୩୧ ଚୋରା ମୂର୍ତ୍ତି ଉଦ୍ଧାର, ୪ ଗିରଫ

ଯାଜପୁର ଅଫିସ/ଧର୍ମଶାଳା(ଡି.ଏନ୍‌.ଏ.),୪ା୩: ଯାଜପୁର ଜିଲାର ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ୩୧ଟି ମୂର୍ତ୍ତି ଉଦ୍ଧାର ହୋଇଛି। ଏହି ଚୋରି କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶର ଅରବିନ୍ଦ କୁମାର ସିଂ(୪୩), ବାବର ଓରଫ୍‌ ଜାଭେଦ(୪୦), ବିଜୟ କୁମାର ଶୁକ୍ଲା(୫୧) ଏବଂ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଶଶିଧର ନାଏକ(୪୯) ବୋଲି ଯାଜପୁର ଏସ୍‌ପି ଭିନିତ୍‌ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି। ଗତ ୨ ଦଶନ୍ଧି ହେଲା ଜିଲାରେ ମୂର୍ତ୍ତି ଚୋରି କାରବାର ସକ୍ରିୟ ଥିବାବେଳେ ଏହାର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇଛି। ନୀଳଗିରି ଅଞ୍ଚଳର ଶଶିଧର ଇନ୍‌ଫର୍ମର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ପିସ୍ତଲ ଓ ନମ୍ବର ବିହୀନ ବାଇକ ଜବତ ହୋଇଛି। ଅନ୍ୟପକ୍ଷରେ ମୂର୍ତ୍ତି ଚୋରି କାରବାରରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ଏଯାଏ ଜଣାପଡ଼ିନାହିଁ। ଏଠାରୁ ଚୋରି ହେଉଥିବା ମୂର୍ତ୍ତିଗୁଡ଼ିକୁ ଦେଶ ବାହାରକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ମୂର୍ତ୍ତି ଚୋରି କାରବାରର ମାଷ୍ଟରମାଇଣ୍ଡଙ୍କୁ ଧରାଗଲେ ଏନେଇ ଅଧିକ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଉଛି।
ଏସ୍‌ପି ଅଗ୍ରୱାଲଙ୍କ ସୂଚନାକ୍ରମେ ଗତ ଫେବୃୟାରୀ ୨୦ ଓ ୨୧ ରାତିରେ ଜେନାପୁର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ମନ୍ଦିରରୁ ୪ଟି ମୂର୍ତ୍ତି ଚୋରି ହୋଇଥିଲା। ଏନେଇ ଜେନାପୁର ଥାନାରେ ଆଇପିସି ଦଫା ୪୫୭, ୩୮୦ ଅନୁଯାୟୀ ମାମଲା (୪୮/୨୩) ରୁଜୁ ହୋଇଥିଲା। ସେହିପରି ଫେବୃୟାରୀ ୨୯ ଓ ୨୦ ରାତିରେ ଯାଜପୁର ଟାଉନ ରଘୁନାଥ ଜୀଉ ମନ୍ଦିରରୁ ୧୯ଟି ମୂର୍ତ୍ତି ଚୋରି ହୋଇଥିଲା। ଏନେଇ ଯାଜପୁର ଟାଉନ ଥାନାରେ ମାମଲା (୬୦/୨୩) ରୁଜୁ ହୋଇଥିଲା। ଏହାପୂର୍ବରୁ ଗତ ନଭେମ୍ବର ୧୧ରେ ଧର୍ମଶାଳା ଥାନା ଅଧୀନ ପାଟପୁର ବଳଦେବ ଜୀଉ ମନ୍ଦିରରୁ ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଏହାପରେ ଯାଜପୁର ପୋଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ଚୋରି ମାମଲାଗୁଡ଼ିକର ଅନୁଧ୍ୟାନ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଟିମ୍‌ ଚଢ଼ାଉକରି ମୂର୍ତ୍ତି ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ତେବେ ତଦନ୍ତରେ ବାଧା ଉପୁଜିବା ସନ୍ଦେହ କରି କେଉଁଠି ଚଢ଼ାଉ ହୋଇଥିଲା ତାହା ଗୁପ୍ତ ରଖାଯାଇଛି। ଜବତ ମୂର୍ତ୍ତିଗୁଡ଼ିକ ମଧ୍ୟରେ କୃଷ୍ଣଚନ୍ଦ୍ରପୁର ମନ୍ଦିର ଏବଂ ରଘୁନାଥ ଜୀଉ ମନ୍ଦିରର ମୂର୍ତ୍ତି ରହିଛି। ଧର୍ମଶାଳା ଥାନା ବଳଦେବଜୀଉ ମନ୍ଦିର ଚୋରି ଘଟଣାରେ ମଧ୍ୟ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ରହିଛି। ଅନ୍ୟ ଜିଲାଗୁଡିକରେ ହୋଇଥିବା ଚୋରି ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଏହାର ତଦନ୍ତ ଚାଲିଛି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ବୋଲି ଏସ୍‌ପି ଅଗ୍ରୱାଲ କହିଛନ୍ତି।
ଯାଜପୁର ଜିଲାର ଧାର୍ମିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ କ୍ଷେତ୍ର ଅନନ୍ୟ। ଏଠାରେ ଦେବୀ ବିରଜା, ଶ୍ରୀବରାହ, ଦଶାଶ୍ୱମେଧଘାଟ, ଓଳାଶୁଣୀ, ବିଶ୍ୱପ୍ରସିଦ୍ଧ ବୌଦ୍ଧବିଭବ ରତ୍ନଗିରି ଓ ଉଦୟଗିରି ଭଳି କୀର୍ତ୍ତିରାଜି ରହିଛି। ଏଠାରେ ଶତାଧିକ ବହୁ ମୂଲ୍ୟବାନ ଓ ପ୍ରାଚୀନ ମୂର୍ତ୍ତି ବିଭିନ୍ନ ମନ୍ଦିରରେ ପୂଜା ପାଉଛନ୍ତି। ଏବେ ବି ବହୁ ପୌରାଣିକ ତଥା ଐତିହାସିକ କିମ୍ବଦନ୍ତୀ ଥିବା ମୂର୍ତ୍ତି ମାଟି ତଳୁ ଓ ନଦୀ ଗର୍ଭରୁ ସନ୍ଧାନ ମିଳୁଛି। ତେଣୁ ମୂର୍ତ୍ତି ଚୋର ର଼୍ୟାକେଟ୍‌ରେ ଜିଲାର ଆଧ୍ୟାମିକ କ୍ଷେତ୍ରଗୁଡ଼ିକ ରହିଛି। ଏପରି କି ଏକାଧିକ ମନ୍ଦିରରୁ ବହୁ ମୂର୍ତ୍ତି ଚୋରି ହୋଇଛି। ଏ ସଂକ୍ରାନ୍ତରେ ଗତ ନଭେମ୍ବର ୧୩ରେ ଧରିତ୍ରୀ ପ୍ରଥମ ପୃଷ୍ଠାରେ ‘ବଳ ପାଉନି ନା ଧରୁନି’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପୋଲିସର ତପତ୍ରତା ଆରମ୍ଭ ହୋଇଛି। ଏଭଳି ଘଟଣାରେ ପୋଲିସ ଆଗକୁ କେତେଦୂର ସଫଳ ହେଉଛି ତାହା ସମୟ କହିବ ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଏସ୍‌ପି ଅଗ୍ରୱାଲ ମୂର୍ତ୍ତି ଚୋରିର ମାଷ୍ଟରମାଇଣ୍ଡ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?