ରାସ୍ତା ପ୍ରଶସ୍ତୀକରଣରେ କଟିବ ୩୧୫୮ ଗଛ

ସୋନପୁର,୧୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଲାଇଫଲାଇନ କୁହାଯାଉଥିବା ଅର୍ଜୁନପୁର-ବିନିକା-ରାମପୁର-ଡୁଙ୍ଗୁରପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ(ଏମଡିଆର) ଓସାରିଆ ହେବ। ଅର୍ଜୁନପୁରରୁ ଡୁଙ୍ଗୁରିପାଲି ୫୪.୨୦୦ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪୫ କୋଟି ଟଙ୍କାର ଟେଣ୍ଡର ଆହ୍ବାନ ହୋଇଛି। ୨ ଥାକିଆ ରାସ୍ତା କାମ ଏବେ ଜୋରସୋରରେ ଚାଲିଛି। ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୩୧୫୮ ଗଛ କଟାଯିବା ପାଇଁ ଚିହ୍ନଟ କରାଯାଇଛି। କଟା ହେବାକୁ ଥିବା ଶତାଧିକ ଗଛ ବହୁ ବର୍ଷର ପୁରୁଣା । ଏଗୁଡିକ ରାଜାରାଜୁଡା ଅମଳରୁ ଲଗା ଯାଇଥିଲା। ଓଡିଶା ବନ ଉନ୍ନୟନ ନିଗମ ଏବେ ସେହି ଗଛ ଗୁଡିକୁ ମେସିନ ଦ୍ୱାରା କାଟିବା ଆରମ୍ଭ କରିଛି । ପରେ ଏହି ରାସ୍ତା ୪ ଥାକିଆ ହେବାର ଯୋଜନା ରହିଛି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଉଭୟ ପାର୍ଶ୍ୱ ଆଉ କିଛି ଦିନ ପରେ ବୃକ୍ଷ ଶୂନ୍ୟ ହେବ। ଉତ୍ତାପ ଆହୁରି ବୃଦ୍ଧି ପାଇବ । ଏହା ଜିଲାର ବୁଦ୍ଧିଜୀବୀ ଓ ପରିବେଶବିତଙ୍କ ଚିନ୍ତା ବଢାଇଛି।
ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ସୋନପୁର ବନକ୍ଷେତ୍ର ଅଞ୍ଚଳର ଅର୍ଜୁନପୁରରୁ ଅଙ୍ଗନଦୀ ବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱରେ ଥିବା ୯୦୬ ଗଛ କଟିବ। ସେହିପରି ବିନିକା ବନକ୍ଷେତ୍ର ଅଞ୍ଚଳର ଅଙ୍ଗନଦୀ ବ୍ରିଜ୍‌ରୁ ବିନିକା-ରାମପୁର-ଡୁଙ୍ଗୁରିପାଲି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ୨୨୫୨ ଗଛ ବଳି ପଡିବ। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାସ୍ତା ପ୍ରଶସ୍ତୀକରଣ ପାଇଁ ବର, ଅଶ୍ୱତଥ୍‌, ଶାଳ, ତେନ୍ତୁଳି, ଅର୍ଜୁନ, ମହୁଲ, ଶାଗୁଆନ, ମହୁଲ, କୁମ୍ଭି, ଚାର, ଛେନା, ସୀମାରୁଆ, ନୀଳଗିରି, ଚାକୁଣ୍ଡା, ସାହାଜ, ନିମ୍ବ, ଆମ୍ବ, କରଞ୍ଜ, ଛତିଆନ ଓ ଜାମୁ ଆଦି ବଡ ଗଛ କଟାଯିବ। ଏହି ପୁରୁଣା ଗଛ ଗୁଡିକ ଯୋଗୁଁ ବାଟୋଇଙ୍କୁ ଛାଇ ମିଳିବା ସହିତ, ସୁନ୍ଦର ସବୁଜିମା ପରିବେଶ ସୃଷ୍ଟି ହୋଇଥିଲା।
ସୁବର୍ଣ୍ଣପୁର ଏକ ଉତ୍ତପ୍ତ ଜିଲା ଭାବେ ପରିଚିତ। କିଛି ବର୍ଷ ଧରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ସୁବର୍ଣ୍ଣପୁର ୨୦୨୨ରେ ଦେଶର ସବୁଠୁ ଉତ୍ତପ୍ତ ସହରଭାବେ ରେକର୍ଡ ହୋଇ ଚର୍ଚ୍ଚାକୁ ଆସିଥିଲା। ଏହି ଜିଲାରେ ୪୨୮.୭୫ ବର୍ଗ କିଲୋମିଟର ଜଙ୍ଗଲ ରହିଛି। ଯାହା ଜିଲା ଆୟତନର ମାତ୍ର ୧୮.୩୪%। ଗତ କିଛି ବର୍ଷ ଧରି ପୁରାତନ ଜଙ୍ଗଲର ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ଗ୍ରୀନ୍‌ ମହାନଦୀ ମିଶନ, ସହରୀ ବନୀକରଣ ଓ ପଥପାର୍ଶ୍ୱ ବନୀକରଣ ପାଇଁ ଉଦ୍ୟମ ହୋଇଥିଲା। ତେବେ ଏହି ଗ୍ରୀନ୍‌ ସୁବର୍ଣ୍ଣପୁର ଯୋଜନାକୁ ବିଶେଷ ସଫଳତା ମିଳିପାରିନି। ସଚେତନତା ଅଭାବରୁ ଲୋକେ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ପ୍ରତିବର୍ଷ ନିଆଁ ଲାଗିବା ଦ୍ୱାରା ବୃକ୍ଷଲତା ପୋଡି ପାଉଁଶ ହୋଇଯାଉଛି। ପଥପାର୍ଶ୍ୱ ବନୀକରଣ ଯୋଜନାରେ ଯେଉଁ ଗଛ ଲଗାଯାଉଛି, ସେଗୁଡିକର ଠିକ୍‌ ଭାବେ ଯତ୍ନ ନିଆଯାଉନି । ଯେଉଁ ଅଳ୍ପ କିଛି ଗଛ ବଞ୍ଚତ୍ ରହୁଛି ରାସ୍ତା ପ୍ରଶସ୍ତୀକରଣରେ ପୁଣି କଟାଯାଉଛି। ଗଛ ଲଗାଇବା ଓ ତାକୁ ସୁରକ୍ଷା ଦେବାରେ ସଫଳତା ମିଳୁନି। ଏଭଳି ସ୍ଥିତିରେ ଗଛ କାଟିବାକୁ ବିଶେଷ ତତ୍ପରତା ଦେଖିବାକୁ ମିଳୁଛି। ବଡ ଗଛଗୁଡିକୁ ନ କାଟି ମେଶିନ ଦ୍ୱାରା ଟ୍ରାନ୍ସଲୋକେସନ(ଜୀବନ୍ତ ସ୍ଥାନାନ୍ତରଣ) ପଦ୍ଧତିରେ ଅନ୍ୟତ୍ର ଲଗାଇବା ପାଇଁ ବନ ବିଭାଗ କିମ୍ବା ପୂର୍ତ୍ତ ବିଭାଗର ଆନ୍ତରିକତା ନାହିଁ । ଏଥିପାଇଁ ଜନଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri