୩୨ବର୍ଷର ଗ୍ରାମର ଗୋଷ୍ଠୀ ବିବାଦ ସମାଧାନ

ଶରଣକୁଳ,୩୧ା୩(ଡି.ଏନ.ଏ.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଖଳିପାଟଣା ଏବଂ କୋତରଙ୍ଗ ଗାଁର ଗୋଷ୍ଠୀ ବିବାଦ ୩୨ବର୍ଷ ଧରି ଲାଗି ରହିଥିଲା। ଶେଷରେ ଏହାର ସମାଧାନ ଗୁରୁବାର ହୋଇଯାଇଛି। ଏ ନେଇ ଜାନୁୟାରୀ ୧୯ ତାରିଖରେ ଜିଲାପାଳ ନୟାଗଡ଼ଙ୍କ ସମ୍ମିଳନୀ କକ୍ଷରେ ଜିଲା ଶାନ୍ତି କମିଟି ଦ୍ୱାରା ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଶାନ୍ତି କମିଟିରେ ଉପଜିଲାପାଳ ନୟାଗଡ଼ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ବିଡିଓ ଓଡ଼ଗାଁ, ତହସିଲିଦାର ଓଡ଼ଗାଁ, ଶରଣକୁଳ ଥାନା ଭାରପ୍ରାପ୍ତ ଅଧିକାରୀ, ଶରଣକୁଳ, ଗୋଡିପଲ୍ଲୀ ସରପଞ୍ଚ ଓ ଶାନ୍ତି କମିଟିର ସମ୍ପାଦକ ମଧୁସୂଦନ ପଟ୍ଟନାୟକ, ସାମାଜିକ କର୍ମୀ ବିଶ୍ୱନାଥ ମହାପାତ୍ର, କୋତରଙ୍ଗ ଗାଁର ଯୁଧିଷ୍ଠିର କରଣ, ଖଳିପାଟଣା ଗାଁର ଲିଙ୍ଗରାଜ ପାତ୍ର ଉପସ୍ଥିତ ଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓ ଜିଲାପାଳ ନୟାଗଡ଼ଙ୍କ ବିବିଧ ମାମଲା ନଂ. ୨୦/୨୨ ମୁତାବକ ଶାନ୍ତି କମିଟି ମାଧ୍ୟମରେ ସମାଧାନ କରାଯାଇଥିଲା। କୋତରଙ୍ଗ ଗାଁର ଯୁଧିଷ୍ଠିରଙ୍କ ସମେତ ୮ଟି ପରିବାର ୧୯୯୧ ମସିହାଠାରୁ ଖଳିପାଟଣା ଗାଁର କେତେଜଣ ବ୍ୟକ୍ତିଙ୍କ ଦ୍ୱାରା ସେମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ କରାଯାଇଥିଲା। ସେମାନଙ୍କର ଜମି ପଡିଆ ପଡିଥିଲା। ସେହି ଜମିକୁ ଖଳିପାଟଣା ଗ୍ରାମ କୋଠ ଚାଷ କରିଥିଲେ। ଶରଣକୁଳ ଥାନାରେ ଏହି ସମ୍ପର୍କରେ ବିଭିନ୍ନ ମାମଲା ହୋଇଥିଲା। ଯୁଧିଷ୍ଠିରଙ୍କ ପୂର୍ବପୁରୁଷଙ୍କର ଭାଗବତ ଟୁଙ୍ଗିକୁ ମଧ୍ୟ ଗ୍ରାମବାସୀ ପୂଜା କରିବା ନିମନ୍ତେ ସୁଯୋଗ ଦେଇ ନ ଥିଲେ। ୨୫ା୧ା୨୨ରେ ନୟାଗଡ଼ ଜିଲାପାଳ ଏ ସମ୍ପର୍କିତ ଶୁଣାଣି ପରେ ଖଳିପାଟଣା ଗାଁରେ ଏକତ୍ରବସି ସୁସ୍ଥ ବାତାବରଣ ଫେରାଇ ଆଣିବା ନିମନ୍ତେ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ସମସ୍ତ ବିଷୟ ଆଲୋଚନା ହୋଇ ନିଷ୍ପତ୍ତି ଗ୍ରହଣ କରାଗଲା ଯେ, ଅଭିଯୋଗକାରୀ ଯୁଧିଷ୍ଠିର କରଣ ନିଜ ଗ୍ରାମକୁ ଯିବାସହ ଗାଁରେ ରହିବା ପାଇଁ ଅନୁରୋଧ କରାଗଲା। ଲିଙ୍ଗରାଜ ପାତ୍ର, ଭଗବାନ କର, ଗ୍ରାମ ସଭାପତି ଲୋଚନ ଜେନା ଏକ ଦିନ ସ୍ଥିର କରି କମିଟି କରି ଶରଣକୁଳ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଗ୍ରାମରେ ସହାର୍ଧ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ଗାଁର ଲିଙ୍ଗରାଜ ପାତ୍ର, ଭଗବାନ କର, ସଭାପତି ଲୋଚନ ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଯଦି ବେଆଇନ ଭାବେ କାହାକୁ ଗ୍ରାମସଭାରେ ଦଣ୍ଡିତ କରିବେ ତାହା ହେଲେ ଗ୍ରାମ ସଭାପତି ଏଥିପାଇଁ ଦାୟି ରହିବେ। ଏହି ପରିପେକ୍ଷିରେ ଗୁରୁବାର ଶାନ୍ତି କମିଟି ଦ୍ୱାରା ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିକୁ ଗ୍ରାମସଭାରେ ପଠନ କରାଯାଇଥିଲା। ଏଥିରେ ଶରଣକୁଳ ଏସ୍‌ଡିପିଓ କିରଣ ହେମ୍ବ୍ରମ୍‌, ଶରଣକୁଳ ଥାନା ଅଧିକାରୀ ଜୟଦୀପ୍‌ ମହାନ୍ତି, ଗ୍ରାମ୍ୟ କମିଟି ସଭାପତି ଲୋଚନ ଜେନା, ପୂର୍ବତନ ସରପଞ୍ଚ ଲିଙ୍ଗରାଜ ପାତ୍ର ଓ କୋତରଙ୍ଗ ଗ୍ରାମର ଯୁଧିଷ୍ଠିର କରଣ ଏବଂ ସାମାଜିକ କର୍ମୀ ପ୍ରଭାତ କୁମାର କରଙ୍କ ସମେତ ଗ୍ରାମବାସୀ ଯୋଗଦେଇ ଶେଷରେ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ ହରିବୋଲ ଦେଇ ସଭା ସାଙ୍ଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?