ମନ୍ତ୍ରୀଙ୍କ ଚା ଖଟିରେ ଦୁଇ ଆଶାୟୀଙ୍କୁ ନେଇ ଚର୍ଚ୍ଚା

ସମ୍ବଲପୁର,୧୪ା୨(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଶନିବାର ସମ୍ବଲପୁର ଗସ୍ତ କରିଥିଲେ। ଏହି ସମୟରେ ରେଢ଼ାଖୋଲଠାରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ରେଢ଼ାଖୋଲ ଛକର ଏକ ଚା ଦୋକାନରେ ଏକ ଖଟି ଆୟୋଜନ ହୋଇଥିଲା। ଏଥିରେ ମନ୍ତ୍ରୀ ପ୍ରଧାନଙ୍କ ସମେତ ଦଳୀୟ ନେତା ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ରେଢ଼ାଖୋଲ ବିଧାନସଭା ପାଇଁ ଆଶାୟୀ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ଓ ଗୋବିନ୍ଦ ଅଗ୍ରୱାଲ ମନ୍ତ୍ରୀ ପ୍ରଧାନଙ୍କ ସହ ଏକାଠି ଛିଡାହୋଇ ଖୁସି ଜାହିର କରୁଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀ ପ୍ରଧାନ ଉଭୟଙ୍କ ମନୋମାଳିନ୍ୟ ଦୂର ପାଇଁ ଏଭଳି ଯୋଜନା କରିଥିବା ଆଲୋଚନା ହୋଇଥିଲା। ଆଶାୟୀ ଦୁଇ ନେତା ପୁଣି ଆଗାମୀ ନିର୍ବାଚନ ସମୟରେ ଟିକେଟ ହାତେଇବାକୁ ଚେଷ୍ଟା କରୁଥିବା ମଧ୍ୟ ଦଳରେ ଚର୍ଚ୍ଚା ହେଉଛି।
ଗତ ନିର୍ବାଚନରେ ଉଭୟ ଆଶାୟୀ ରହିଥିବା ବେଳେ ଶେଷ ସମୟରେ ଦେବେନ୍ଦ୍ରଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଗୋବିନ୍ଦ ଏହାକୁ ନେଇ ମନ ଊଣା କରିଥିଲେ ହେଁ ଜାହିର କରିପାରି ନ ଥିଲେ ବୋଲି କୁହାଯାଉଛି। ଏବେ ମଧ୍ୟ ଗୋବିନ୍ଦ ଟିକେଟ ଆଶାରେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ଭେଟି ଆଲୋଚନା କରୁଛନ୍ତି। ଅନ୍ୟ ଆଶାୟୀ ଦେବେନ୍ଦ୍ର ମଧ୍ୟ ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ କରିବା ସହ ଲୋକଙ୍କ ସମସ୍ୟାକୁ ନେଇ କାମ କରୁଛନ୍ତି।
ଦେଖିବାକୁ ଗଲେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସମ୍ବଲପୁର ଜିଲାର ୪ ବିଧାନସଭା ଆସନ ମଧ୍ୟରୁ ରେଙ୍ଗାଲି ଓ ସମ୍ବଲପୁରକୁ ଭାଜପା ଅକ୍ତିଆର କରିଥିବା ବେଳେ କୁଚିଣ୍ଡା ଓ ରେଢାଖୋଲ ବିଜେଡି ଖାତାକୁ ଯାଇଥିଲା। ସେହିପରି ଜିଲାପରିଷଦ ନିର୍ବାଚନରେ ରେଢାଖୋଲ ନିର୍ବାଚନ ମଣ୍ଡଳୀର ୭ ଜିଲାପରିଷଦ ମଧ୍ୟରୁ ଭାଜପା ଗୋଟିଏ ଆସନରେ ବିଜୟୀ ହୋଇଥିଲା। ମାନେଶ୍ୱର ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ରେଢାଖୋଲ ଏନ୍‌ଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଭାଜପା ଅକ୍ତିଆର କରିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ପ୍ରାର୍ଥୀ ଦେବେନ୍ଦ୍ରଙ୍କୁ ୪୨ ହଜାର ୩ ଶହ ଭୋଟ ମିଳିଥିଲା। ହେଲେ ୨୦୨୨ ଜିଲାପରିଷଦ ଭୋଟ ସମୟରେ ଭୋଟ ହାର ବୃଦ୍ଧି ପାଇ ୪ ବ୍ଲକରେ ଭାଜପାକୁ ୫୩ ହଜାର ୪୫୦ ଭୋଟ ମିଳିଛି। ହାରାହାରି ୧୦ ହଜାର ଭୋଟ ଅଧିକ ମିଳିଥିଲା। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆଗାମୀ ସାଧାରଣ ନିର୍ବାଚନରେ ସମ୍ବଲପୁର ନ ହେଲେ ଢେଙ୍କାନାଳ ଲୋକ ସଭା ଆସନରୁ ସିଧାସଳଖ ନିର୍ବାଚନ ଲଢିବେ ବୋଲି ଆଲୋଚନା ହେଉଛି। ତେଣୁ ସମ୍ବଲପୁର ଲୋକ ସଭା ଅଧୀନ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଭାଜପା କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ରେଢାଖୋଲ ନିର୍ବାଚନ ମଣ୍ଡଳୀ ଯୁଯୁମୁରାଠାରେ ଏକ ଜନସମାବେଶ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ ମହାପାତ୍ର କହିଛନ୍ତି, ମନ୍ତ୍ରୀଙ୍କ ଗସ୍ତ ସମୟରେ ରେଢାଖୋଲ ଛକରେ ରହଣି କରିଥିଲେ। ତୃଣମୂଳ ସ୍ତରରେ ଦଳୀୟ ସଂଗଠନ ସୁଦୃଢ଼ କରିବାକୁ କହିଥିଲେ। ଟିକେଟ ଦଳ ହାତରେ ରହିଥାଏ, ଆମେ ଦଳ ପାଇଁ କାମ କରିବୁ ବୋଲି କହିଥିଲେ। ଅନ୍ୟପଟେ ଅଗ୍ରୱାଲ କହିଛନ୍ତି, କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଦଳ ଯାହା ନିଷ୍ପତ୍ତି ନେବ ସେ ନେଇ କାମ କରିବାକୁ ପଡିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ବଲାଙ୍ଗୀରର ୩ ମହିଳା ସ୍ବାବଲମ୍ବୀ ହୋଇଥିବାରୁ…

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ନେଇ ଜିଲାସ୍ତରୀୟ କାର୍ଯ୍ୟକ୍ରମ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଡିଟୋରିୟମରେ ଅନୁଷ୍ଠିତ…

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ, ବିଦା ହେଲେ ହୋମଗାର୍ଡ

ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri