୩୦ ଚାଷୀଙ୍କ ନିଶା ପାଲଟିଛି ଷ୍ଟ୍ରବେରୀ ଫଳାଇବା, ୨୫ ଏକର ଜମିରେ ଜାରି ରଖିଛନ୍ତି…

କୋରାପୁଟ,୨୭ା୧୨(ଅମିତାଭ ବେହେରା): କୋରାପୁଟ ଜିଲାର କୋଟିଆ ପଞ୍ଚାୟତରେ ଜିଲା ପ୍ରଶାସନର କୋରାପୁଟ ଆଇଟିଡିଏର ସହାୟତାରେ ପ୍ରଥମେ ପରୀକ୍ଷାମୂଳକ ଭାବେ ୫ ଏକର ଜମିରେ ବିଦେଶୀ ଫଳ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଯାଇଥିଲା। ଏହାର ସଫଳତା ଅନୁକରଣ କରି ଜିଲାର ଦଶମନ୍ତପୁର ବ୍ଲକର କାଉଗୁଡ଼ା ଗ୍ରାମରେ ଏବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରାଯାଇଛି, ଜିଲା ପ୍ରଶାସନର ଉଦ୍ୟାନ ବିଭାଗ ଓ ସିଓ୍ବାଇଏସ୍‌ଡିର ମିଳିତ ସହଯୋଗରେ କାଉଗୁଡ଼ା ଗ୍ରାମରେ ପ୍ରାୟ ୧୦ ହେକ୍ଟର ଜମିରେ ଷ୍ଟ୍ରବେରୀ ଚାଷ କରିବାକୁ ଗ୍ରାମବାସୀ ଏକ ପ୍ରକାର ଶପଥ ନେଇଛନ୍ତି। ଗ୍ରାମର ପ୍ରାୟ ୨୫ ଏକର ଜମିରେ ଲାଭଜନକ ବିଦେଶୀ ଫଳ ଷ୍ଟ୍ରବେରୀ ଫଳାଇବା ପାଇଁ ଦୃଢ଼ ସଂକଳ୍ପ କରି କଠୋର ପରିଶ୍ରମ ଜାରି ରଖିଛନ୍ତି ଗ୍ରାମର ୩୦ ଜଣ ଆଦିବାସୀ ଚାଷୀ।

କାଉଗୁଡ଼ା ଗ୍ରାମରେ ପ୍ରାୟ ଶତାଧିକ ଆଦିବାସୀ ପରିବାର ବାସ କରୁଥିବାବେଳେ। ସେମାନଙ୍କ ନିକଟରେ ଥିବା ଚାଷଜମି କେବଳ ବର୍ଷାଦିନେ ଗୋଟିଏ ଥର ଧାନ ଚାଷ କରୁଥିବା ବେଳେ ଅନ୍ୟ ଦିନରେ ଏହା ଶୁଖିଲା ପଡ଼ିରହୁଥିଲା। କୋରାପୁଟ କୃଷି ଶିଳ୍ପ ନିଗମର ସହାୟତାରେ ଗ୍ରାମରେ ଗତ ୨ ମାସ ପୂର୍ବେ ୨ଟି ସୋଲାର ପମ୍ପ୍‌ ସେଟ ଲଗାଯିବା ପରେ ଏବେ ଗ୍ରାମବାସୀ ତାଙ୍କ ଜମିରେ ଏହି ଷ୍ଟ୍ରବେରୀ ଚାଷ ପାଇଁ ଆଗଭର ହୋଇଛନ୍ତି। ସିଓ୍ବାଇଏସ୍‌ଡି ପକ୍ଷରୁ ଗ୍ରାମବାସୀଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ସଚେତନ କରିଥିଲେ। କିଛି ଦିନ ଧରି ବୈଠକ ମାଧ୍ୟମରେ ସଚେତନ କରାଇବା ପରେ ପ୍ରଥମେ ଗ୍ରାମର ଧନୁର୍ଜୟ ଗାଦବା ଓ ମାଳତି ଗାଦବା ଆଗକୁ ଆସି ଷ୍ଟ୍ରବ୍ରେରୀ ଚାଷ ପାଇଁ ପଣ କରିବା ସହିତ ଅନ୍ୟ ୨୮ ଜଣ ଗ୍ରାମବାସୀଙ୍କୁ ପ୍ରଭାବିତ କରି ପାରିଥିଲେ। ଏଥିପାଇଁ କୋରାପୁଟ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରତି ହେକ୍ଟର ପିଛା ୧୨.୫ ଲକ୍ଷ ଟଙ୍କା ଯୋଗାଇଥିଲେ। ପୁନେରୁ ଷ୍ଟ୍ରବେରୀ ଚାରା ଅନ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜିଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ସୁଦାମ ବିଶ୍ୱାଳ ପ୍ରକାଶ କରିଛନ୍ତି।

ସେହିପରି ସିଓ୍ବାଇଏସ୍‌ଡି ପକ୍ଷରୁ ଚାଷୀଙ୍କୁ ସମସ୍ତ ଯାନ୍ତ୍ରିକ ସହାୟତା ପ୍ରଦାନ ସହ ସେମାନଙ୍କୁ ଗଛ ଲଗାଇବା ନେଇ ତାଲିମ ପ୍ରଦାନ କରାଯାଉଥିବା ସିଓ୍ବାଇଏସ୍‌ଡି୍‌ର ଦଶମନ୍ତପୁର ବ୍ଲକ ସଂଯୋଜକ ଆନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି। ଗତ ୧୫ ଦିନ ତଳେ ଜମି ପ୍ରସ୍ତୁତ କରି ସେଥିରେ ଷ୍ଟ୍ରବେରୀ ଚାରା ଲଗାଇବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗ୍ରାମର ୩୦ ଜଣ ଚାଷୀ ପ୍ରାୟ ୨୦ ଏକର ଜମିରେ ଚାରା ଲଗାଇ ସାରିଲେଣ। ଆସନ୍ତା ସପ୍ତାହକ ମଧ୍ୟରେ ଚାରା ରୋପଣ କାର୍ଯ୍ୟ ଶେଷ ହେବା ପରେ ଗଛରେ ଜୈବିକ ସାର ସିଞ୍ଚନ ସମେତ ଜମି ଚତୁଃପାର୍ଶ୍ୱରେ ଅସ୍ଥାୟୀ ବାଡ଼ କରାଯିବ ବୋଲି ଗ୍ରାମର ଚାଷୀ ହରି ଗଦବା, ରମେଶ ଗଦବା ଆଦି ଅନ୍ୟ ଚାଷୀମାନେ ପ୍ରକାଶ କରିଛନ୍ତି। ଷ୍ଟ୍ରବେରୀ ଅମଳ ପରେ ସିଓ୍ବାଇଏସ୍‌ଡିର ଏପିସି ଓ ଡଙ୍ଗର ରାଣୀ ପ୍ରଡ୍ୟୁସର ଏଫ୍‌ପିଓ ମାଧ୍ୟମରେ ଏହା ବିକ୍ରୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ବ୍ଲକ ସଂଯୋଜକ ଆନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏହା ଆସନ୍ତା ୩ ମାସ ପରେ ଅମଳ ହେବ କେଜି ପ୍ରତି ପ୍ରାୟ ୪ ଶହରୁ ୫ଶହ ଟଙ୍କାରେ ବିକ୍ରି କରାଯିବ, ଚଷୀଙ୍କୁ କେଜିପ୍ରତି ୨ଶହ ରୁ ୩ ଶହ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇବେ ବୋଲି ସିଓ୍ବାଇଏସ୍‌ଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri