ୍ଚ କେନାଲ ଜରିଆରେ ବାରିପଦା ବ୍ଲକର ୨୨ଟି ଗାଁର ୬୫୮୭ ହେକ୍ଟର ଜମି ଜଳସେଚିତ ହେବ। ବେତନଟୀ ଡିଷ୍ଟ୍ରିବ୍ୟୁଟାରି ଏବଂ ବୈଶିଙ୍ଗା ବ୍ରାଞ୍ଚ କେନାଲ ଜରିଆରେ ବେତନଟୀ ବ୍ଲକର ୨୩ଟି ଗାଁର ୩୮୦୪ ହେକ୍ଟର ଜମି ଜଳସେଚିତ ହୋଇପାରିବ। ବୈଶିଙ୍ଗା ବ୍ରାଞ୍ଚ କେନାଲ ଏବଂ ଜମ୍ଭୀରା ବାମ ମୁଖ୍ୟ କେନାଲର ମାଇନର ଓ ସବ୍‌ ମାଇନର କେନାଲ ଜରିଆରେ ମୋରଡ଼ା ବ୍ଲକର ୨୦ଟି ଗାଁର ୨୪୮୬ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି ହେବ। ଜମ୍ଭୀରା ବାମ ମୁଖ୍ୟ କେନାଲର ମାଇନର ଓ ସବ୍‌ ମାଇନର କେନାଲ ଜରିଆରେ ଶୂଳିଆପଦା ବ୍ଲକର ୨୨ଟି ଗାଁର ୧୯୨୮ ହେକ୍ଟର ଜମି ଜଳସେଚିତ ହେବ। ସେହିଭଳି ଜମ୍ଭୀରା ବାମ ମୁଖ୍ୟ କେନାଲ ଜରିଆରେ ରାସଗୋବିନ୍ଦପୁର ବ୍ଲକର ୭ଟି ଗାଁର ୫୪୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି ହେବ।
ପ୍ରକଳ୍ପ ଜଳକୁ ନଷ୍ଟ ନ କରି ସୁବିନିଯୋଗ ଦ୍ୱାରା ଫସଲ ଉପତ୍ାଦନ କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଜଳସେଚନକୁ ଅଗ୍ରାଧିକାର ଦେଇଆସୁଥିବା ବେଳେ ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟରେ ନିର୍ମାଣାଧୀନ ୧୫ଟି ଜଳସେଚନ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୟୂରଭଞ୍ଜ ଜିଲାକୁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହେଉ ବା ଶିକ୍ଷା ବ୍ୟବସ୍ଥା ସବୁଥିରେ ମୟୂରଭଞ୍ଜ ଉନ୍ନତି କରିଛି। ଜିଲାର ସମସ୍ତ ପରିବାର ନିକଟରେ ପାଇପ୍‌ ଯୋଗେ ପିଇବା ପାଣି ପହଞ୍ଚାଇବା ପାଇଁଁ ୭୬୮କୋଟି ଟଙ୍କାର ଅଟକଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ମୋରଡ଼ା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ, ସ୍ଥାନୀୟ ଲୋକପ୍ରତିନିଧି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସ ଜରିଆରେ ଏହି ପ୍ରକଳ୍ପର ଲୋକାର୍ପଣ କରିବା ପରେ ବାରିପଦା ସହର ଉପକଣ୍ଠ କାଠପାଳ ନିକଟ ପୁରୁଡ଼ିହିଠାରେ ଏହି ଶାଖା କେନାଲର ଗେଟ୍‌ ଖୋଲିଥିଲା। ଉପସ୍ଥିତ ଚାଷୀଙ୍କ ପରିବାରର ମହିଳା ସଦସ୍ୟମାନେ କେନାଲ ପାଣିରେ ଫୁଲ ପକାଇଥିଲେ। ଧୁମସା ମାଦଳର ତାଳେ ତାଳେ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସ୍ବାଗତ କରାଯାଇଥିଲା। ଏହି ପ୍ରକଳ୍ପରୁ ପାଣି ଛଡ଼ାଯିବା ଫଳରେ ବାରିପଦା, ବେତନଟୀ, ମୋରଡ଼ା, ଶୂଳିଆପଦା ଓ ରାସଗୋବିନ୍ଦପୁର ଆଦି ୫ଟି ବ୍ଲକ ଅଧୀନ ୯୪ଟି ଗ୍ରାମର ୧୫ହଜାର ୩୫୯ହେକ୍ଟର ଚାଷଜମିକୁ ପ୍ରଥମ କରି ଜଳସେଚନ ସୁବିଧା ଉପଲବ୍ଧ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri