Posted inଜାତୀୟ

ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଭାରତରେ ଅନୁପ୍ରବେଶ ଲାଗି ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର, ୧୦।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଜାଣିଶୁଣି ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ଚିନରା କର୍ପସ୍‌ର ଜେନେରାଲ କମାଣ୍ଡିଂ ଅଫିସର ଲ୍ୟୁଟନାଟ୍‌ ଜେନେରାଲ ବି.ଏସ୍‌. ରାଜୁ ସୂଚନା ଦେଇଛନ୍ତି। ପାକିସ୍ତାନରେ ତାଲିମପ୍ରାପ୍ତ ୨୫୦ରୁ ୩୦୦ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ରେ ଭାରତରେ ଅନୁପ୍ରବେଶ କରିବା ଲାଗି ସୁଯୋଗ ଉଣ୍ଡି ବସିଥିବା ସେ କହିଛନ୍ତି। ନିୟନ୍ତ୍ରଣ ରେଖାରେ ଏକ ବଡ଼ ଧରଣର ବେଆଇନ ବନ୍ଧୁକ ଚାଲାଣ ର଼୍ୟାକେଟର ପର୍ଦ୍ଦଫାଶ୍‌ ହୋଇଥିବା ସେ କହିଛନ୍ତି। ସ୍ଥାନୀୟ କେରନ ସେକ୍ଟରର ଶୁକ୍ରବାର ରାତ୍ର ୮ଟା ୩୦ରେ କିଶନ ଗଙ୍ଗା ନଦୀ ଦେଇ ଟ୍ୟୁବ୍‌ରେ କିଛି ବୋହି ନେଇ ଆସୁଥିବାର ସର୍ଭେଲାନ୍ସ୍‌ ସିଷ୍ଟମ୍‌ ଦ୍ୱାରା ଜଣାପଡ଼ିଥିଲା। ଏଥିରେ ୨-୩ଜଣ ଆତଙ୍କବାଦୀ ସମ୍ପୃକ୍ତ ଥିବାର ଭାରତୀୟ ସେନା ପୋଷ୍ଟ ଦେଖିପାରିଥିଲେ।

ଏହାପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ଯୋଗୁ ଖସି ପଳାଇଥିଲେ। ଘଟଣାସ୍ତଳରୁ ୪ଟି ଏକେ ୭୪ ରାଇଫଲ, ୮ ମାଗାଜିନ୍‌, ୨୪୦ ଏକେ ରାଇଫଲ ଗୁଳି ଜବତ କରାଯାଇଛି। ପାକିସ୍ତାନ ଅଧିକୃତ କଶ୍ମୀରରୁ ଏସବୁ ଅସ୍ତ୍ରଶସ୍ତ୍ର ଆସୁଥିବା ସେ କହିଛନ୍ତି। ଗତବର୍ଷ ଭାରତର ଅନୁପ୍ରବେଶ କରୁଥିବା ୧୩୦ଟି ଘଟଣା ଘଟିଥିଲା। ତେବେ ଚଳିତ ବର୍ଷ ଏହା ୩୦ରେ ସୀମିତ ରହିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର ରଚିଛି। ଆଇଏସ୍‌ଆଇ ନିର୍ଦ୍ଦେଶରେ ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ ଆତଙ୍କବାଦୀଙ୍କୁ ଆବଶ୍ୟକ ତାଲିମ୍‌ ଯୋଗାଇ ଦିଆଯାଉଛି। ସେହିପରି ଚାଇନାର ମଧ୍ୟ ଏହି କାର୍ଯ୍ୟରେ ପରୋକ୍ଷ ଭାବେ ଜଡ଼ିତ ରହିଛି। ଏହା ଆତଙ୍କବାଦୀଙ୍କଠାରୁ ବିଭିନ୍ନ ସମୟରେ ଜବତ ହୋଇଥିବା ଚାଇନା ବନ୍ଧୁକ ଏବଂ ପିସ୍ତଲରୁ ସ୍ବତଃ ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?