ଗେଷ୍ଟ ହାଉସରେ ଚାଲିଥିଲା ଦେହ ବେପାର ୩ ଯୁବତୀ ଉଦ୍ଧାର, କିଙ୍ଗ୍‌ପିନ୍‌ ସମେତ ୧୨ ଗିରଫ

ବ୍ରହ୍ମପୁର ଅଫିସ,୧ା୧୧-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନିକଟ ଟାଟାବେଞ୍ଜ ଛକରେ ଥିବା ତୁଲସୀ ଗେଷ୍ଟ ହାଉସ୍‌ ରୁମ୍‌ ନମ୍ବର ୧୪,୧୬ ଓ ୧୭ରେ ଦେହ ବେପାର ହେଉଥିଲା। ଖବର ପାଇ ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣ ବିବେକ ଏମ୍‌ଙ୍କ ନେତୃତ୍ୱରେ ସୋମବାର ରାତିରେ ସେଠାରେ ଚଢ଼ାଉ କରାଯାଇ ୩ଜଣ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉକ୍ତ ୩ଟି ରୁମ୍‌ରୁ ପୋଲିସ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ, ୧୨ ମୋବାଇଲ ଫୋନ ଓ ୩୧୯୫୦ଟଙ୍କା ଜବତ କରିଥିଲା। ରୁମ୍‌ରୁ ଉଦ୍ଧାର ହୋଇଥିବା ଯୁବତୀମାନେ କଲିକତାରୁ ଆସିଥିବା ଜଣାପଡ଼ିଥିଲା। ସେହିପରି ଏହି ଦେହ କାରବାର ଚଳାଇଥିବା କିଙ୍ଗ୍‌ପିନ୍‌ ସମେତ ୧୨ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫଙ୍କ ମଧ୍ୟରେ କିଙ୍ଗ୍‌ପିନ୍‌ କୁହାଯାଉଥିବା ମୁଖ୍ୟ ଆସ୍କା ବଜାର ସାହି ଏମ୍‌ଜି ରୋଡ୍‌ର ଗୋପୀ ବେହେରା ଓରଫ୍‌ ରଜନୀକାନ୍ତ (୩୮), ଗେଷ୍ଟ ହାଉସକୁ ଲିଜ୍‌ରେ ନେଇ ଚଳାଉଥିବା ସୋରଡ଼ା ବଡ଼ଗଡ଼ ଥାନା ଅଞ୍ଚଳର ରାଜେଶ କୁମାର ବିଶୋଇ(୩୦), ଏଜେଣ୍ଟ ଭାବେ କାମ କରୁଥିବା କେ.ନୂଆଗଁାର ସୁମନ ସାହୁ (୧୮), ପ୍ରଫୁଲ୍ଲ କୁମାର ସାହୁ (୧୮), ରାଜା ପ୍ରଧାନ (୧୮), ଚନ୍ଦନ କୁମାର ସାହୁ (୧୯) ଅଛନ୍ତି। ଗ୍ରାହକ ଭାବେ ଆସିଥିବା ୬ ଜଣ ମଧ୍ୟ ଅଛନ୍ତି। ସେମାନେ ହେଲେ ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷୀ ଅଞ୍ଚଳର କେ.ଦିବାକର ରେଡ୍ଡୀ(୨୨), ନିତେଶ ସାହୁ (୧୮), ଏସ୍‌.କିରନ୍‌ ରେଡ୍ଡୀ(୧୮), ଏସ୍‌.ଭାଗୀରଥି ରେଡ୍ଡୀ(୨୨), ସଦର ଥାନା ବାଲିପଡ଼ାର ରବି କୁମାର ସାହୁ (୨୬), ବୈଦ୍ୟନାଥପୁର ଥାନା କମାପଲ୍ଲୀ ରାମନଗରର କେ.ଶଙ୍କର ଆଚାରୀ (୪୮)। ମଙ୍ଗଳବାର ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ବୈଦ୍ୟନାଥପୁର ପୋଲିସ ମାମଲା ନମ୍ବର ୩୮୩/୨୨ରେ କୋର୍ଟ ଚାଲାଣ କରିଛି।
ସେହିପରି ଉଦ୍ଧାର ଯୁବତୀଙ୍କୁ ୱାନ୍‌ ଷ୍ଟପ୍‌ ସେଣ୍ଟର୍‌ ପଠାଯାଇଥିବା ନେଇ ଜିଲା ପୋଲିସ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏସ୍‌ପିଙ୍କ ପ୍ରତିକ୍ରିୟା ଅନୁଯାୟୀ, ପ୍ରାୟ ବର୍ଷେ ହେବ ସେହି ଗେଷ୍ଟ ହାଉସରେ ଏଭଳି ବେଆଇନ କାର୍ଯ୍ୟକଳାପ ଚାଲିଥିଲା। ଏହାର କିଙ୍ଗ୍‌ପିନ୍‌ ଅଭିଯୁକ୍ତ ଗୋପୀ କୋଲକାତାରୁ ଯୁବତୀମାନଙ୍କୁ ଆଣୁଥିବା ବେଳେ ଗ୍ରାହକ ଯୋଗାଡ଼ ପାଇଁ ଏଜେଣ୍ଟମାନଙ୍କୁ ନିୟୋଜିତ କରିଥିଲେ। ସେମାନେ ହ୍ବାଟ୍ସଆପ୍‌ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦନ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଏନେଇ ଖବର ମିଳିବା ପରେ କେତେକ ପୋଲିସ ସାଦା ପୋଷାକରେ ସେଠାରେ ପହଞ୍ଚତ୍ ପ୍ରଥମେ ସ୍ଥିତି ଅନୁଧ୍ୟାନ କରି ସତ୍ୟତା ଜାଣିବା ପରେ ଚଢ଼ାଉ କରିଥିଲା। ଅନ୍ୟପକ୍ଷେ ଏଭଳି ବେଆଇନ କାର୍ଯ୍ୟକଳାପ ହେଉଥିବା ଗେଷ୍ଟ ହାଉସକୁ ସିଲ୍‌ କରିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ମଧ୍ୟ ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri