Posted inଜାତୀୟ

୩ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ହେଲେ ବିଧାନସଭାକୁ ଫେରିବେ ବୋଲି ରାଗରେ କହିଥିଲେ, ଆଜି ତାହା କରିଦେଖାଇଲେ ଚନ୍ଦ୍ରାବାବୁ

ଅମରାବତୀ, ୫ା୬:ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ବଡ଼ ବିଜୟ ହାସଲ କରିଛି। ଏଥର ଟିଡିପି ଭାଜପା ଏବଂ ପଓ୍ବନ କଲ୍ୟାଣଙ୍କ ଜନସେନା ପାର୍ଟି (ଜେଏସ୍‌ପି) ସହ ଏକାଠି ଲଢ଼ିଥିଲା। ୧୭୫ ଆସନ ବିଶିଷ୍ଟ ବିଧାନସଭାରେ ଟିଡିପି ୧୩୫ ଆସନରେ ଜିିତି ଥିବାବେଳେ ସହଯୋଗୀ ଦଳ ଜେଏସ୍‌ପିକୁ ୨୧ ଏବଂ ଭାଜପାକୁ ୮ ଆସନ ମିଳିଛି। ଅନ୍ୟପକ୍ଷରେ ବିଦାୟୀ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ସିପି ଶୋଚନୀୟ ପରାଜୟବରଣ କରିଛି। ଏହି ଦଳ ମାତ୍ର ୧୧ଟି ଆସନରେ ସୀମିତ ରହିଛି। ଏପରିକି ଜଗନଙ୍କ ମନ୍ତ୍ରିମଣ୍ଡଳର ଜଣେ ମନ୍ତ୍ରୀଙ୍କୁ ବାଦ୍‌ଦେଲେ ଅନ୍ୟମାନେ ଏବଂ ବିଧାନସଭା ବାଚସ୍ପତି ଥାମିଲେନି ସୀତାରାମ ପରାଜିତ ହୋଇଛନ୍ତି।
ନିର୍ବାଚନରେ ପରାଜୟକୁ ଜଗନମୋହନ ସ୍ବୀକାର କରିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ରାଜ୍ୟପାଳ ଏସ୍‌. ଅବଦୁଲ ନାଜିରଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ନୂଆ ସରକାର ଗଠନ ପର୍ଯ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରହିବେ। ମେ’ ୧୩ରେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଟିଡିପି ୧୪୪ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଜେଏସ୍‌ପି ୨୧ ଏବଂ ଭାଜପା ୧୦ ଆସନରେ ଲଢ଼ିଥିଲା।
ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବେ କ୍ଷୁବ୍ଧ ଚନ୍ଦ୍ରାବାବୁ ବିଧାନସଭା ଛାଡ଼ି ଚାଲିଯାଇଥିଲେ। ସେ କେବଳ ମୁଖ୍ୟମନ୍ତ୍ରୀ ହେଲେ ବିଧାନସଭାକୁ ଫେରିବେ ବୋଲି ସେତେବେଳେ କହିଥିଲେ। କିଛି ମାସ ପୂର୍ବରୁ ଦୁର୍ନୀତି ମାମଲାରେ ଚନ୍ଦ୍ରାବାବୁଙ୍କୁ ଗିରଫ କରାଯାଇଥିଲା। ଏବେ ଟିଡିପିର ଐତିହାସିକ ବିଜୟ ସହ ତାଙ୍କ ସଂକଳ୍ପ ପୂରା ହୋଇଛି। ବର୍ତ୍ତମାନର ବିଧାନସଭାରେ ଟିଡିପି ବିଧାୟକଙ୍କ ସଂଖ୍ୟା ୨୩ ଥିଲା। ଲୋକ ସଭା ନିର୍ବାଚନରେ ମଧ୍ୟ ଟିଡିପି ଭଲ ପ୍ରଦର୍ଶନ କରିଛି। ଆନ୍ଧ୍ରର ୨୫ ଲୋକ ସଭା ଆସନରୁ ଟିଡିପି ୧୬ ଆସନ ଜିତୁଥିବାବେଳେ ଏହାର ସହଯୋଗୀ ଭାଜପା ଏବଂ ଜନସେନା ପାର୍ଟି ଯଥାକ୍ରମେ ୩ ଓ ୨ ଆସନରେ ବିଜୟୀ ହେବାକୁ ଯାଉଛନ୍ତି। ଏଥିସହ ଚନ୍ଦ୍ରାବାବୁ କେନ୍ଦ୍ରରେ ନୂଆ ସରକାର ଗଠନ ପାଇଁ କିଙ୍ଗ୍‌ମେକର ଭୂମିକା ନେବାକୁ ଯାଉଛନ୍ତି। କାରଣ ଏନ୍‌ଡିଏରେ ଭାଜପା ପରେ ଟିଡିପି ହେଉଛି ଦ୍ୱିତୀୟ ବୃହତ୍‌ ଦଳ। ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛି। ତେଣୁ ସରକାର ଗଢ଼ିବା ପାଇଁ ଭାଜପା ଟିଡିପି ଏବଂ ଜେଡିୟୁ ଉପରେ ନିର୍ଭର କରିବ।
୧୯୫୦ ଏପ୍ରିଲ ୨୦ରେ ଆନ୍ଧ୍ରର ଚିତ୍ତୋର ଜିଲାରେ ଜନ୍ମିତ ଚନ୍ଦ୍ରାବାବୁ ଛାତ୍ର ଜୀବନରୁ ରାଜନୀତିରେ ସାମିଲ ହୋଇଥିଲେ। ସେ ୧୯୯୫ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ପରେ ଆଉ ୨ ଥର ଏହି ପଦ ସମ୍ଭାଳିଥିଲେ। ଅବିଭାଜିତ ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦକୁ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସଫ୍ଟଓ୍ବେର ହବ୍‌ରେ ପରିଣତ କରିବାର ଶ୍ରେୟ ତାଙ୍କୁ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ନକଲି ନୋଟ୍‌ ଦେଇ କିଣୁଥିଲେ ବାଇକ୍, ଧରିଲା ବରଗଡ଼ ପୋଲିସ

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଜାଲ ନୋଟ୍ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନୀ ଅନୁଯାୟୀ, ବରଗଡ ବ୍ୟାଙ୍କ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?