୯ ଆସନ ପାଇଁ ଚାଲିଛି ଅଙ୍କକଷା

ଝାରସୁଗୁଡ଼ା ଅଫିସ,୧୫ା୨: ଝାରସୁଗୁଡ଼ା ଜିଲାରେ ୯ ଜିଲା ପରିଷଦ ଆସନ ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳରୁ ସମୁଦାୟ ୩୩ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଜିଲାରେ ୧୬ ଓ ୧୮ ତାରିଖ ୨ଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟୟ ମତଦାନ ପାଇଁ ସୋମବାର ନିର୍ବାଚନ ପ୍ରଚାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଉ ୩ ଦିନ ବାକି ରହିଥିବାବେଳେ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନାକୁ ନେଇ ଦଳୀୟ ନେତାମାନେ ଭୋଟରଙ୍କୁ ପ୍ରଭାବିତ କରୁଥିବା ବେଳେ କେତେକ ଆସନରେ ଦଳୀୟ ପ୍ରାର୍ଥୀଙ୍କ ଭାବମୂର୍ତ୍ତିକୁ ନେଇ ଭୋଟର ପ୍ରଶ୍ନ କରୁଛନ୍ତି, ଯାହା ଦଳ ପାଇଁ କ୍ଷତି ପହଞ୍ଚାଇବା ସମ୍ଭାବନା ରହିଛି। ଏହାଛଡା ଦଳୀୟ ଟିକେଟ ବଣ୍ଟାକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହାର ସମାଧାନ ପାଇଁ ଦଳୀୟ ନେତାମାନେ ଲାଗିପଡିଛନ୍ତି। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଦଳୀୟ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଛନ୍ତି। ହେଲେ ଏଥିରେ ଭୋଟର ଭାସି ନ ଯାଇ ନିଜର ବୁଦ୍ଧିବିଚାର ଖଟାଇ ଉଚିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଜିଲା ପରିଷଦ ଆସନ ୯ ସଂଖ୍ୟାକୁ ହାସଲ କରିବା ପାଇଁ ରାଜନୈତିକ ଦଳ ଲାଗିପଡିଛନ୍ତି। ବିଜେଡି ୯କୁ ୯ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିବାବେଳେ ଭାଜପା ଏହାକୁ ଭୁଲ ପ୍ରମାଣିତ କରିବା ପାଇଁ ପ୍ରୟାସ ଚଳାଇଛି। ଅନ୍ୟପକ୍ଷେ ଭାଜପା ୩ ଆସନ ହାତେଇବ ବୋଲି ସବୁଠି ଚର୍ଚ୍ଚା ଚାଲିଛି  । ଭୋଟରଙ୍କ ଏହି ଅଙ୍କ ଦଳର ହୋସ୍‌ ଉଡାଇ ଦେଉଛି। ବିଗତ ୨୦୧୭ ନିର୍ବାଚନ ଫଳାଫଳକୁ ଦେଖିଲେ କଂଗ୍ରେସ ୮ ଓ ଭାଜପା ୧ ଆସନରେ ବିଜୟୀ ହୋଇଥିଲା। ଏଥର ବିଜେଡି ଜିଲା ପରିଷଦ ଅଧ୍ୟକ୍ଷ ପଦ ଦଖଲ ପାଇଁ ଆଶା ବାନ୍ଧିଥିବାବେଳେ ଭାଜପା ଅଧିକ ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି। କଂଗ୍ରେସ ସମ୍ମାନ ରକ୍ଷା କରିପାରିବ କି ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲିକଙ୍କୁ କେନ୍ଦୁଝରରେ ଏନକାଉଣ୍ଟର, ପୋଲିସକୁ ଆକ୍ରମଣ କରିବାକୁ ଚେଷ୍ଟା…

କେନ୍ଦୁଝର,୧୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହୁଲଡ଼ିହା ଜଙ୍ଗଲ ନିକଟରେ ଏନକାଉଣ୍ଟର ହୋଇଛି । ଆଜି(ମଙ୍ଗବାର) ସଦର ଥାନା ପୋଲିସ ଏକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

୭୫ ଟଙ୍କାର ବ୍ୟାଙ୍କ ବାଲାନ୍ସରୁ ଏନ୍‌ଡିଏର ସମ୍ଭାବ୍ୟ ଶକ୍ତି, ଚର୍ଚ୍ଚାରେ ଆଞ୍ଚଳିକ ଦଳ ‘ଏନ୍‌ସିପିଆଇ’ର ରାଜନୈତିକ ଯାତ୍ରା

ନୂଆଦିଲ୍ଲୀ,୧୫ା୬(ପି.ଟି.): ଆର୍ଥିକବର୍ଷ ୨୦୨୨-୨୩ ଶେଷ ସୁଦ୍ଧା ଯେଉଁ ରାଜନୈତିକ ଦଳର ବ୍ୟାଙ୍କ ଖାତାରେ ମାତ୍ର ୭୫ ଟଙ୍କା ବାକି ରହିଥିଲା, ଆଜି ସେହି ଅଜ୍ଞାତ ଦଳଟି ଜାତୀୟ…

ଇରାନ ଉପରେ ଜୋରଦାର ଖର୍ଚ୍ଚ କରିବେ ଟ୍ରମ୍ପ; ୩୦୦ ବିଲିୟନ ଡଲାର ବର୍ଷା କରିବାକୁ ପ୍ରସ୍ତୁତ!

ତେହରାନ,୧୬।୬: ଆମେରିକା ଏବଂ ଇରାନ ମଧ୍ୟରେ ପ୍ରସ୍ତାବିତ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଏହି ଚୁକ୍ତିନାମା ଅତି କମରେ ୩୦୦…

ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ବାଇକ, ଘଟଣାସ୍ଥଳରେ ୨ମୃତ

ଅତାବିରା,୧୬।୬(ଯୁଧିଷ୍ଠିର ମହାପାତ୍ର): ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ସୋମବାର ରାତ୍ରି ୮ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨…

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri