Posted inଜାତୀୟ

ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଭାରତରେ ଅନୁପ୍ରବେଶ ଲାଗି ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର, ୧୦।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଜାଣିଶୁଣି ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ଚିନରା କର୍ପସ୍‌ର ଜେନେରାଲ କମାଣ୍ଡିଂ ଅଫିସର ଲ୍ୟୁଟନାଟ୍‌ ଜେନେରାଲ ବି.ଏସ୍‌. ରାଜୁ ସୂଚନା ଦେଇଛନ୍ତି। ପାକିସ୍ତାନରେ ତାଲିମପ୍ରାପ୍ତ ୨୫୦ରୁ ୩୦୦ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ରେ ଭାରତରେ ଅନୁପ୍ରବେଶ କରିବା ଲାଗି ସୁଯୋଗ ଉଣ୍ଡି ବସିଥିବା ସେ କହିଛନ୍ତି। ନିୟନ୍ତ୍ରଣ ରେଖାରେ ଏକ ବଡ଼ ଧରଣର ବେଆଇନ ବନ୍ଧୁକ ଚାଲାଣ ର଼୍ୟାକେଟର ପର୍ଦ୍ଦଫାଶ୍‌ ହୋଇଥିବା ସେ କହିଛନ୍ତି। ସ୍ଥାନୀୟ କେରନ ସେକ୍ଟରର ଶୁକ୍ରବାର ରାତ୍ର ୮ଟା ୩୦ରେ କିଶନ ଗଙ୍ଗା ନଦୀ ଦେଇ ଟ୍ୟୁବ୍‌ରେ କିଛି ବୋହି ନେଇ ଆସୁଥିବାର ସର୍ଭେଲାନ୍ସ୍‌ ସିଷ୍ଟମ୍‌ ଦ୍ୱାରା ଜଣାପଡ଼ିଥିଲା। ଏଥିରେ ୨-୩ଜଣ ଆତଙ୍କବାଦୀ ସମ୍ପୃକ୍ତ ଥିବାର ଭାରତୀୟ ସେନା ପୋଷ୍ଟ ଦେଖିପାରିଥିଲେ।

ଏହାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଯୋଗୁ ଖସି ପଳାଇଥିଲେ। ଘଟଣାସ୍ତଳରୁ ୪ଟି ଏକେ ୭୪ ରାଇଫଲ, ୮ ମାଗାଜିନ୍‌, ୨୪୦ ଏକେ ରାଇଫଲ ଗୁଳି ଜବତ କରାଯାଇଛି। ପାକିସ୍ତାନ ଅଧିକୃତ କଶ୍ମୀରରୁ ଏସବୁ ଅସ୍ତ୍ରଶସ୍ତ୍ର ଆସୁଥିବା ସେ କହିଛନ୍ତି। ଗତବର୍ଷ ଭାରତର ଅନୁପ୍ରବେଶ କରୁଥିବା ୧୩୦ଟି ଘଟଣା ଘଟିଥିଲା। ତେବେ ଚଳିତ ବର୍ଷ ଏହା ୩୦ରେ ସୀମିତ ରହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର ରଚିଛି। ଆଇଏସ୍‌ଆଇ ନିର୍ଦ୍ଦେଶରେ ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ ଆତଙ୍କବାଦୀଙ୍କୁ ଆବଶ୍ୟକ ତାଲିମ୍‌ ଯୋଗାଇ ଦିଆଯାଉଛି। ସେହିପରି ଚାଇନାର ମଧ୍ୟ ଏହି କାର୍ଯ୍ୟରେ ପରୋକ୍ଷ ଭାବେ ଜଡ଼ିତ ରହିଛି। ଏହା ଆତଙ୍କବାଦୀଙ୍କଠାରୁ ବିଭିନ୍ନ ସମୟରେ ଜବତ ହୋଇଥିବା ଚାଇନା ବନ୍ଧୁକ ଏବଂ ପିସ୍ତଲରୁ ସ୍ବତଃ ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri