Posted inଜାତୀୟ

୫ ରାଜ୍ୟକୁ ୩,୧୧୩ କୋଟିର ବିପର୍ଯ୍ୟୟ ସହାୟତା

ନୂଆଦିଲ୍ଲୀ,୧୩।୨: ଗତବର୍ଷ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଚାଷ ଜମିରେ ହୋଇଥିବା କୀଟ ଆକ୍ରମଣ ନେଇ ୫ଟି ରାଜ୍ୟକୁ ୩,୧୧୩ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଏହାକୁ ମଞ୍ଜୁର କରିଛନ୍ତି। ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଆନ୍ଧ୍ରପ୍ରଦେଶ, ବିହାର, ତାମିଲନାଡୁ, ପୁଡୁଚରେୀ ଏବଂ ମଧ୍ୟପ୍ରଦେଶକୁ ଏହି ସହାୟତା ଯୋଗାଇ ଦିଆଯିବ। ନିଭାର ଏବଂ ବୁରେଭି ବାତ୍ୟା ଯୋଗୁ ଏସବୁ ରାଜ୍ୟରେ ବହୁ କ୍ଷୟକ୍ଷତି ଘଟିଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀ ଯୋଗୁ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ବନ୍ୟା ବିତ୍ପାତ ଯୋଗୁ ରାଜ୍ୟକୁ ୨୮୦.୭୮ କୋଟି ଟଙ୍କା ଯୋଗାଇ ଦିଆଯିବ। ସେହିପରି ବିହାରରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ କ୍ଷୟକ୍ଷତି ଭରଣା ପାଇଁ ୧,୨୫୫.୨୭ କୋଟି ଟଙ୍କା ପ୍ରଦାନ କରାଯିବ। ତାମିଲନାଡୁକୁ ନିଭାର ବାତ୍ୟା ଲାଗି ୬୩.୧୪ କୋଟି ଏବଂ ବୁରେଭି ପାଇଁ ୨୨୩.୭୭ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ନିଭାର ବାତ୍ୟା କ୍ଷୟକ୍ଷତି ଲାଗି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀକୁ ୯.୯୧ କୋଟିର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଖରିଫ୍‌ ଋତୁରେ ମଧ୍ୟପ୍ରଦେଶରେ ଘଟିଥିବା କୀଟ ଆକ୍ରମଣ ଯୋଗୁ ଚାଷଜମିରେ ଫସଲ ଉଜୁଡ଼ି ଯାଇଥିଲା। ଏନେଇ ରାଜ୍ୟକୁ ୧,୨୮୦.୧୮ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ: ଏଠି ମିଳିବ ସବୁ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ସମସ୍ତ ତଥ୍ୟ

ନୂଆଦିଲ୍ଲୀ,୧୪ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିବେ । ଦିଲ୍ଲୀର ନେହେରୁ ସ୍ମାରକ ମ୍ୟୁଜିୟମ ଓ ଲାଇବ୍ରେରୀ ପରିସରରେ ଏହା...

ଆଜି ଦେଶର ୪୪ଟି ସ୍ଥାନରେ ଆୟୋଜିତ ହେବ ରୋଜଗାର ମେଳା, ୭୦ ହଜାରରୁ ଅଧିକନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ପ୍ରାୟ ୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଶୁକ୍ରବାର...

ଅକ୍ସିଜେନ ସିଲିଣ୍ଡର ବଦଳରେ ସିଏନ୍‌ଜି ସିଲିଣ୍ଡର

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। କିଛି ସମୟର ବ୍ୟତିକ୍ରମ ପରେ ପୁଣି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବେକାବୁ...

ଶିକ୍ଷକଙ୍କ ମାଡ଼ରେ ଆଉ ଜଣେ ଦଳିତ ଛାତ୍ର ହସ୍ପିଟାଲରେ ଭର୍ତ୍ତି

ବାର୍‌ମେର,୨୫।୮: ରାଜସ୍ଥାନର ଜାଲୋର ଅଞ୍ଚଳରେ ଥିତ୍ବା ଏକ ସ୍କୁଲ୍‌ରେ ସବର୍ଣ୍ଣଙ୍କ ପାଇଁ ଉଦ୍ଦିଷ୍ଟ ପାଣି ମାଠିଆ ଛୁଇଁବାରୁ ଜଣେ ୯ ବର୍ଷର ପିଲାଙ୍କୁ ଶିକ୍ଷକ ନିର୍ଘାତ...

ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଦିଲ୍ଲୀରେ ଷ୍ଟେଶନରେ ଖଲିସ୍ତାନ ସମର୍ଥନ ଲେଖା…

ନୂଆଦିଲ୍ଲୀ,୨୭।୮ : ଜି -୨୦ ଶିଖର ସମ୍ମିଳନୀ କିଛି ଦିନ ପରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଠାରେ ସାରା ବିଶ୍ୱରୁ ବହୁ ବିଦେଶୀ...

ଦୈନିକ ମୃତ୍ୟୁ ସଂଖ୍ୟା କମିଲା, ପୁଣି ବଢ଼ିଲେ ନୂଆ ଆକ୍ରାନ୍ତ …

ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୯ ଶହରୁ କମ୍‌ ରହିଛି। ଗତ ୨୪...

ଶୀତ ଅଧିବେଶନ ଲାଗି ୬ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୨୬।୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହା ପୂର୍ବରୁ କେନ୍ଦ୍ର ସରକାର ୬ ତାରିଖ...

ସତ୍ୟମଙ୍ଗଲମ୍‌ ଟାଇଗର ରିଜର୍ଭ ରାସ୍ତାରେ ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ, ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଚେନ୍ନାଇ, ୮।୨ : ତାମିଲନାଡୁର ସତ୍ୟମଙ୍ଗଲମ୍‌ ଟାଇଗର ରିଜର୍ଭ ଅଞ୍ଚଳରେ ସନ୍ଧ୍ୟା ୬ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ କମର୍ସିଆଲ ଯାନବାହନ ଚଳାଚଳକୁ ବାରଣ...

Advertisement
Archives

Model This Week