ନାଲ୍‌କୋ ସିପିପିର ୩ ୟୁନିଟ୍‌ ଅଚଳ

ବଅଁରପାଳ, ୩ା୨ (ଡି.ଏନ.ଏ.):ଅନୁଗୋଳ ଜିଲା ନାଲ୍‌କୋରେ ଜଳ ସଙ୍କଟ ଦେଖା ଦେଇଛି। ବ୍ରାହ୍ମଣୀରୁ ଆବଶ୍ୟକତା ଅନୁଯାୟୀ କାରଖାନାକୁ ପାଣି ଆସିପାରୁ ନ ଥିବାରୁ କ୍ୟାପଟିଭ୍‌ ପାଓ୍ବାର ପ୍ଲାଣ୍ଟ (ସିପିପି)ର ୩ଟି ୟୁନିଟ୍‌ ଅଚଳ ହୋଇପଡ଼ିଛି। ଫଳରେ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି।
ପ୍ରକାଶ ଯେ, ନାଲ୍‌କୋ ସିପିପିରେ ୧୦ଟି ୟୁନିଟ୍‌ରୁ ଦୈନିକ ୧୨ଶହ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ହୋଇଥାଏ। ଏଥିପାଇଁ ଦୈନିକ ୭୦ ହଜାର କ୍ୟୁସେକ ଜଳ ଆବଶ୍ୟକ ପଡ଼ିଥାଏ। ସେହିପରି ସ୍ମେଲଟର ପାଇଁ ୨୦ ହଜାର କ୍ୟୁସେକ ଓ ଟାଉନଶିପ୍‌ରେ ବ୍ୟବହାର ପାଇଁ ୧୦ ହଜାର କ୍ୟୁସେକ ପାଣି ନାଲ୍‌କୋ ଇନ୍‌ଟେକ ପମ୍ପ ହାଉସ ଦ୍ୱାରା ଆସିଥାଏ। କିନ୍ତୁ ଇନ୍‌ଟେକ୍‌ ପମ୍ପ ହାଉସ ଏବେ ବ୍ରାହ୍ମଣୀରୁ ଆବଶ୍ୟକ ପରିମାଣର ଜଳ କାରଖାନାକୁ ଯୋଗାଣ କରିପାରୁ ନାହିଁ। ସିପିପି ପାଇଁ ୭୦ ହଜାର ସ୍ଥାନରେ ୬୦ ହଜାର କ୍ୟୁସେକ ଜଳ ଆସୁଥିବାରୁ ପ୍ଲାଣ୍ଟର ଟର୍ବାଇନ ଚଳାଇବାରେ ଅସୁବିଧା ହେଉଛି। ଏଥିଯୋଗୁ ୧୦ଟି ୟୁନିଟ୍‌ ମଧ୍ୟରୁ ୩ଟି ଅଚଳ ରହିଛି। ଏହାଦ୍ୱାରା ଦୈନିକ ୩୬୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ବ୍ରାହ୍ମଣୀରୁ ଯୋଗାଣ ହେଉଥିବା ପାଣି ବାଟମାରଣା ହେଉଥିବାରୁ ନାଲ୍‌କୋରେ ଜଳ ସଂକଟ ସୃଷ୍ଟି ହୋଇଥିବା ବରିଷ୍ଠ ଶ୍ରମିକ ନେତା ଗନ୍ଧର୍ବ ବିଶ୍ୱାଳ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଡିଜିଏମ୍‌ ସୁନୀଲ ମହାପାତ୍ର କହିଛନ୍ତି, ସିପିପିରେ ବର୍ତ୍ତମାନ ଜଳ ସଂକଟ ଦେଖାଦେଇଛି। ତେଣୁ ୩ଟି ୟୁନିଟ୍‌ ଅଚଳ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

ଏଣ୍ଟ୍ରାନ୍ସ ଦେବାକୁ ଯାଇଥିଲେ ଛାତ୍ରୀ, ବଜ୍ରପାତରେ ଗଲା ଜୀବନ, ସହାୟତା ଦାବି କରି…

ଦିଗପହଣ୍ଡି,୨୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମର ମେଧାବୀ ଛାତ୍ରୀ ରେଶ୍ମା ଭୋଳ (୨୧) ଶୁକ୍ରବାର ଅପରାହ୍ନରେ ବ୍ରଜପାତରେ ମୃତ୍ୟୁବରଣ…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

ମୃତ୍ୟୁ ଖବର ପାଇ ତବଲା ବାଦକଙ୍କ ଘରେ ପହଞ୍ଚିଲେ ଭାଜପା ଜିଲା ସଭାପତି

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ବିୟୋଗ ଘଟିଛି ।  ଖବର ପାଇ ଭାଜପା…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri