୩୪ ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ସ୍ବୀକୃତି…

ଓ୍ବାଶିଂଟନ,୧୮।୪ : ଭାରତରେ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ବଡ ବେଞ୍ଚରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଆବେଦନ ଉପରେ ଶୁଣାଣି ଜାରି ରହିଛି। ଯଦିଓ ସମଲିଙ୍ଗୀ ସମ୍ପର୍କ ଭାରତରେ ଆଉ ଅପରାଧ ନୁହେଁ, ତଥାପି ସମଲିଙ୍ଗୀ ବିବାହ ଦେଶରେ ସ୍ବୀକୃତିପ୍ରାପ୍ତ ନୁହେଁ। ପୃଥିବୀର ୩୪ଟି ଦେଶ ଅଛି ଯେଉଁଠାରେ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିଛି। ତଥାପି, କେତେକ ଦେଶରେ ସମଲିଙ୍ଗୀ ବିବାହକୁ ସର୍ତ୍ତମୂଳକ ଭାବେ ଅନୁମୋଦନ ମିଳିଛି। କେତେକ ଦେଶରେ ସଂସଦ ଆଇନ ପ୍ରଣୟନ କରିଥିବାବେଳେ କେତେକ ଦେଶରେ ସମଲିଙ୍ଗୀ ବିବାହକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁମୋଦନ କରାଯାଇଥିଲା।

କ୍ୟୁବା, ଆଣ୍ଡୋରା, ସ୍ଲୋଭେନିଆ, ଚିଲି, ସ୍ବିଜରଲାଣ୍ଡ, କୋଷ୍ଟାରିକା, ଅଷ୍ଟ୍ରିଆ, ତାଇୱାନ, ଇକ୍ୟୁଏଡର୍‌, ବେଲଜିୟମ, ବ୍ରିଟେନ, ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆଇସଲାଣ୍ଡ, ଆୟର୍ଲାଣ୍ଡ, ଲକ୍ସେମବର୍ଗ, ମାଲ୍ଟା, ନରୱେ, ପର୍ତ୍ତୁଗାଲ, ସ୍ପେନ, ସ୍ବିଡେନ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଆମେରିକା, କଲମ୍ବିଆ, ବ୍ରାଜିଲ, ଆର୍ଜେଣ୍ଟିନା, କାନାଡା, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ଉରୁଗୁଏ ଏବଂ ଆଣ୍ଡୋରା ଆଦି ଦେଶରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିଛି। ଏହି ଦେଶଗୁଡିକ ମଧ୍ୟରେ ଆଣ୍ଡୋରା ହେଉଛି ଶେଷ ଦେଶ, ଯାହା ୧୭ ଫେବୃଆରୀ ୨୦୨୩ ରେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରିଥିଲା ।

ସମଲିଙ୍ଗୀ ବିବାହକୁ ଆଇନଗତ କରିବାରେ ନେଦରଲାଣ୍ଡ ବିଶ୍ୱର ପ୍ରଥମ ଦେଶ ଥିଲା। ୨୦୦୧ ମସିହାରେ, ନେଦରଲାଣ୍ଡ ସମଲିଙ୍ଗୀ ବିବାହକୁ ଅନୁମୋଦନ କରିଥିଲା। ୨୦୦୦ ମସିହାରେ, ସଂସଦରେ ଏ ବାବଦରେ ଏକ ଆଇନ ପ୍ରଣୟନ କରାଯାଇଥିଲା, ଯାହା ଅନୁମୋଦନ ପାଇବାକୁ ଏକ ବର୍ଷ ସମୟ ନେଇଥିଲା। ନେଦରଲାଣ୍ଡ ପରେ ନ୍ୟୁଜିଲାଣ୍ଡ ସମଲିଙ୍ଗୀ ବିବାହକୁ ଅନୁମୋଦନ କରିଥିଲା।

ଆମେରିକାରେ ସମାନଲିଙ୍ଗୀ ବିବାହ ଆଇନଗତ ଅଟେ। ଯଦିଓ ଏହା କେତେକ ରାଜ୍ୟରେ ନିଷେଧ। କିନ୍ତୁ ଆମେରିକାର ଅଧିକାଂଶ ରାଜ୍ୟରେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରାଯାଇଛି। ତେବେ ବିଭିନ୍ନ ସମୟରେ ଏସବୁ ରାଜ୍ୟରେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?