Posted inଜାତୀୟ

ଏୟାରଷ୍ଟ୍ରାଇକ୍‌ରେ ମରିଥିଲେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୦।୧: ୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ସେକ୍ଟରରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ସେହିବର୍ଷ ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଏଥିରେ ୩୦୦ ଆତଙ୍କବାଦୀ ମରିଥିଲେ ବୋଲି ପାକିସ୍ତାନର ଜଣେ ପୂର୍ବତନ କୂଟନୀତିଜ୍ଞ ଆଘା ହିଲାଲି ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି। ଏୟାରଷ୍ଟ୍ରାଇକ୍‌ରେ କେହି ମୃତାହତ ହୋଇ ନ ଥିବା ଇସ୍‌ଲାମାବାଦ ଦାବି କରିଆସୁଥିଲା। ଖାଇବର ପାଖତୁନ୍‌ଖ୍ବାର ବାଲାକୋଟ୍‌ସ୍ଥିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ସେଠାରେ କେହି ଆତଙ୍କବାଦୀ ନ ଥିଲେ ବୋଲି ଇସ୍‌ଲାମାବାଦ ସେତେବେଳେ କହିଥିଲା। ହିଲାଲି କହିଛନ୍ତି, ଭାରତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଯୁଦ୍ଧ ଭଳି କାର୍ଯ୍ୟ କରିଥିଲା। ଏଥିରେ ଅନୂ୍ୟନ ୩୦୦ ନିହତ ହୋଇଥିଲେ। ଆମେ ସେମାନଙ୍କ ହାଇକମାଣ୍ଡଙ୍କୁ ଟାର୍ଗେଟ କରିଥିଲୁ ବୋଲି ହିଲାଲି କହିଛନ୍ତି। ସୂଚନାଯୋଗ୍ୟ, ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନ ଛାଡ଼ି ନ ଥିଲେ, ଭାରତ ସେଦିନ ରାତିରେ ଆକ୍ରମଣ କରିଥାନ୍ତା ବୋଲି ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କହିଥିବା କଥା ଗତବର୍ଷ ଅକ୍ଟୋବରରେ ପାକ୍‌ ନ୍ୟାଶନାଲ ଆସେମ୍ବ୍ଲିରେ ମୁସ୍‌ଲିମ୍‌ ଲିଗ୍‌-ଏନ୍‌ ନେତା ଅୟାଜ୍‌ ସାଦିକ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୫।୩ : ଜଣାଶୁଣା ଲେଖକ ତଥା ଲିରିସିଷ୍ଟ ଜାଭେଦ ଆଖତରଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନୀ ମକଦ୍ଦମାରେ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ଗୁରୁବାର ଜାମିନ ମିଳିଛି।...

ତାରବାଡ଼ରୁ ଛବି ମଳିନ

ନୂଆଦିଲ୍ଲୀ,୪ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ଦେଶରେ ନାହିଁ ନ ଥିବା ଅଚଳାବସ୍ଥା ସୃଷ୍ଟି କରିଛି। ଏହି କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର ସହ...

ମୋଦିଙ୍କୁ ଭାଇ ସମ୍ବୋଧନ କରି ରାକ୍ଷୀ ପଠାଇଲେ ମୁସଲମାନ ମହିଳା: ରାଗିଲେ ମୌଲାନା

ନୂଆଦିଲ୍ଲୀ,୧୧।୮: ତିନ୍‌ ତଲାକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁ ନିଷ୍ପତ୍ତି ନେଲେ ସେଥିରେ ଉତ୍ସାହିତ ହୋଇ ବାରଣାସୀର ମୁସଲମାନ ମହିଳାମାନେ ମୋଦିଙ୍କ ନିକଟକୁ...

ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୧୫ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂ ଯାଦବ କରୋନାରେ ପୀଡ଼ିତ ହୋଇଛନ୍ତି । ବୁଧବାର ସେ...

କରୋନାଭାଇରସରୁ ମୁକ୍ତି ପାଇଁ ବାଲାଜୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ହାଇଦ୍ରାବାଦ,୭।୨: ତେଲେଙ୍ଗାନାର ଚିଲକୁର ବାଲାଜୀ ମନ୍ଦିରରେ ଗୁରୁବାର ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ଦେଖିବାକୁ ମିଳିଥିଲା। ଏହା କରୋନାଭାଇରସରୁ ମୁକ୍ତି ପାଇଁ କରାଯାଇଥିବା କୁହାଯାଏ। ଚାଇନାରେ...

ଡିଏମ୍‌କେ ଛାଡି ଭାଜପା ହାତ ଧରିଲେ ବିଧାୟକ ସରବାନନ

ଚେନ୍ନାଇ,୧୪ ।୩: ତାମିଲନାଡୁର ଡିଏମ୍‌କେ ବିଧାୟକ ଡ. ସରବାନନ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି । ସେ କହିଛନ୍ତି ୬ ବର୍ଷ ପୂର୍ବରୁ...

ଏହି ପାମ୍ପଡ଼ ଖାଇଲେ ହେବନି କରୋନା ସଂକ୍ରମଣ: ଭାଜପା ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ଭାଜପାର ସଂସଦୀୟ ବ୍ୟାପାର ଏବଂ ଭାରି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ...

ହନୁମାନ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ଜମି ଦାନ କଲେ ମୁସଲମାନ ବ୍ୟକ୍ତି

ବେଙ୍ଗାଲୁରୁ,୯।୧୨: କର୍ନାଟକର ବେଙ୍ଗାଲୁରୁରେ ଭାଇଚାରାର ଏକ ଅନନ୍ୟ ଉଦାହାରଣ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ମୁସଲମାନ ସ୍ବେଚ୍ଛାକୃତ ଭାବରେ ଏକ ବୃହତ ହନୁମାନ ମନ୍ଦିର...

Advertisement


Archives

Model This Week

Why Dharitri