Posted inଜାତୀୟ

ହଲ୍‌ଦ୍ୱାନି ଛାଡ଼ିଲେଣି ୩୦୦ ମୁସଲମାନ ପରିବାର

ଡେରାଡୁନ୍‌,୧୪/୨:ଗତ ୮ ତାରିଖରେ ଉତ୍ତରାଖଣ୍ଡର ହଲ୍‌ଦ୍ୱାନିସ୍ଥିତ ବନଫୁଲପୁରାରେ ପୋଲିସ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ଅଭିଯାନ ବେଳେ ବେଆଇନ ଭାବେ ଗଢ଼ି ଉଠିଥିବା ଏକ ମସ୍‌ଜିଦ ଓ ମଦ୍ରାସାକୁ ଭଙ୍ଗାଯାଇଥିଲା। ଏହି ଘଟଣାକୁ ନେଇ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ଆହତ ହୋଇଥିଲେ। କର୍ଫ୍ୟୁ ଜାରି ରହିଥିବା ସତ୍ତ୍ୱେ ଅନେକ ପରିବାର ନିଜ ନିଜ ଆସବାବପତ୍ର ଧରି ଅନ୍ୟତ୍ର ପଳାୟନ କରୁଥିବା ଦେଖିବାକୁ ମିଳିଛି। ହିଂସାକାଣ୍ଡ ଭିଆଇବା ଅଭିଯୋଗରେ ୩୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ମଧ୍ୟ ପୋଲିସ ଆଉ କେତେଜଣଙ୍କୁ ଖୋଜୁଛି। ଆହୁରି ବହୁ ମୁସଲମାନ ପରିବାର ପଳାୟନ ପାଇଁ ସୁଯୋଗ ଖୋଜୁଥିବାବେଳେ ପୋଲିସ ବନ୍‌ଫୁଲପୁରାର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରିଦେଇଛି। ଇତିମଧ୍ୟରେ ବନଫୁଲପୁରା ହିଂସାର ମୁଖ୍ୟ ଅଭିଯୁକ୍ତ ଅବ୍‌ଦୁଲ ମଲିକଙ୍କ ନାମରେ ମହାନଗର ନିଗମ ପକ୍ଷରୁ ୨.୪୪ କୋଟି ଟଙ୍କାର ରିକଭରି ନୋଟିସ ଜାରି କରାଯାଇଛି। ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରିବା ଅଭିଯୋଗରେ କ୍ଷତିପୂରଣ ଭରିବା ସକାଶେ ତାଙ୍କୁ ଏହି ନୋଟିସ ଦିଆଯାଇଛି। ଘଟଣା ଦିନ ‘ମଲିକ୍‌ କା ବଗିଚା’ରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ଟିମ୍‌କୁ ଅବ୍‌ଦୁଲ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ଏଥିସହ ମହାନଗର ନିଗମର ସମ୍ପତ୍ତି ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଫେବୃୟାରୀ ୧୫ ସୁଦ୍ଧା ଏହି ଟଙ୍କା ଜମା କରିବାକୁ ନୋଟିସରେ ନିର୍ଦ୍ଦେଶ ରହିଛି। ନୈନିତାଲ ଜିଲାପାଳ ବନ୍ଦନା ସିଂ କହିଛନ୍ତି, ହଲ୍‌ଦ୍ୱାନିର ବିଭିନ୍ନ ସ୍ଥାନରେ ବେଆଇନ ନିର୍ମାଣଗୁଡ଼ିକର ଉଚ୍ଛେଦ କରାଯାଇଛି। ଏହା ବିରୋଧରେ କେତେଜଣ ବ୍ୟକ୍ତି ସ୍ଥଗିତାଦେଶ ପାଇଁ ଆବେଦନ କରିଥିଲେ। କିଛି ସ୍ଥାନରେ ଉଚ୍ଛେଦ ବନ୍ଦ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅବଶିଷ୍ଟ ସ୍ଥାନଗୁଡ଼ିକରେ ଉଚ୍ଛେଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

LACରେ ତିକ୍ତତା ପରେ ଭାରତକୁ ନେଇ ବଡ଼ କଥା କହିଦେଲେ ଚାଇନା: ଏବେ ସବୁକିଛି…

ନୂଆଦିଲ୍ଲୀ,୧୩।୮: ଅରୁଣାଚଳ ପ୍ରଦେଶର ପ୍ରକୃତ ନିୟନ୍ତ୍ରଣ ରେଖା (LAC) ନିକଟରେ ଭାରତ ଏବଂ ଚାଇନା ମଧ୍ୟରେ ସାମରିକ ଗତିରୋଧର ରିପୋର୍ଟ ହୋଇଛି। ଚାଇନା ପରିସ୍ଥିତିକୁ ହାଲୁକା ଭାବରେ…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri