୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା ଅପରିହାର୍ଯ୍ୟ, କାରଣ ଏହା ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାର ଲକ୍ଷ୍ୟ ରଖିଛି। ଏବେ ଏହି ଲକ୍ଷ୍ୟ ପୂରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗ ସମ୍ପର୍କରେ ମତ ରଖିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ। କଲମ୍ବିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଇଣ୍ଟରନ୍ୟାଶନାଲ ଆଣ୍ଡ୍‌ ପବ୍ଲିକ ଆଫେୟାର୍ସରେ ୧୯ ଏପ୍ରିଲରେ ଆୟୋଜିତ କଲମ୍ବିଆ ଇଣ୍ଡିଆ ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ନାଗେଶ୍ୱରନ କହିଛନ୍ତି ଯେ, ବିକଶିତ ଲକ୍ଷ୍ୟ ହାସଲ ପାଇଁ ଭାରତକୁ ଆଗାମୀ ୧୦-୧୨ ବର୍ଷ ନିଯୁକ୍ତି ଉପରେ ଗୁରୁତ୍ୱ ଦେବା ସହ ପ୍ରତିବର୍ଷ ୮୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ହେବ ।
ଏହାସହ ଜିଡିପିରେ ଉତ୍ପାଦନର ଅଂଶ ବୃଦ୍ଧି ଜରୁରୀ ବୋଲି ଦର୍ଶାଇଛନ୍ତି। ଏ କଥା କହିଲାବେଳେ ସେ ମଧ୍ୟ ସତର୍କ କରିଦେଇଛନ୍ତି ଯେ, ଆଗାମୀ ୧୦-୨୦ ବର୍ଷ ବାହ୍ୟ ପରିବେଶ ଏସବୁ ପାଇଁ ଏତେଟା ସହାୟକ ହେବନାହିଁ। ଆଉ ମଧ୍ୟ ସୂଚାଇ ଦେଇଛନ୍ତି, ୩୦ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୯୦ରୁ ଏହା ଆରମ୍ଭ କରିବାର ଥିଲା ଯେତେବେଳେ ଏହା ପାଇଁ ସୁଯୋଗ ରହିଥିଲା। ନାଗେଶ୍ୱରନ ୨୮ ଜାନୁଆରୀ ୨୦୨୨ରେ ସିଇଏ ଭାବେ ନିଯୁକ୍ତ ହୋଇଥିଲେ। ଏହାର ୩ ବର୍ଷ ପରେ ସେ ଏଭଳି କହିଛନ୍ତି। ଆଗରୁ ଜଣେ ଅର୍ଥନୀତିଜ୍ଞ ଭାବେ ତାଙ୍କ ମତ ରଖି ନ ଥିଲେ। ଏଥିସହିତ ତାଙ୍କୁ ଯେଉଁ ରାଜନୈତିକ ଦଳର ସରକାର ବିଶେଷକରି ଭାଜପା ସରକାର ନିଯୁକ୍ତି ଦେଇଛନ୍ତି, ସେହି ସରକାର ୧୧ ବର୍ଷ ଶାସନରେ ରହିଲେଣି। ନିଜର ଦାୟିତ୍ୱ ସମ୍ପର୍କରେ କେହି କୌଣସି ସମୟରେ ଉଲ୍ଲେଖ କରନ୍ତି ନାହିଁ। ଏବକାର ଢାଞ୍ଚାରେ ସବୁ ବିଷୟକୁ ଇତିହାସ ଉପରେ ଦୋଷ ଦେଇ ଖସିଯିବାର ଆଭିମୁଖ୍ୟ ସ୍ପଷ୍ଟ ବୁଝାପଡ଼ୁଛି।
ନାଗେଶ୍ୱରନଙ୍କ ଏହି କେତୋଟି ପରାମର୍ଶ ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧିରେ ନିଯୁକ୍ତି ଓ ଉତ୍ପାଦନର ମହତ୍ତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରୁଛି। ଏହାସହ ଭାରତ ବିକଶିତ ହେବା ପଥରେ ଜଟିଳତା ରହିଥିବା ମଧ୍ୟ ପରୋକ୍ଷରେ ସ୍ପଷ୍ଟ କରୁଛି। ଅର୍ଥାତ୍‌ ଯେଉଁ ହାରରେ ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧି ହେବା କଥା ତାହା ସମ୍ଭବ ହୋଇପାରିନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିସେମ୍ବର ୨୦୨୪ରେ ଘୋଷଣା କରାଯାଇଥିଲା ଯେ, ୨୦୨୨ରୁ ଆରମ୍ଭ ହୋଇଥିବା ନିଯୁକ୍ତିମେଳା ମାଧ୍ୟମରେ ଦେଢ଼ ବର୍ଷରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ୧୦ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯାଇଛି। କିନ୍ତୁ ଭାରତରେ ବେସରକାରୀ କ୍ଷେତ୍ରରେ କେତେ ପରିମାଣର ନିଯୁକ୍ତି ସୃଷ୍ଟି କରାଯାଇଛି କିମ୍ବା କରାଯିବା ପାଇଁ ଯୋଜନା ହେଉଛି ତାହା ଜାଣିବା କଷ୍ଟକର। ୨୦୧୬ରେ ଆରମ୍ଭ କରାଯାଇଥିବା ଷ୍ଟାର୍ଟଅର୍ପ ଇଣ୍ଡିଆ ଯୋଜନା ଏବଂ ମେ ୨୦୨୦ରୁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନର ଅଗ୍ରଗତି ସମ୍ପର୍କିତ ପ୍ରଚାରରେ ନିଯୁକ୍ତି ସଂଖ୍ୟା ଜାଣିବା କଷ୍ଟକର। ଯଦି ଅନ୍ତର୍ଜାତୀୟ ଶ୍ରମ ସଂଘର ୨୦୨୪ ରିପୋର୍ଟକୁ ଦେଖିବା ତେବେ ଏଥିରେ ପ୍ରକାଶ କରାଯାଇଥିଲା ଯେ, ଭାରତରେ ଚାକିରି ନ ଥିବା ମୋଟ ଲୋକଙ୍କ ମଧ୍ୟରେ ୮୦ ପ୍ରତିଶତରୁ ଅଧିକ ହେଉଛନ୍ତି ଯୁବକ। ଭାରତରେ ଚାକିରି ପାଇ ନ ଥିବା, ଶିକ୍ଷା ପ୍ରାପ୍ତ କରି ନ ଥିବା କିମ୍ବା ପ୍ରଶିକ୍ଷଣ ନେଇ ନ ଥିବା ଯୁବକଙ୍କ ପ୍ରତିଶତ ଦକ୍ଷିଣ ଏସିଆରେ ସର୍ବାଧିକ ବୋଲି ଦର୍ଶାଇଥିଲା। ଭାରତରେ କୁଶଳୀ ଶ୍ରମଶକ୍ତିର ଅଭାବ ରହିଆସିଛି। ଏହା ବ୍ୟତୀତ ଶ୍ରମଶକ୍ତି ଭାଗୀଦାରି ହାର ଅନ୍ୟସବୁ ବିକାଶଶୀଳ ଦେଶ ଏପରିକି ଇଣ୍ଡୋନେସିଆ ଓ ଭିଏଟ୍‌ନାମଠାରୁ କମ୍‌ ରହିଛି। ତେବେ ଅନ୍ତର୍ଜାତୀୟ ସ୍ତରର ରିପୋର୍ଟ ଯାହା ଦର୍ଶାଉଛି ତାହାକୁ ଚ୍ୟାଲେଞ୍ଜ କରି ଏକ ଯୁକ୍ତିଯୁକ୍ତ ରିପୋର୍ଟ ପ୍ରକାଶ କରିବା ଭାରତ ପାଇଁ ସମ୍ଭବପର ନୁହେଁ। ଯଦି କୌଣସି ରିପୋର୍ଟ ପ୍ରସ୍ତୁତ କରାଯାଉଛି ସେଥିରେ ଛବିକୁ ଆକର୍ଷଣୀୟ ଭାବେ ଦେଖାଯାଉଛି, ତାହାର ଏକମାତ୍ର ଉପାୟ ଭାବରେ ତଥ୍ୟକୁ ସମ୍ପୂର୍ଣ୍ଣ ମନଗଢା କରିଦିଆଗଲାଣି। ଯେଉଁଥିପାଇଁ ନିୟମିତ ସମୟରେ ଜନଗଣନା ମଧ୍ୟ କରାଯାଉନାହିଁ। ଏବେ ଯେଉଁ ଜନଗଣନା ସମ୍ପର୍କରେ ଆଲୋଚନା କିମ୍ବା କାର୍ଯ୍ୟ ଆରମ୍ଭ କରାଯାଉଛି ତାହା କେତେଦୂର ବାସ୍ତବ ହେବ ସେ ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ନାଗେଶ୍ୱରନ ଜିଡିପିରେ ମାନୁଫାକ୍‌ଚରିଂ ବା ଉତ୍ପାଦନ ହାର ବୃଦ୍ଧି କଥା ଯାହା କହିଛନ୍ତି ତାହା ଏକ ବିକଶିତ ଦେଶର ଚାବିକାଠି। ଏହା ଚାଇନା ପ୍ରମାଣ କରି ଦେଖାଇଛି। ଏବେ ଚାଇନା ବିଶ୍ୱର ଏକ ନମ୍ବର ଅର୍ଥ ବ୍ୟବସ୍ଥା ହେବା ପଥରେ ଅଗ୍ରସର। ଦେଖିବାକୁ ଗଲେ ୧୯୯୦ ବେଳକୁ ଚାଇନା ଓ ଭାରତର ଅଭିବୃଦ୍ଧି ହାର ପ୍ରାୟ ସମାନ ଥିଲା। କିନ୍ତୁ ସେହି ଦେଶ ତାହାର କୁଶଳୀ ଶ୍ରମଶକ୍ତି ବିନିଯୋଗ କରି ବିଶ୍ୱର ଏକ ନମ୍ବର ଉତ୍ପାଦନକାରୀ ଦେଶ ହୋଇଗଲାଣି। ଏଥିରୁ ବୁଝିବାକୁ ହେବ ଯେ, ଭାରତର ଅର୍ଥନୈତିକ ପଥ ଆଜି ମଧ୍ୟ ଅସ୍ପଷ୍ଟ। ବିଗତ ବର୍ଷମାନଙ୍କରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିଥିବା ରାଜନୈତିକ ବ୍ୟବସ୍ଥାକୁ ଭାରତୀୟ ଭୋଟର ବାରମ୍ବାର ନାକଚ କରି ଫିଙ୍ଗି ଦେଲେଣି। ଅନ୍ୟପଟେ ଆଜିର ପରିସ୍ଥିତିରେ ମଧ୍ୟ ସୁଧାର ଆସୁଥିବା ଭଳି କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ବିଶେଷକରି ଦେଶର ମାନସିକ ସ୍ତରରେ ହିନ୍ଦୀଭାଷା ଲଦି ଦେବା, ହିନ୍ଦୁ ମୁସଲମାନ ଆଲୋଚନାକୁ ଗୁରୁତ୍ୱ ଦେବା, ଜନସଂଖ୍ୟା ଅନୁଯାୟୀ ଲୋକ ସଭା ଆସନ ନିର୍ଦ୍ଧାରଣ କରିବା ଭଳି ଅନେକ ଅବାଞ୍ଛିତ କଥାରେ ଦେଶର ଶକ୍ତିକୁ ଜାଣିଶୁଣି ବିନିଯୋଗ କରାଯାଉଥିବା ହେତୁ ଦକ୍ଷତା ବୃଦ୍ଧି ଭଳି ଅର୍ଥନୈତିକ ଲକ୍ଷ୍ୟ ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଆଜିଠାରୁ ୩୦ ବର୍ଷ ପରେ ମଧ୍ୟ ଯେଉଁ ବ୍ୟକ୍ତି ନାଗେଶ୍ୱରନଙ୍କ ଆସନରେ ବସିବେ ସେତେବେଳେ ମଧ୍ୟ ଏହି ବାକ୍ୟଗୁଡ଼ିକୁ ପୁନରାବୃତ୍ତି କରିବାକୁ ବାଧ୍ୟ ହେବେ ବୋଲି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?