୫ ଜିଲାର ୧୩୪୦ ପଞ୍ଚାୟତରେ ଗଡ଼ିଲା ୩୦୧ ‘ଲକ୍ଷ୍ମୀ’ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୨(ଅସମାପିକା ସାହୁ): ସୋମବାର ୫ ଜିଲାରେ ସରକାର ଲକ୍ଷ୍ମୀ ବସ୍‌ ସେବା ଯୋଜନାର ଶୁଭାରମ୍ଭ ହୋଇଛି। ଆଜି ବଲାଙ୍ଗୀର, ବରଗଡ଼, ଭଦ୍ରକ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲାରେ ‘ଲକ୍ଷ୍ମୀ’ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୫ଟି ଜିଲାର ୧୩୪୦ଟି ପଞ୍ଚାୟତରେ ଆଜି ମୋଟ୍‌ ୩୦୧ଟି ଲକ୍ଷ୍ମୀ ବସ୍‌ ଗଡ଼ିଛି। ଏଥିଯୋଗୁ ୮୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ବଲାଙ୍ଗୀରର ୩୧୩ଟି ପଞ୍ଚାୟତରେ ୪୪ଟି ବସ୍‌ ଗଡ଼ିଥିବା ବେଳେ ୧୬.୫୦ ଲକ୍ଷ ଲୋକ ଉପକୃତ ହେବେ। ସେହିପରି ବରଗଡ଼ର ୨୪୩ଟି ପଞ୍ଚାୟତରେ ୬୦ଟି ବସ୍‌ ଚାଲିଛି। ଏହାଦ୍ୱାରା ୧୪ ଲକ୍ଷ ୨୨ ହଜାର ଲୋକ ଉପକୃତ ହେବେ। ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍‌ର ଶୁଭାରମ୍ଭ ହୋଇଛି। ଏଥିରେ ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ମୟୂରଭଞ୍ଜର ୩୮୬ଟି ପଞ୍ଚାୟତରେ ୧୦୭ଟି ବସ୍‌ ଶୁଭାରମ୍ଭ ହୋଇଛି। ଏହି ବସ୍‌ ଚାଲିବା ଦ୍ୱାରା ମୋଟ୍‌ ୨୪ ଲକ୍ଷ ୨୦ ହଜାର ଲୋକ ଉପକୃତ ହେବାକୁ ଥିବା ବେଳେ ସୁନ୍ଦରଗଡ଼ର ୨୪୦ଟି ପଞ୍ଚାୟତରେ ୬୫ଟି ବସ୍‌ ସେବା ଆରମ୍ଭ ହୋଇଛି। ଫଳରେ ୧୭ ଲକ୍ଷ ୨୦ ହଜାର ଲୋକ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହିତା ମହିଳାଙ୍କୁ ବଳାତ୍କାର, ଗିରଫ ହେଲେ ରାୟଗଡ଼ା ଅତିରିକ୍ତ ଅଗ୍ନିଶମ ଅଧିକାରୀ

ରାୟଗଡ଼ା,୨୦।୭(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଟାଉନ ଥାନା ପୋଲିସ ରବିବାର...

ଦିଲ୍ଲୀ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା 

ଭୁବନେଶ୍ୱର,୨୦।୭: AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତା ଏୟାରଲିଫ୍ଟ ହୋଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଛନ୍ତି ପୀଡ଼ିତା। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ ଅଧିକ ଚିକିତ୍ସା କରାଯିବ।...

ଟୋଲ୍‌ପ୍ଲାଜା ବୁଥ୍‌ ଉପରକୁ ଚଢ଼ିଗଲା କାର୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବୈଶିଙ୍ଗା,୨୦ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ୍‌ପ୍ଲାଜା ନିକଟରେ ରବିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ...

ଅବ୍ୟବସ୍ଥା ଘେରରେ କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ: ଖାଲିପଡ଼ିଛି ଅନେକ ପଦବୀ, ଲୋକେ ପାଉନାହାନ୍ତି ସେବା

କର୍ଲାମୁଣ୍ଡା,୨୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅବ୍ୟବସ୍ଥା ଘେରରେ ରହୁଥିବାରୁ ଲୋକେ ଉପଯୁକ୍ତ ସମୟରେ ସରକାରୀ ସେବାଗୁଡ଼ିକ ଠିକ୍‌ ଭାବେ ପାଇପାରୁ ନ...

ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’ଙ୍କ ଦେହାନ୍ତ; ୨୦ ବର୍ଷ ଧରି ଥିଲେ କୋମାରେ, ଜାଣନ୍ତୁ କିଏ ଥିଲେ…

ରିଆଧ,୨୦।୭: ସାଉଦୀ ଆରବର ‘ସ୍ଲିପିଂ ପ୍ରିନ୍ସ’ ଆଲୱାଲିଦ ବିନ ଖାଲିଦଙ୍କର ୨୦ ବର୍ଷ କୋମାରେ ରହିବା ପରେ ଦେହାନ୍ତ ହୋଇଛି। ସେ ସାଉଦି ରାଜ ପରିବାରର...

ବଳଙ୍ଗା ଘଟଣା: ଯୁବତୀଙ୍କ ଦେହରେ କିଏ ଲଗାଇଲା ନିଆଁ? ସାଂଘାତିକ ଖୁଲାସା କଲା!

ଭୁବନେଶ୍ୱର,୨୦।୭: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ନ ଲିଭୁଣୁ ବଳଙ୍ଗା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ଅଛି। ଶନିବାର...

ପରକୀୟା ପ୍ରୀତିରୁ ଝୁଲିପଡ଼ିଲେ ସ୍ତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଦେଇ ଗଲେ ମୋ’ ସ୍ବାମୀ ଆଉ ପ୍ରେମିକା ମିଶି…

ଭବାନୀପାଟଣା,୨୦।୭(ଉତ୍ତମ କୁମାର ଦାଶ): ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯାତନା ଦେବା ଶେଷରେ ନିର୍ଯାତନା ସହି ନ ପାରି ବାପଘରେ ଆତ୍ମହତ୍ୟା କରି ସୁଇସାଇଡ୍‌...

ଡିସଚାର୍ଜ ହୋଇ ଘରକୁ ଫେରିଲେ ବିଜେଡି ନେତା, ବବିଙ୍କୁ ଦେଖି ହଠାତ୍‌ ଲୋକେ…

ଭୁବନେଶ୍ୱର,୨୦।୭: ଯାଜପୁର ଫେରିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ମେଡିକାଲରୁ ଡିସଚାର୍ଜ ହୋଇ ବବି ଦାସ ଘରକୁ ଫେରିଛନ୍ତି। କାଳୀମେଘା ବାସଭବନରେ ପହଞ୍ଚିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri