Posted inଜାତୀୟ

୨୦୨୨ରେ ୩୧ ହଜାର ମହିଳା ବିରୋଧୀ ଅପରାଧ

ନୂଆଦିଲ୍ଲୀ,୨।୧(ପି.ଟି.): ୨୦୨୨ରେ ଜାତୀୟ ମହିଳା କମିଶନ(ଏନ୍‌ସିଡବ୍ଲ୍ୟୁ)କୁ ପାଖାପାଖି ୩୧,୦୦୦ ମହିଳା ବିରୋଧୀ ଅପରାଧ ଅଭିଯୋଗ ମିଳିଛି। ୨୦୧୪ରୁ ଏପର୍ଯ୍ୟନ୍ତ ଏହା ସର୍ବାଧିକ ହିଂସା ଅଭିଯୋଗ। ୨୦୨୧ରେ ମହିଳା ବିରୋଧୀ ହିଂସା ଅଭିଯୋଗ ସଂଖ୍ୟା ୩୦,୮୬୪ ଥିବାବେଳେ ୨୦୨୨ରେ ୩୦,୯୫୭ ଅଭିଯୋଗ ଦାଏର ହୋଇଛି।

ଏନ୍‌ସିଡବ୍ଲ୍ୟୁ ତଥ୍ୟ ଅନୁଯାୟୀ ମହିଳାମାନଙ୍କର ମର୍ଯ୍ୟାଦାର ସହ ବଞ୍ଚତ୍ବା ଅଧିକାର କ୍ଷୁଣ୍ଣ ଓ ଭାବାତ୍ମକ ଶୋଷଣ ନେଇ ସର୍ବାଧିକ ୯,୭୧୦ ଅଭିଯୋଗ ରହିଛି। ଏହା ପଛକୁ ରହିଛି ୬,୯୭୦ ଘରୋଇ ହିଂସା ଏବଂ ୪,୬୦୦ ଯୌତୁକ ନିର୍ଯାତନା ଅଭିଯୋଗ। ଅସଦାଚରଣ ନେଇ ୨,୫୨୩ ଅଭିଯୋଗ ଆସିଥିବାବେଳେ ୧,୭୦୧ଟି ବଳାତ୍କାର ଓ ବଳାତ୍କାର ଉଦ୍ୟମ ଅଭିଯୋଗ ରହିଛି। ସେହିପରି ପୋଲିସ ଅବହେଳାକୁ ନେଇ ୧,୬୨୩ ଅଭିଯୋଗ ଥିବାବେଳେ ୯୨୪ଟି ସାଇବର ଅପରାଧ ଅଭିଯୋଗ ରହିଛି।

ମୋଟ ଅଭିଯୋଗ ମଧ୍ୟରୁ ୫୪.୫ ପ୍ରତିଶତ ବା ୧୬,୮୭୨ଟି ଅଭିଯୋଗ କେବଳ ଉତ୍ତରପ୍ରଦେଶରୁ ଆସିଛି। ଦିଲ୍ଲୀରୁ ୩,୦୦୪ଟି ଅଭିଯୋଗ ମିଳିଥିବାବେଳେ ମହାରାଷ୍ଟ୍ରରୁ ୧,୩୮୧, ବିହାରରୁ ୧,୩୬୮ ଏବଂ ହରିୟାଣାରୁ ୧,୩୬୨ ଅଭିଯୋଗ ମିଳିଛି। ୨୦୧୪ରେ ଦେଶରେ ମହିଳା ବିରୋଧୀ ଅପରାଧ ନେଇ ସର୍ବାଧିକ ୩୩,୯୦୬ଟି ଅଭିଯୋଗ ଜାତୀୟ ମହିଳା କମିଶନଙ୍କ ହସ୍ତଗତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?