୩୪ ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ସ୍ବୀକୃତି…

ଓ୍ବାଶିଂଟନ,୧୮।୪ : ଭାରତରେ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ବଡ ବେଞ୍ଚରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଆବେଦନ ଉପରେ ଶୁଣାଣି ଜାରି ରହିଛି। ଯଦିଓ ସମଲିଙ୍ଗୀ ସମ୍ପର୍କ ଭାରତରେ ଆଉ ଅପରାଧ ନୁହେଁ, ତଥାପି ସମଲିଙ୍ଗୀ ବିବାହ ଦେଶରେ ସ୍ବୀକୃତିପ୍ରାପ୍ତ ନୁହେଁ। ପୃଥିବୀର ୩୪ଟି ଦେଶ ଅଛି ଯେଉଁଠାରେ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିଛି। ତଥାପି, କେତେକ ଦେଶରେ ସମଲିଙ୍ଗୀ ବିବାହକୁ ସର୍ତ୍ତମୂଳକ ଭାବେ ଅନୁମୋଦନ ମିଳିଛି। କେତେକ ଦେଶରେ ସଂସଦ ଆଇନ ପ୍ରଣୟନ କରିଥିବାବେଳେ କେତେକ ଦେଶରେ ସମଲିଙ୍ଗୀ ବିବାହକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଅନୁମୋଦନ କରାଯାଇଥିଲା।

କ୍ୟୁବା, ଆଣ୍ଡୋରା, ସ୍ଲୋଭେନିଆ, ଚିଲି, ସ୍ବିଜରଲାଣ୍ଡ, କୋଷ୍ଟାରିକା, ଅଷ୍ଟ୍ରିଆ, ତାଇୱାନ, ଇକ୍ୟୁଏଡର୍‌, ବେଲଜିୟମ, ବ୍ରିଟେନ, ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆଇସଲାଣ୍ଡ, ଆୟର୍ଲାଣ୍ଡ, ଲକ୍ସେମବର୍ଗ, ମାଲ୍ଟା, ନରୱେ, ପର୍ତ୍ତୁଗାଲ, ସ୍ପେନ, ସ୍ବିଡେନ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ଆମେରିକା, କଲମ୍ବିଆ, ବ୍ରାଜିଲ, ଆର୍ଜେଣ୍ଟିନା, କାନାଡା, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ଉରୁଗୁଏ ଏବଂ ଆଣ୍ଡୋରା ଆଦି ଦେଶରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିଛି। ଏହି ଦେଶଗୁଡିକ ମଧ୍ୟରେ ଆଣ୍ଡୋରା ହେଉଛି ଶେଷ ଦେଶ, ଯାହା ୧୭ ଫେବୃଆରୀ ୨୦୨୩ ରେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରିଥିଲା ।

ସମଲିଙ୍ଗୀ ବିବାହକୁ ଆଇନଗତ କରିବାରେ ନେଦରଲାଣ୍ଡ ବିଶ୍ୱର ପ୍ରଥମ ଦେଶ ଥିଲା। ୨୦୦୧ ମସିହାରେ, ନେଦରଲାଣ୍ଡ ସମଲିଙ୍ଗୀ ବିବାହକୁ ଅନୁମୋଦନ କରିଥିଲା। ୨୦୦୦ ମସିହାରେ, ସଂସଦରେ ଏ ବାବଦରେ ଏକ ଆଇନ ପ୍ରଣୟନ କରାଯାଇଥିଲା, ଯାହା ଅନୁମୋଦନ ପାଇବାକୁ ଏକ ବର୍ଷ ସମୟ ନେଇଥିଲା। ନେଦରଲାଣ୍ଡ ପରେ ନ୍ୟୁଜିଲାଣ୍ଡ ସମଲିଙ୍ଗୀ ବିବାହକୁ ଅନୁମୋଦନ କରିଥିଲା।

ଆମେରିକାରେ ସମାନଲିଙ୍ଗୀ ବିବାହ ଆଇନଗତ ଅଟେ। ଯଦିଓ ଏହା କେତେକ ରାଜ୍ୟରେ ନିଷେଧ। କିନ୍ତୁ ଆମେରିକାର ଅଧିକାଂଶ ରାଜ୍ୟରେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରାଯାଇଛି। ତେବେ ବିଭିନ୍ନ ସମୟରେ ଏସବୁ ରାଜ୍ୟରେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ମାଳିବେଲ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri